ହାଇଦ୍ରାବାଦ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନେତାନ୍ୟାହୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାବେ ଚଳିତ ଥର ନିର୍ବାଚିତ ହେବା ପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ଟେଲିଫୋନିକ ବାର୍ତ୍ତାଳାପ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାନ୍ୟାହୁଙ୍କୁ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ପରେ ଦୁଇ ଦେଶର ମିଳିତ ପ୍ରସଙ୍ଗ ସହ ଏକାଧିକ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଉଭୟ ନେତା ସେମାନଙ୍କର ମତ ବିନିମୟ କରିଥିଲେ ।
-
Prime Minister Narendra Modi speaks on telephone with Benjamin Netanyahu, congratulates him for getting elected as PM of Israel for the sixth time. pic.twitter.com/EhMqqX3sMp
— ANI (@ANI) January 11, 2023 " class="align-text-top noRightClick twitterSection" data="
">Prime Minister Narendra Modi speaks on telephone with Benjamin Netanyahu, congratulates him for getting elected as PM of Israel for the sixth time. pic.twitter.com/EhMqqX3sMp
— ANI (@ANI) January 11, 2023Prime Minister Narendra Modi speaks on telephone with Benjamin Netanyahu, congratulates him for getting elected as PM of Israel for the sixth time. pic.twitter.com/EhMqqX3sMp
— ANI (@ANI) January 11, 2023
ନେତିନ୍ୟାହୁ 6ଷ୍ଠ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ପର୍ବରୁ ତାଙ୍କ ନେତୃତ୍ବରେ ଭାରତ-ଇସ୍ରାଏଲ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବେଶ ସୁଦୃଢ ମଧ୍ୟ ହୋଇଥିଲା । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବେଶ ଘନିଷ୍ଠ ସମ୍ପର୍କ ମଧ୍ୟ ରହିଛି । ତାଙ୍କ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ମଧ୍ୟ ଗସ୍ତ କରିଛନ୍ତି । ସେହିପରି ପ୍ରତିରକ୍ଷା ସମେତ ଏକାଧିକ କ୍ଷେତ୍ରରେ ଦୁଇ ଦେଶ ପରସ୍ପରର ଘନିଷ୍ଠ ସହଯୋଗୀ ଭାବେ ରହିଛନ୍ତି । ହିରନ ଡ୍ରୋନ ପରି ଅତ୍ୟାଧୁନିକ ଡ୍ରୋନ ମଧ୍ୟ ଭାରତ ଇସ୍ରାଏଲଠାରୁ କ୍ରୟ କରିଛି । ଜାତିସଂଘ ଓ ଅନ୍ୟ କିଛି ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ଉଭୟ ଦେଶ ପରସ୍ପରକୁ ସମର୍ଥନ ଦେଇଆସିଛନ୍ତି । ଏହି କ୍ରମରେ ଗତବର୍ଷ ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କର 30ବର୍ଷ ପୂର୍ତ୍ତି ମଧ୍ୟ ମଧ୍ୟ ପାଳନ କରିଥିଲେ ।
କିଛି ଦିନ କ୍ଷମତାରୁ ଦୂରରେ ରହିବା ପରେ ପୁଣି ଥରେ ଇସ୍ରାଏଲରେ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କ୍ଷମତାର ଯୁଗ ଆରମ୍ଭ ହୋଇଛି । ଚଳିତଥରକୁ ମିଶାଇ ସେ ଇସ୍ରାଏଲରେ ଷଷ୍ଠ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଚଳିତ ଥର ନିର୍ବାଚିତ ହେବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନେତିନ୍ୟାହୁଙ୍କ ପ୍ରଥମ ବାର୍ତ୍ତାଳାପ । ଇସ୍ରାଏଲରେ ମୋଟ ୧୨୦ ନିର୍ବାଚିତ ଜନପ୍ରତିନିଧିଙ୍କର ଆସନ । ଇସ୍ରାଏଲରେ ନାଗରିକ କେବେ କୌଣସି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି ନାହିଁ ବରଂ ପ୍ରାର୍ଥୀଙ୍କ ଦଳକୁ ଭୋଟ ଦିଅନ୍ତି । ସାମରିକ କ୍ଷେତ୍ରରେ ବେଶ ଶକ୍ତିଶାଳୀ ହେଉଛି ଇସ୍ରାଏଲ । ବିଶ୍ବର ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ଦେଶ କୁହାଯାଉଥିବା ଇସ୍ରାଏଲ ନିଜର ଅସ୍ତିତ୍ବ ପାଇଁ ଏକାଧିକ ଆକ୍ରମଣର ଶିକାର ହୋଇସାରିଛି । ନିଜର ଦୃଢ ସାମରିକ ନୀତି ଫଳରେ ଏକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି ଇସ୍ରାଏଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ