ETV Bharat / bharat

PM Release Cheetahs: ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି ( ଶନିବାର) ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନ (Kuno National Park) ରେ ଜଙ୍ଗଲୀ ଚିତା (Cheetahs) ବାଘ ମାନଙ୍କୁ ଛାଡିଛନ୍ତି । ଚିତା ବାଘ ପ୍ରଜାତି ଭାରତରୁ ବହୁ ବର୍ଷ ପୂର୍ବରୁ ବିଲୁପ୍ତ ହୋଇଯାଇଥିଲେ । ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟା (Namibia ) ରୁ ଭାରତକୁ ଚିତା ବାଘ ଗୁଡିକୁ ଅଣାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Sep 17, 2022, 9:16 PM IST

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି ( ଶନିବାର) ଦିନ ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନ (Kuno National Park) ରେ ଜଙ୍ଗଲୀ ଚିତା (Cheetahs) ବାଘ ମାନଙ୍କୁ ଛାଡିଛନ୍ତି । ଚିତା ବାଘ ପ୍ରଜାତି ଭାରତରୁ ବହୁ ବର୍ଷ ପୂର୍ବରୁ ବିଲୁପ୍ତ ହୋଇଯାଇଥିଲେ। ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟା (Namibia ) ରୁ ଭାରତକୁ ଚିତା ବାଘ ଗୁଡିକୁ ଅଣାଯାଇଛି । ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ । ଏହି ପ୍ରକଳ୍ପ ଅଧୀନରେ ଅଣାଯାଇଥିବା ଆଠଟି ଚିତା ମଧ୍ୟରୁ ୫ଟି ମାଈ ଏବଂ ୩ଟି ଅଣ୍ଡିରା ରହିଛନ୍ତି ।

କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତା ଗୁଡିକୁ ଛାଡିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚିତା ମିତ୍ର, ଚିତା ପୁନଃର୍ବାସ ପରିଚାଳନା ଦଳ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସମାରୋହରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ।

ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବନ୍ୟପ୍ରାଣୀ ଏବଂ ସେମାନଙ୍କର ବାସ ସ୍ଥଳିର ପୁନଃରୁଦ୍ଧାର ଏବଂ ବିବିଧକରଣ ପାଇଁ ସରକାର ପ୍ରୟାସ କରି ଆସୁଛନ୍ତି । ଏହି ଉଦ୍ୟମର ଅଂଶବିଶେଷ ସ୍ୱରୂପ କୁନୋ ଜାତୀୟ ଉଦ୍ୟାନରେ ଚିତା ଗୁଡିକୁ ଆଜି ପ୍ରଧାନମନ୍ତ୍ରୀ ଛାଡିଛନ୍ତି । ୧୯୫୨ ମସିହା ଠାରୁ ଭାରତରେ ଚିତା ବାଘମାନଙ୍କୁ ବିଲୁପ୍ତ ଘୋଷଣା କରାଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ରାଜିନାମା ଅନ୍ତର୍ଗତ ନାମିବ୍ୟାରୁ ଏହି ଚିତା ଗୁଡିକୁ ଆଣି ଏଠାରେ ଛଡାଯାଇଛି । ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ ‘ପ୍ରୋଜେକ୍ଟ ଚିତା’ ଅଧୀନରେ ଚିତାମାନଙ୍କର ସଂରକ୍ଷଣ ପାଇଁ ଏହି ଉଦ୍ୟମ କରାଯାଉଛି । ଭାରତକୁ ଚିତା ଅଣାଯିବା ଦ୍ୱାରା ମୁକ୍ତ ଜଙ୍ଗଲ ଏବଂ ଚାରଣଭୂମି ପରିବେଶ ପରିତନ୍ତ୍ରର ପୁନରୁଦ୍ଧାର ହେବ । ଏହା ମଧ୍ୟ ଜୈବ ବିବିଧତାର ସଂରକ୍ଷଣ ସହିତ ଜଳ ସୁରକ୍ଷା, କାର୍ବନ ସିକ୍ୟୁଷ୍ଟ୍ରେସନ ବା ଅଙ୍ଗାରକ ପୃଥକୀକରଣ ଏବଂ ଜଳ ଆର୍ଦ୍ରତା ସଂରକ୍ଷଣ ଭଳି ଇକୋସିଷ୍ଟମ ବା ପରିବେଶ ପରିତନ୍ତ୍ର ସେବାକୁ ବଢାଇବ ଯାହାର ବ୍ୟାପକ ଲାଭ ଦେଶ ପାଇବ ।

ଗତ ଆଠ ବର୍ଷ ମଧ୍ୟରେ ଦୀର୍ଘସ୍ଥାୟିତ୍ୱ ଏବଂ ପରିବେଶ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ଚିତା ପୁନଃର୍ବାସ ପ୍ରକଳ୍ପ ଆରମ୍ଭ ହେବା ଏହି କାର୍ଯ୍ୟଧାରାର ଏକ ଅଂଶବିଶେଷ । ଏସବୁ ପଦକ୍ଷେପ ଫଳରେ ପରିବେଶ ସୁରକ୍ଷା ଏବଂ ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରାଯାଇପାରିଛି । ୨୦୧୪ରେ ଦେଶର ମୋଟ ଭୌଗୋଳିକ କ୍ଷେତ୍ର ମଧ୍ୟରୁ ସଂରକ୍ଷିତ ଅଞ୍ଚଳର ପ୍ରସାର ୪.୯୦ ପ୍ରତିଶତ ଥିଲା, ବର୍ତ୍ତମାନ ଏହା ୫.୦୩ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୪ରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ କ୍ଷେତ୍ରଗୁଡ଼ିକର ସଂଖ୍ୟା ଥିଲା ୭୪୦ ଏବଂ ଏସବୁ କ୍ଷେତ୍ରର ମୋଟ କ୍ଷେତ୍ରଫଳ ଥିଲା ୧,୬୧,୦୮୧.୬୨ ବର୍ଗ କିଲୋମିଟର । ବର୍ତ୍ତମାନ ସଂରକ୍ଷିତ ଅଞ୍ଚଳ ସଂଖ୍ୟା ୯୮୧କୁ ବୃଦ୍ଧି ପାଇଥିବା ବେଳେ ଏସବୁ ଅଞ୍ଚଳର କ୍ଷେତ୍ରଫଳ ୧,୭୧,୯୨୧ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ।

ଗତ ୪ ବର୍ଷ ମଧ୍ୟରେ ଦେଶରେ ଜଙ୍ଗଲ ଓ ଗଛର ଘନତ୍ୱ ୧୬ ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇଛି । ନିରନ୍ତର ଭାବେ ଜଙ୍ଗଲ ଘନତ୍ୱ ବୃଦ୍ଧି କ୍ଷେତ୍ରରେ ଭାରତ ବିଶ୍ୱର ହାତଗଣତି ରାଷ୍ଟ୍ରମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି । ଦେଶରେ ଗୋଷ୍ଠୀ ଅଭୟାରଣ୍ୟ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦୧୪ରେ ଏପରି କ୍ଷେତ୍ର ସଂଖ୍ୟା ୪୩ ଥିବା ବେଳେ ୨୦୧୯ ରେ ଏହା ବୃଦ୍ଧି ପାଇ ୧୦୦ ରୁ ଅଧିକ ହୋଇଯାଇଛି ।

ଭାରତରେ ୫୨ଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି ଏବଂ ୧୮ ରାଜ୍ୟରେ ବ୍ୟାପି ରହିଥିବା ଏସବୁ ଅଭୟାରଣ୍ୟର ମୋଟ କ୍ଷେତ୍ରଫଳ ହେଉଛି ୭୫ ହଜାର ବର୍ଗ କିଲୋମିଟର । ବିଶ୍ୱସ୍ତରରେ ମୋଟ ଜଙ୍ଗଲୀ ବାଘଙ୍କ ମଧ୍ୟରୁ ୭୫% କେବଳ ଭାରତରେ ରହୁଛନ୍ତି । ୨୦୨୨ ସୁଦ୍ଧା ବାଘଙ୍କ ସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଭାରତ ଲକ୍ଷ୍ୟ ନିର୍ଦ୍ଧାରଣ କରିଥିଲା, କିନ୍ତୁ ଏହାର ୪ ବର୍ଷ ପୂର୍ବରୁ ୨୦୧୮ରେ ଦେଶ ଏହି ଲକ୍ଷ୍ୟ ହାସଲ କରିପାରିଛି । ୨୦୧୪ରେ ଦେଶରେ ବାଘଙ୍କ ସଂଖ୍ୟା ୨,୨୨୬ ଥିବା ଥିବା ବେଳେ ୨୦୧୮ରେ ଏହା ୨୯୬୭କୁ ବୃଦ୍ଧି ପାଇଛି । ୨୦୧୪ ରେ ବାଘ ସଂରକ୍ଷଣ ପାଇଁ ବଜେଟ ଆବଣ୍ଟନ ପରିମାଣ ୧୮୫ କୋଟି ଟଙ୍କା ଥିବା ବେଳେ ୨୦୨୨ ରେ ଏହା ୩୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ଦେଶରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ବଢୁଛି । ୨୦୧୫ରେ ଏମାନଙ୍କ ସଂଖ୍ୟା ୫୨୩ ଥିଲା, ବର୍ତ୍ତମାନ ଏହା ୬୭୪କୁ ବୃଦ୍ଧି ପାଇଛି । ସିଂହଙ୍କ ସଂଖ୍ୟାରେ ୨୮.୮୭ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ଯାହାକି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଅଭିବୃଦ୍ଧି ହାର । ଏବେ ଭାରତରେ ୧୨ ହଜାର ୮୫୩ଟି କଲରାପତରିଆ ବାଘ ଅଛନ୍ତି । ୨୦୧୪ରେ କରାଯାଇଥିବା ଗଣନା ଅନୁଯାୟୀ ଏମାନଙ୍କ ସଂଖ୍ୟା ୭୯୧୦ ଥିଲା । କଲରାପତରିଆ ବାଘଙ୍କ ସଂଖ୍ୟାରେ ୬୦% ବୃଦ୍ଧି ଦେଖିବାକୁ ମିଳିଛି ।

ଆଜିର ପ୍ରୋଜେକ୍ଟ ଚିତା କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଭୂପେନ୍ଦ୍ର ଯାଦବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ୱିନୀ କୁମାର ଚୌବେ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.