ETV Bharat / bharat

UP Assembly Polls: ଆଜି ଭର୍ଚୁଆଲ ରାଲି କରିବେ ମୋଦି - ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜ

ବିଧାନସଭା ନିର୍ବାଚନୀ ମୁହାଁ ଉତ୍ତରପ୍ରଦେଶରେ ସରଗରମ ରାଜନୀତି ପାଣିପାଗ । ବିଭିନ୍ନ ଦଳ ପ୍ରାର୍ଥୀ ପତ୍ର ଜାରି କରିବା ପରେ କଥା, ପ୍ରତିଶ୍ରୁତି ବଳରେ କିପରି ଲୋକଙ୍କ ମନ ଜିଣିବେ ସେ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଅଧିକ ପଢନ୍ତୁ

ସୋମବାର ୟୁପି ପାଇଁ ଭର୍ଚୁଆଲ ରାଲି କରିବେ ମୋଦି

author img

By

Published : Jan 30, 2022, 1:40 PM IST

Updated : Jan 31, 2022, 7:14 AM IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନୀ ମୁହାଁ ଉତ୍ତରପ୍ରଦେଶରେ ସରଗରମ ରାଜନୀତି ପାଣିପାଗ । ଉଠୁଛି ପଡୁଛି ମଇଦାନ । ବିଭିନ୍ନ ଦଳ ପ୍ରାର୍ଥୀଙ୍କ ନାମ ଜାରି କରିବା ପରେ କଥା, ପ୍ରତିଶ୍ରୁତି ବଳରେ କିପରି ଲୋକଙ୍କ ମନ ଜିଣିବେ ସେ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ନିର୍ବାଚନୀ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଲେଣି ତୁଙ୍ଗ ନେତା । ଏହାରି ଭିତରେ ଆଜି (ସୋମବାର) ଉତ୍ତରପ୍ରଦେଶ ପାଇଁ ପ୍ରଥମ ଭର୍ଚୁଆଲ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଡିଜିଟାଲ ପ୍ଲାର୍ଟଫର୍ମ ଜରିଆରେ ଶାମଲି, ମୁଜାଫରନଗର, ବାଗପତ, ଶାହାରନପୁର ଓ ଗୌତମବୁଦ୍ଧନଗର ଜିଲ୍ଲାରେ ୨୧ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ସମ୍ବୋଧନ କରିବେ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପ୍ରତ୍ୟକ୍ଷ ରାଲି ଓ ସଭା ଉପରେ ରୋକ ଲଗାଇଛନ୍ତି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ୧୦୦ଟି ସ୍ଥାନରେ ଏଲଇଡି ସ୍କ୍ରିନ ସହ ପ୍ରଚାର ଭ୍ୟାନର ବ୍ୟବସ୍ଥା କରାଯାଇଛି । ଗୋଟିଏ ସ୍ଥାନରେ ୫୦ ହଜାର ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି ନିର୍ବାଚନୀ ରାଲିରେ ସାମିଲ କରାଯିବ। ଏହା ପୂର୍ବରୁ ଶନିବାର ମୁଜାଫରନଗର, ଦେଓବନ୍ଦ ଓ ଶାହାରନପୁରରେ ଘରକୁ ଘର ପ୍ରଚାର କରିଛନ୍ତି ।

ଏହା ସହିତ ପିଏମଙ୍କର ଏହି ଭର୍ଚୁଆଲ ରାଲିର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି । ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଇନଷ୍ଟାଗ୍ରାମ, ଫେସବୁକ, ଟୁଇଟର ଓ ୟୁଟ୍ୟୁବରେ ପାଖା ପାଖି ୧୦ ଲକ୍ଷ ଲୋକଙ୍କୁ ଯୋଡିବାର ବ୍ୟବସ୍ଥା କରାଯାଇଛି । ନିର୍ବାଚନୀ ତାରିଖ ଘୋଷଣା ପରେ ଏହା ମୋଦିଙ୍କ ପ୍ରଥମ ନିର୍ବାଚନୀ ପ୍ରଚାର । ଉତ୍ତରପ୍ରଦେଶରେ ଫେବ୍ରୁଆରୀ ୧୦ ତାରିଖରୁ ମାର୍ଚ୍ଚ ୭ ତାରିଖ ଯାଏଁ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୧୦ରେ ଫଳ ପ୍ରକାଶ ପାଇବ ।

Last Updated : Jan 31, 2022, 7:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.