ନୂଆଦିଲ୍ଲୀ: ଆଜି(ରବିବାର) ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ । ପୂର୍ବାହ୍ନ 11ଟାରେ ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଗତକାଲି ପ୍ରଧାନମନ୍ତ୍ରୀ ଏକ ପୁରୁଣା ମନ କି ବାତର ଭିଡିଓ ସେୟାର କରିଥିଲେ । ଯେଉଁଥିରେ ନିଶା ନିବାରଣ ଦିବସରେ ଡ୍ରଗ ବିରୋଧରେ ବିପଦକୁ ଦୂର କରିବାର ଅନେକ ଦିଗ ରହିଥିଲା । ଆସନ୍ତୁ #ShareFactsOnDrugs ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇବା ଏବଂ ଡ୍ରଗ୍ସ ଫ୍ରି ଇଣ୍ଡିଆ ବିଷୟରେ ଆମର ଦୃଷ୍ଟିକୋଣକୁ ହୃଦୟଙ୍ଗମ କରିବା ନେଇ ଟ୍ବିଟ କରି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତୀୟ ଜନତା ପାର୍ଟି ମୁଖ୍ୟ ଜେପି ନଡ୍ଡା ଶନିବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ପ୍ରତ୍ୟେକଙ୍କ ପାଇଁ ସାଧାରଣ ଆଲେଚନା ହୋଇପାରେ ହେଲେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଦଳୀୟ କର୍ମୀଙ୍କୁ ସେମାନଙ୍କ ସହଯୋଗୀଙ୍କ ସହିତ ଶୁଣିବାକୁ ଅନୁରୋଧ କରିଛନ୍ତି ନଡ୍ଡା ।
ଆଜିର ଏହି ମନ କି ବାତ କାର୍ଯ୍ୟକ୍ରମର 78ତମ ଏପିସୋଡ । କୋରୋନାର ତୃତୀୟ ଲହର ଓ ଟୀକାକରଣ ନେଇ କିଛି ଆଲୋଚନା ହେବା ନେଇ ସୂଚନା ମିଳିଛି । ଶେଷଥର ପାଇଁ ମେ 30ରେ ଦେଶବାସୀଙ୍କୁ ମନର କଥା କହିଥିଲେ ମୋଦି । କୋରୋନା ସହିତ ବାତ୍ୟ ମୁକାବିଲାରେ ଦେଶବାସୀଙ୍କ ଧୈର୍ଯ୍ୟକୁ ପ୍ରଶଂସା କରିଥିଲେ ମୋଦି ।
ମନ କି ବାତ ପ୍ରଧାନମନ୍ତ୍ରୀଙ୍କ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏହା ପ୍ରତିମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଏବଂ ଏୟାର ନ୍ୟୁଜ ୱେବସାଇଟରେ ଉପଲବ୍ଧ ହୋଇଥାଏ । ଆଜିର ଏହି ମନ କି ବାତ କାର୍ଯ୍ୟକ୍ରମର 78ତମ ଏପିସୋଡ ।
@ANI