ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାସକମ ଟେକ୍ନୋଲୋଜି ଏବଂ ଲିଡସରସିପ ମଞ୍ଚ(ଏନଟିଏମଏଫ)କୁ ସମ୍ବୋଧିତ କରିବେ । ସମୟ 12ଟା 30ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଏନଟିଏଲଏଫର 29 ତମ ଅଧିବେଶନ ଫେବୃଆରୀ 17ରୁ 19 ମଧ୍ୟରେ ଆୟୋଜିତ ହେଉଛି । ଏହା ହେଉଛି ନ୍ୟାସନାଲ ଆସୋସିଏସନ ଅଫ ସଫ୍ଟୱେୟାର ଆଣ୍ଡ ସର୍ଭିସ କମ୍ପାନୀ (ନାସକମ)ଗୁଡିକର ଫ୍ଲାଗସିପ କାର୍ଯ୍ୟକ୍ରମ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି 'ଭବିଷ୍ୟତକୁ ଉତ୍ତମ ଢଙ୍ଗରେ ଗଢି ତୋଳିବା’ ।
ଏହି କାର୍ଯ୍ୟକ୍ରମରେ 30ରୁ ଅଧିକ ଦେଶରୁ 1600 ଅଂଶଗ୍ରହଣକାରୀ ଭାଗ ନେବେ । ଏହା ସହିତ ତିନି ଦିନିଆ ଆଲୋଚନା ସମୟରେ 30ରୁ ଅଧିକ ଉତ୍ପାଦ ପ୍ରଦର୍ଶିତ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
@ANI