ETV Bharat / bharat

Mann Ki Baat: ଆଜି 104ତମ ମନ୍ କି ବାତ୍ କାର୍ଯ୍ୟକ୍ରମ, 23 କୋଟି ଲୋକ ରେଗୁଲାର ଶ୍ରୋତା - ମନ୍ କି ବାତ୍ କାର୍ଯ୍ୟକ୍ରମ

ଆଜି ପ୍ରଧାନମନ୍ତ୍ରୀଙ୍କ 104ତମ ମନ୍ କି ବାତ୍ ମାସିକ ରେଡିଓ କାର୍ଯ୍ୟକ୍ରମ । ଦେଶବାସୀଙ୍କୁ ମନ କଥା କହିବେ ମୋଦି । ଅଧିକ ପଢନ୍ତୁ

ମନ୍ କି ବାତ୍ ମାସିକ ରେଡିଓ କାର୍ଯ୍ୟକ୍ରମ ।
PM Modi Mann Ki Baat
author img

By ETV Bharat Odisha Team

Published : Aug 27, 2023, 7:09 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ । ଏହା 104ତମ ଏପିସୋଡ । ପ୍ରତି ମାସ ଶେଷ ରବିବାର ପରି ଆଜି ମଧ୍ୟ 140 କୋଟି ଭାରତୀୟଙ୍କୁ ମାସିକ ରେଡିଓ କାର୍ଯ୍ୟକ୍ରମ ଜରିଆରେ ମନ କଥା କହିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ 11ଟାରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ । ଦେଶ ବିଦେଶରେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ବହୁ ଲୋକପ୍ରିୟତା ହାସଲ କରିଛି ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଶୁଣିବାକୁ ମାସର ଶେଷ ରବିବାରକୁ ଅପେକ୍ଷା କରିଥାନ୍ତି ଦେଶବାସୀ । ପ୍ରାୟ 23 କୋଟି ଲୋକ ରେଗୁଲାର ମନ୍ କି ବାତ୍ ଶ୍ରୋତା ଥିବା ରିପୋର୍ଟରୁ ଜଣାପଡିଛି । ଏହା ସହ ଅନନ୍ତ 100 କୋଟି ଲୋକ ଥରେ ଏହି କାର୍ଯ୍ୟକ୍ରମକୁ ଶୁଣିବାର ରେକର୍ଡ ରହିଛି । ରିପୋର୍ଟ ଅନୁସାରେ ଆଜି 104ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଝାଡଖଣ୍ଡର ଲୋହରଦଗାର ମସିୟାତୁ ଗାଁର ଚର୍ଚ୍ଚା ହେବା ନେଇ ଖବର ମିଳିଛି । ପ୍ରଧାନମନ୍ତ୍ରୀ ଏହି ଗାଁକୁ ଆତ୍ମନିର୍ଭର ଭାରତ ରୂପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିବାରୁ ଚୟନ କରିଛନ୍ତି । ଏହା ଗାଁର ବିଶେଷତ୍ବ ହେଉଛି ଗ୍ରାମବାସୀ ବାଉଁଶରୁ ବିଭିନ୍ନ ଜିତିଷ ତିଆରି କରିଥାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଗାଁ ଲୋକଙ୍କ ସହ କଥା ମଧ୍ୟ ହେବେ ।

ଗତମାସ ଜୁଲାଇ 30 ତାରିଖରେ ପ୍ରଧାନମନ୍ତ୍ରୀ 103ତମ ମନ୍ କି ବାତରେ ଦେଶବାସୀଙ୍କୁ ମନକଥା କହିଥିଲେ । କ୍ରାନ୍ତିକାରୀଙ୍କୁ ସମ୍ମାନ ଦେବା ସହ 'ମୋ ମାଟି ମୋ ଦେଶ' ଅଭିଯାନର କଥା କହିଥିଲେ । ଏହା ସହିତ ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ନ୍ୟାସନାଲ ୱାର୍‌ ମେମୋରିଆଲରେ 'ଅମୃତ ବାଟିକା' ନିର୍ମାଣ ହେବା ନେଇ ଘୋଷଣା କରିଥିଲେ । ଏହା ସହିତ 77ତମ ସ୍ବାଧୀନତା ଦିବସ ପାଳନ ନେଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଆହ୍ବାନ ଦେଇଥିଲେ ।

ଏହା ବି ପଢନ୍ତୁ...Mann Ki Baat: କ୍ରାନ୍ତିକାରୀଙ୍କୁ ସମ୍ମାନ, ଲଞ୍ଚ୍‌ ହେବ 'ମେରି ମାଟି ମେରା ଦେଶ'

ଏହା ବି ପଢନ୍ତୁ...103rd Mann Ki Baat: ‘ନଷ୍ଟ କରାଯାଇଛି 12 ହଜାର କୋଟିର ଡ୍ରଗ୍ସ’

ପ୍ରକାଶ ଥାଉ କି, ପ୍ରତି ମାସ ଶେଷ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ମନ କଥା କହିଥାନ୍ତି । 2014 ଅକ୍ଟୋବରର 3 ତାରିଖରେ ମନ୍ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ଆଞ୍ଚଳିକ ଭାଷାରେ ମୋଦିଙ୍କ ମନ କଥାକୁ ପ୍ରସାରିତ କରାଯାଇଥାଏ । ପ୍ରତିମାସ ଶେଷ ରବିବାର ପ୍ରଧାନମନ୍ତ୍ରୀଙ୍କ ମନ କଥା ଶୁଣିଥାନ୍ତି ଦେଶବାସୀ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବଙ୍କ ବିଷୟରେ କହିଥାନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.