ETV Bharat / bharat

Voice of Global South summit: ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

author img

By

Published : Jan 12, 2023, 8:47 AM IST

Updated : Jan 12, 2023, 11:53 AM IST

ଆଜିଠୁ ଦୁଇ ଦିନିଆ ଭଏସ ଅଫ ଗ୍ଲୋବାଲ ସାଉଥ ସମ୍ମିଳନୀ । ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Voice of Global South summit
Voice of Global South summit

ନୂଆଦିଲ୍ଲୀ: ଆଜି 'ଭଏସ ଅଫ ଗ୍ଲୋବାଲ ସାଉଥ' ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଦ୍ବାରା ଆୟୋଜିତ ଏହି ଭର୍ଚ୍ଚୁଆଲ ସମ୍ମିଳନୀରେ ୧୨୦ରୁ ଉର୍ଦ୍ଧ୍ବ ଦେଶ ଅଂଶ ଗ୍ରହଣ କରିବେ । ଆଜି ଓ ଆସନ୍ତାକାଲି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଯାହାର ଥିମ ରହିଛି 'Voice of Global South-for Human-Centric Development' ।

ଗତ ସପ୍ତାହରେ ବୈଦେଶିକ ସଚିବ ବିନୟ କ୍ୱାଟ୍ରା ଗତ ସପ୍ତାହରେ ଗଣମାଧ୍ୟମକୁ କହିଥିଲେ ଯେ, ଏହି ସମ୍ମିଳନୀର ଥିମ ହେଉଛି ' ସ୍ବରର ଏକତା ଏବଂ ଉଦ୍ଦେଶ୍ୟର ଏକତା'। ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହି ଦୁଇ ଦିନିଆ ଅଧିବେଶନ ଆୟୋଜିତ ହେବ । ସମ୍ମିଳନୀରେ ବିଶ୍ୱ ଦକ୍ଷିଣର ରାଷ୍ଟ୍ର ଗୁଡ଼ିକୁ ଏକାଠି କରିବା ଏବଂ ସେମାନଙ୍କ ମତାମତ ନେବା ପାଇଁ ଏହି ସମ୍ମିଳନୀର ଯୋଜନା କରାଯାଇଛି । ଏହି ସମ୍ମିଳନୀ ଭାରତର 'ବସୁଦୈବ କୁଟୁମ୍ବକମ' ଦ୍ବାରା ଅନୁପ୍ରାଣିତ ବୋଲି ସେ କହିଛନ୍ତି । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ''G20ରେ ଭାରତର ଅଧ୍ୟକ୍ଷତା ସେହି ଦେଶ ମାନଙ୍କୁ ଏକ ବିଶେଷ ସୁଯୋଗ ପ୍ରଦାନ କରୁଛି, ଯେଉଁ ଦେଶ ଗୁଡିକ G20ର ସଦସ୍ୟ ହୋଇପାରିନାହାନ୍ତି । ଏହି ସମ୍ମିଳନୀ ମାଧ୍ୟମରେ ସେହି ଦେଶ ଗୁଡିକ G20କୁ ନେଇ ସେମାନଙ୍କର ମତାମତକୁ ଉପସ୍ଥାପନ କରିବେ ।''

ଭଏସ ଅଫ ଗ୍ଲୋବାଲ ସାଉଥ ସମ୍ମିଳନୀରେ ମୋଟ ୧୦ଟି ସେକ୍ସନ ହେବ । ଆଜି ୪ଟି ସେକ୍ସନ ହେବାକୁ ଥିବା ବେଳେ ଆସନ୍ତାକାଲି ୬ଟି ସେକ୍ସନ ଆୟୋଜିତ ହେବ । ପ୍ରତ୍ୟେକ ଅଧିବେଶନରେ 10 ରୁ 20 ଟି ଦେଶର ନେତା ଓ ମନ୍ତ୍ରୀଙ୍କ ଅଂଶଗ୍ରହଣ କରିବେ ।

୮ଟି ମନ୍ତ୍ରୀସ୍ତରୀୟ ଅଧିବେଶନ ହେବ: ' ଫିନାସିଂ- ପିପୁଲ-ସେଣ୍ଟ୍ରିକ ଡେଭଲପମେଣ୍ଟ' ଉପରେ ଅର୍ଥମନ୍ତ୍ରୀଙ୍କ ଅଧିବେଶନ, 'ପରିବେଶ ଅନୁକୂଳ ଜୀବନ ଶୈଳୀ ସହିତ ଅଭିବୃଦ୍ଧି ସନ୍ତୁଳନ' ଉପରେ ପରିବେଶ ମନ୍ତ୍ରୀଙ୍କ ଅଧିବେଶନ, 'ବିଶ୍ୱ ଦକ୍ଷିଣର ପ୍ରାଥମିକତା - ଏକ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା' ଉପରେ ବୈଦେଶିକ ମନ୍ତ୍ରୀଙ୍କ ଅଧିବେଶନ, 'ଶକ୍ତି ସୁରକ୍ଷା ଏବଂ ବିକାଶ - ସମୃଦ୍ଧିର ରୋଡମ୍ୟାପ' ଉପରେ ଶକ୍ତି ମନ୍ତ୍ରୀଙ୍କ ଅଧିବେଶନ, 'ସ୍ଥାୟୀ ସ୍ୱାସ୍ଥ୍ୟସେବା ଗଠନ ପାଇଁ ସହଯୋଗ' ଉପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧିବେଶନ, 'ମାନବ ସମ୍ବଳ ବିକାଶ ଏବଂ ଦକ୍ଷତା ବିକାଶ' ଉପରେ ଶିକ୍ଷା ମନ୍ତ୍ରୀଙ୍କ ଅଧିବେଶନ, ବାଣିଜ୍ୟର ବିକାଶ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ ଉପରେ ବାଣିଜ୍ୟ ମନ୍ତ୍ରୀଙ୍କ ଅଧିବେଶନ ଅନୁଷ୍ଠିତ ହେବ । ଶେଷରେ ଜି -20ରେ ଭାରତର ଅଧ୍ୟକ୍ଷତାକୁ ନେଇ ବୈଦେଶିକ ମନ୍ତ୍ରୀଙ୍କ ମତାମତ ନେଇ ଏକ ଅଧିବେଶନ ଅନୁଷ୍ଠିତ ହେବ ।

Last Updated : Jan 12, 2023, 11:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.