ETV Bharat / bharat

ଏଆଇୟୁର 95ତମ ବାର୍ଷିକ ବୈଠକକୁ ସମ୍ଭୋଧନ କରିବେ ପ୍ରଧାନମନ୍ତ୍ରୀ - aiu annual meet

ଇଣ୍ଡିଆନ ୟୁନିଭରସିଟିର 95ତମ ବାର୍ଷିକ ବୈଠକରେ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଏଆଇୟୁର 95ତମ ବାର୍ଷିକ ବୈଠକକୁ ସମ୍ଭୋଧନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Apr 13, 2021, 4:28 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ୟୁନିଭରସିଟିର 95ତମ ବାର୍ଷିକ ବୈଠକରେ ଆସନ୍ତାକାଲି ସକାଳ 11ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁଳପତିଙ୍କ ଜାତୀୟ ସେମିନାରକୁ ମଧ୍ୟ ସମ୍ବୋଧିତ କରିବେ। ଏଥିସହ କିଶୋର ମକଓ୍ବନଙ୍କ ଦ୍ବାରା ବାବା ସାହେବ ଭିମରାଓ ଆମ୍ବେଦକରଙ୍କ ଜୀବନୀ ଉପରେ ଲିଖିତ 4ଟି ପୁସ୍ତକ ଉନ୍ମୋଚନ କରିବେ । ଏହି ବୈଠକ ଅହମ୍ମଦାବାଦର ଡ଼କ୍ଟର ବାବା ସାହେବ ଆମ୍ବେଦକର ଓପେନ ୟୁନିଭରସିଟିରେ ଅନୁଷ୍ଠିତ ହେବ ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଜାତୀୟ ସେମିନାରରେ ଭାରତରେ ଉଚ୍ଚ ଶିକ୍ଷାକୁ ପରିବର୍ତ୍ତନ କରିବା ପାଇଁ ଜାତୀୟ ଶିକ୍ଷାନୀତି 2020ର ବିଷୟବସ୍ତୁ ଉପରେ କୁଳପତି ଏକ ବୈଠକ କରିବେ । ଉନ୍ମୋଚିତ ହୋଇଥିବା ଜାତୀୟ ଶିକ୍ଷାନୀତି 2020 ଇମ୍ପିମେଣ୍ଟସନକୁ ସହଜରେ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ରହିଛି । ଯେଉଁଥିରେ ପ୍ରାଥମିକ ହିତାଧିକାରୀ ଛାତ୍ରମାନଙ୍କ ମଧ୍ୟରେ ଏହି ନୀତିକୁ ପ୍ରଭାବିତ କରିବା ଉପରେ ଏକ ଆକ୍ସନ ପ୍ଲାନ କରାଯାଇଛି । ଏଆଇୟୁର 96ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ବାର୍ଷିକ ବୈଠକ ଅନୁଷ୍ଠିତ ହେବ । 1925 ରେ ଡ. ସର୍ବପଲ୍ଲୀ ରାଧାକୃଷ୍ଣ ଓ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ତତ୍ତ୍ବାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । ଏଆଇୟୁ ଦେଶର ସବୁଠାରୁ ବଡ ବିଶ୍ବବିଦ୍ୟାଳୟ । ଏହାର 95ତମ ବାର୍ଷିକ ବୈଠକ ଆସନ୍ତାକାଲି ଅର୍ଥାତ ଏପ୍ରିଲ 14 ତାରିଖରେ ଅନୁଷ୍ଠିତ ହେବ । ଏହି ବୈଠକରେ ପୁରୁଣା ବର୍ଷର ସଫଳତା, ବର୍ତ୍ତମାନର ଆର୍ଥିକ ବିବରଣୀ ଓ ଆଗାମୀ ବର୍ଷ ପାଇଁ ବିସ୍ତୃତ ଭାବେ ଯୋଜନା କରାଯାଏ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.