ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ସଙ୍କଟ ଓ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ‘ଅପରେସନ ଗଙ୍ଗା’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିବେ । ଆଉ କିଛି ସମୟ ମଧ୍ୟରେ ଏହି ବୈଠକ ହେବା ନେଇ ସୂଚନା ରହିଥିବା ବେଳେ ବୈଦେଶିକ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ରହିବାର ସୂଚନା ମିଳିଛି ।
-
PM Modi to chair a high-level meeting on the #Ukraine issue shortly. pic.twitter.com/3ZKkljKexs
— ANI (@ANI) March 5, 2022 " class="align-text-top noRightClick twitterSection" data="
">PM Modi to chair a high-level meeting on the #Ukraine issue shortly. pic.twitter.com/3ZKkljKexs
— ANI (@ANI) March 5, 2022PM Modi to chair a high-level meeting on the #Ukraine issue shortly. pic.twitter.com/3ZKkljKexs
— ANI (@ANI) March 5, 2022
ତେବେ ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକାଧିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇସାରିଛି । ଆଜି ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ଅପରେସନ ଗଙ୍ଗାର ଅଗ୍ରଗତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନେ ଶବିଶେଷ ତଥ୍ଯ ଦେଇପାରନ୍ତି । ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ଉଭୟ ୟୁକ୍ରେନ ଓ ଋଷ ସରକାରଙ୍କ ସହ ଯୋଗଯୋଗରେ ରହି ଉଦ୍ଧାର ଅପରେସନ ଜାରି ରଖିଛି ଭାରତ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ