ETV Bharat / bharat

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି

author img

By

Published : Jan 16, 2021, 1:03 PM IST

ଷ୍ଟାର୍ଟଅପ୍ ଇଣ୍ଡିଆ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି। ଏହି ସମ୍ମିଳନୀର କାର୍ଯ୍ୟକ୍ରମ ସନ୍ଧ୍ୟା 5ଟା ସମୟରେ ଭିସି ମାଧ୍ୟମରେ ଆୟୋଜନ କରାଯିବ। ଅଧିକ ପଢନ୍ତୁ...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀକୁ ମୋଦିଙ୍କ ଉଦବୋଧନ

ନୂଆଦିଲ୍ଲୀ: ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି। ଏହି ସମ୍ମିଳନୀର କାର୍ଯ୍ୟକ୍ରମ ସନ୍ଧ୍ୟା 5ଟା ସମୟରେ ଭିସି ମାଧ୍ୟମରେ ଆୟୋଜନ କରାଯିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ଷ୍ଟାଟଅପ୍ ସହ ଆଲୋଚନା କରିବେ।

ପ୍ରାରମ୍ଭ ଷ୍ଟାଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ଜାନୁଆରୀ 15-16ରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ ଦ୍ବାରା ଆୟୋଜିତ ହେଉଛି। ଆଜି ଶିଖର ସମ୍ମିଳନୀର ଦ୍ବିତୀୟ ଏବଂ ଅନ୍ତିମ ଦିନ ଯାହାକି ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଇଁ ଦେଶମାନଙ୍କ ମଧ୍ୟରେ ସହଯୋଗର ମହତ୍ତ୍ବକୁ ପୁନର୍ବାର ଅନୁଧ୍ୟାନ କରିବ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ଗତକାଲିର ପ୍ରଥମ ଦିନ ବିଶ୍ବ ସ୍ତରର କିଛି ଅଗ୍ରଣୀ ଷ୍ଟାଟଅପ୍ କମ୍ପାନୀ ଗୁଡିକୁ ଗୋଟିଏ ପ୍ଲାଟଫର୍ମକୁ ଆଣିଥିଲା । ​​ଏବଂ ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀଙ୍କ ମନକୁ ପ୍ରଜ୍ବଳିତ କରିବା ପାଇଁ ସରକାରୀ ତଥା ଆନ୍ତର୍ଜାତୀୟ ସଂଗଠନଗୁଡ଼ିକୁ ସେମାନଙ୍କ ମତାମତ ବାଣ୍ଟିବାକୁ ସକ୍ଷମ କରିଥିଲା। ଗତକାଲି ଏହି ସମ୍ମିଳନୀକୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଉଦ୍ଘାଟନ କରିଥିଲେ।

ପ୍ରଥମ ଦିନରେ 1,20,000ରୁ ଅଧିକ ରେଜିଷ୍ଟ୍ରେସନ୍ କରାଯାଇଥିଲା ଏବଂ ଷ୍ଟାର୍ଟଅପ୍ ସମ୍ପ୍ରଦାୟର ମୁଖ୍ୟ ହିତାଧିକାରୀଙ୍କ ଅଂଶଗ୍ରହଣ କରିଥିଲେ। ଯେଉଁମାନେ ବହୁପକ୍ଷୀୟ ଆଲୋଚନାରେ ନିୟୋଜିତ ହୋଇଥିଲେ ଏବଂ ସେମାନଙ୍କର କୌଶଳକୁ ପ୍ରଦର୍ଶନ କରିଥିଲେ । ଷ୍ଟାର୍ଟଅପ୍ ପାଇଁ ଅନ୍ତର୍ଜାତୀୟକରଣ ଏବଂ ଭାରତୀୟ ଷ୍ଟାର୍ଟଅପ୍ ପାଇଁ ବିଶ୍ବର ପୁଞ୍ଜି ସଂଗ୍ରହ ଉପରେ ଏକ ରାଉଣ୍ଡ ଟେବୁଲ୍ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ବିଶ୍ବ ଉଦ୍ୟୋଗ ପାଣ୍ଠି ପାଇଁ ଇଜ୍ ଅଫ୍ ଡୁଇଂକୁ ପ୍ରୋତ୍ସାହିତ କରିଥିଲା ​​।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.