ଗାନ୍ଧୀନଗର: ୫ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ବିପୁଳ ସଫଳତା । ବିଜେପିର ଏହି ଐତିହାସିକ ବିଜୟ ପରେ ଏବେ ଫୋକସରେ ଗୁଜୁରାଟ ନିର୍ବାଚନ । ଡିସେମ୍ବରରେ ଗୁଜୁରାଟ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତ କରୁଛନ୍ତି । ଅମିତ ଶାହା କିଛି ଦିନ ପୂର୍ବେ ଗୁଜୁରାଟ ଗସ୍ତ କରିଥିବା ବେଳେ ଆସନ୍ତା ୧୮ରୁ ତିନିଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଏନେଇ ଗୁଜୁରାଟର ମନ୍ତ୍ରୀ ଜିତୁ ବଘାନୀ ପ୍ରଧାନମନ୍ତ୍ରୀ କାର୍ଯ୍ୟସୂଚି ପ୍ରଦାନ କରିଛନ୍ତି ।
ନଜର ପକାନ୍ତୁ କାର୍ଯ୍ୟସୂଚୀ ଉପରେ
- ଏପ୍ରିଲ ୧୮ରେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୫ଟା ୩୦ ମିନିଟରେ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ସନ୍ଧ୍ୟା ୬ରୁ ୭ ପର୍ଯ୍ୟନ୍ତ କମାଣ୍ଡ ଓ କଣ୍ଟ୍ରୋଲ ୟୁନିଟ ପରିଦର୍ଶନ କରି ରାଜଭବନରେ ରାତ୍ରୀଯାପନ କରିବେ ।
- ଏପ୍ରିଲ ୧୯ ସକାଳ ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଦିଓଦାରରେ ବନାସଡେରୀ ପ୍ରକଳ୍ପର ଉଘାଟନ କରିବେ । ଏହାପରେ ଜାମନଗରରେ ୧ ଟା୩୦ରେ ଆୟୁର୍ବେଦିକ ବିଶ୍ୱବିଦ୍ୟାଳୟ ଭବନ ଏବଂ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ କେନ୍ଦ୍ର ପାରମ୍ପାରିକ ଚିକିତ୍ସାର ଶୁଭାରମ୍ଭ କରିବେ ।
- ଏପ୍ରିଲ ୨୦ରେ ସକାଳ ୧୦ଟା ୩୦ରୁ ୧୨ଟା ପର୍ଯ୍ୟନ୍ତ ଗାନ୍ଧୀନଗର ମହାତ୍ମା ମନ୍ଦିରରେ ଗ୍ଲୋବାଲ ଆୟୁର୍ବେଦ ସମ୍ମିଳନୀରେ ଯୋଗ ଦେବେ । ଅପରାହ୍ନରେ ଗୋଧରା ଏବଂ ପଞ୍ଚମହଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।