ETV Bharat / bharat

ରାଜସ୍ଥାନ ଜଙ୍ଗଲ ନିଆଁ, ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ - ବାଘ୍ର ଅଭୟାରଣ୍ୟରେ ନିଆଁ

ରାଜସ୍ଥାନ ଜଙ୍ଗଲରେ ନିଆଁ । ଚିନ୍ତାବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଜାରି ରହିଛି ନିଆଁ ଲିଭା କାର୍ଯ୍ୟ । ଅଧିକ ପଢନ୍ତୁ

ରାଜସ୍ଥାନ ଜଙ୍ଗଲ ନିଆ: ମୁଖ୍ୟମନ୍ତ୍ରୀ ଗେହୋଲୋଟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

author img

By

Published : Mar 30, 2022, 4:38 PM IST

ନୂଆଦିଲ୍ଲୀ: ରାଜସ୍ଥାନର ସରିସ୍କା ବ୍ୟାଘ୍ର ଅଭୟାରଣ୍ୟରେ ଲାଗିଥିବା ଜଙ୍ଗଲ ନିଆଁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଫୋନରେ କଥା ହୋଇଛନ୍ତି । ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ଓ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ରାଜସ୍ଥାନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

  • PM Modi spoke to Rajasthan CM Ashok Gehlot on the fire at Sariska Tiger reserve; expressed concern at the situation and assured all help: GoI sources

    — ANI (@ANI) March 30, 2022 " class="align-text-top noRightClick twitterSection" data=" ">

ସରିସ୍କା ବ୍ୟାଘ୍ର ଅଭୟାରଣ୍ୟରେ ଲାଗିଥିବା ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଥିବା ବେଳେ ଆୟତ୍ତ କାର୍ଯ୍ୟରେ ବାୟୁସେନାର ଦୁଇ ହେଲିକପ୍ଟର ନିୟୋଜିତ ହୋଇଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ, ଅଗ୍ନିଶମ ଟିମ ମଧ୍ୟ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ଗ୍ରୀଷ୍ମ ଋତୁ ହୋଇଥିବାରୁ ଜଙ୍ଗଲରେ ଶୁଖିଲା ପତ୍ର ଓ ଘାସ ଅନେକ ମାତ୍ରାରେ ରହିଥିବା ଯୋଗୁଁ ନିଆଁ ବ୍ୟାପିବାରେ ଲାଗିଛି । ରାଜସ୍ଥାନ ସରକାର ଓ ବନ ବିଭାଗ ଏହା ମଧ୍ୟ ସୂଚନା ଦେଇଛନ୍ତି ନିଆଁ ପୂର୍ବାପେକ୍ଷା ନିୟନ୍ତ୍ରଣକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.