ନୂଆଦିଲ୍ଲୀ: ଆଜି ଚଳିତ ମାସର ଶେଷ ରବିବାର । ଏହି ଦିନ ଦେଶବାସୀଙ୍କୁ ରେଡିଓରେ ମନ କଥା କହିଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମର ଆଜି 107ତମ ସଂସ୍କରଣ । ପୂର୍ବାହ୍ନ 11ଟାରେ 140 କୋଟି ଭାରତୀୟଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ବିଦେଶରେ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ବହୁ ଲୋକପ୍ରିୟତା ରହିଛି । କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବଙ୍କ ବିଷୟରେ କହିଥାଆନ୍ତି ପ୍ରଧାନମନ୍ତ୍ରୀ ।
ମନ୍ କି ବାତ୍ କାର୍ଯ୍ୟକ୍ରମର 23 କୋଟି ଲେଗୁଲାର ଶ୍ରୋତା ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହା ସହ ଅତନ୍ତ 100 କୋଟି ଲୋକ ଥରେ ଏହି କାର୍ଯ୍ୟକ୍ରମକୁ ଶୁଣିବାର ରେକର୍ଡ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଶୁଣିବାକୁ ମାସର ଶେଷ ରବିବାରକୁ ଅପେକ୍ଷା କରିଥାନ୍ତି ଦେଶବାସୀ । ରିପୋର୍ଟ ଅନୁସାରେ ଆଜି 107ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ କିଛି ବିଶେଷ ବିଷୟ ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।
ଏହା ବି ପଢନ୍ତୁ...Mann Ki Baat: ଆତ୍ମନିର୍ଭର ଭାରତ ନିର୍ମାଣ ଆମର ସ୍ବପ୍ନ କହିଲେ ପ୍ରଧାନମନ୍ତ୍ରୀ
109ତମ ଏପିସୋଡରେ କଣ କହିଥିଲେ: ଅକ୍ଟୋବର 29 ତାରିଖ ଶେଷ ରବିବାର 106ତମ ମନ୍ କି ବାତରେ ଦେଶବାସୀଙ୍କୁ ମନ କଥା କହିଥିଲେ । ଭୋକାଲ ଫର୍ ଲୋକାଲ୍ ମନ୍ତ୍ର ଦେଇ ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ୱ ଦେବାକୁ ଅପିଲ କରିଥିଲେ । ଏହା ସହିତ 31 ଅକ୍ଟୋବରରୁ MY BHARAT ରାଷ୍ଟ୍ରବ୍ୟାପୀ ସଂଗଠନର ଶୁଭାରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଦେଶରେ ଦେଢ଼ କୋଟି ଟଙ୍କାର ଖଦି ଜିନିଷ ବିକ୍ରି ହୋଇଥିବା କହିଥିଲେ ।
ପ୍ରକାଶ ଥାଉ କି, ପ୍ରତି ମାସ ଶେଷ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ମନ କଥା କହିଥାଆନ୍ତି । 2014 ଅକ୍ଟୋବର 3 ତାରିଖରେ ମନ୍ କି ବାତର ପ୍ରଥମ ଏପିସୋଡ୍ ପ୍ରସାରିତ ହୋଇଥିଲା । ପ୍ରଥମ ଏପିସୋଡ୍ 14 ମିନିଟର ପ୍ରସାରିତ ହୋଇଥିଲା । 2015 ଜୁନ୍ରେ ଏସିସୋଡ୍ ସମୟ ବଢ଼ି 30 ମିନିଟ୍ ହୋଇଥିଲା । ହିନ୍ଦୀ ଭାଷାରେ ସହ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନ କଥାକୁ ପ୍ରସାରିତ କରାଯାଇଥାଏ । ପ୍ରତିମାସ ଶେଷ ରବିବାର ପ୍ରଧାନମନ୍ତ୍ରୀଙ୍କ ମନ କଥା ଶୁଣିଥାଆନ୍ତି ଦେଶବାସୀ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବଙ୍କ ବିଷୟରେ କହି ପ୍ରେରଣା ଯୋଗାଇବା ସହ ସ୍ବଚ୍ଛତା ଅଭିଯାନ ସହ ଜଡିତ କଥା କହିଥାନ୍ତି ପ୍ରଧାନମନ୍ତ୍ରୀ ।