ETV Bharat / bharat

Modi On Constitution Day; ସୁସ୍ଥ ଗଣତନ୍ତ୍ର ପାଇଁ ବିପଦ ପାରିବାରିକ ରାଜନୀତି

author img

By

Published : Nov 26, 2021, 4:31 PM IST

ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ହୋଇଛି ନଭେମ୍ବର ୨୬ ସମ୍ବିଧାନିକ ଦିବସ (Constitution Day) । ଏହି ଅବସରରେ ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ପାରିବାରିକ ରାଜନୀତିକୁ ନେଇ ଚର୍ଚ୍ଚା କରିଛନ୍ତି ପିଏମ ମୋଦି । ଅଧିକ ପଢନ୍ତୁ

PM Modi on Constitutional Day
PM Modi on Constitutional Day; ସୁସ୍ଥ ଗଣତନ୍ତ୍ର ପାଇଁ ପାରିବାରିକ ରାଜନୀତି ବିପଦ

ନୂଆଦିଲ୍ଲୀ: ନଭେମ୍ବର ୨୬ ସମ୍ବିଧାନ ଦିବସ (Constitution Day) ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ବୈଠକରେ ସାଂସଦମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣତନ୍ତ୍ରରେ ସମ୍ବିଧାନ କେତେ ଗୁରୁତ୍ବପୂର୍ଣ୍ଣ, ସେ ବିଷୟରେ ଆଲୋଚନା କରିଛନ୍ତି । ତେବେ ଏହି ଅବସରରେ ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଥିବା ପାରିବାରିକ ରାଜନୀତିକୁ ନେଇ ଚର୍ଚ୍ଚା କରିଛନ୍ତି ପିଏମ ମୋଦି ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ବୈଠକରେ କହିଛନ୍ତି ଯେ, ଯଦି କୌଣସି ଦଳକୁ ଗୋଟିଏ ପରିବାର ଦୀର୍ଘ ଦିନ ଧରି ପରିଚାଳନା କରେ ତେବେ ତାହା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟୀ କରେ । ଦଳ ପରିବାର ପାଇଁ, ଦଳ ପରିବାର ଦ୍ବାର (Party for the family, by the family) ଆଉ କିଛି କହିବାର ଆବଶ୍ୟକତା ନାହିଁ । ଏହା ସୁସ୍ଥ ଗଣତନ୍ତ୍ର ପାଇଁ ଘୋର ବିପଦ ବୋଲି ପିଏମ ମୋଦି କହିଛନ୍ତି । ଯେତେବେଳେ କୌଣସି ରାଜନୈତିକ ଦଳ ନିଜର ଗଣତାନ୍ତ୍ରିକ ମୂଲ୍ୟବୋଧ ହରାଏ । ସେତେବେଳେ ଦେଶର ଗଣତନ୍ତ୍ରର ଆତ୍ମା ଆଘାତ ପ୍ରାପ୍ତ ହୁଏ । ସମ୍ବିଧାନର ପ୍ରତ୍ୟକ ଧାରା ଆଘାତ ପ୍ରାପ୍ତ ହୁଏ। ତେଣୁ ସମସ୍ତ ରାଜନୈତିକ ଦଳକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରଖିବା ଜରୁରୀ ।

ଏହା ସହ ଦେଶରେ ସାମ୍ବିଧାନକି ଗଣତାନ୍ତ୍ରିକ ପରମ୍ପରା ରହିଛି ଏବଂ ଏଠାରେ ରାଜନୈତିକ ଦଳ ଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଜନୈତିକ ଦଳଗୁଡିକୁ ସମ୍ବିଧାନର ମର୍ଯ୍ୟଦା ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ପ୍ରମୁଖ ମାଧ୍ୟମ ଅଟନ୍ତି । କିନ୍ତୁ ଯେତେବେଳେ ରାଜନୈତିକ ଦଳ ଗୁଡିକ ସମ୍ବିଧାନର ଆତ୍ମା ପ୍ରତି ଆଘାତ ପ୍ରାପ୍ତ କରନ୍ତି ସେତେବେଳେ ରାଜନୈତିକ ଦଳ ଗୁଡିକ ନିଜର ଗଣତାନ୍ତ୍ରିକ ମୂଲ୍ୟବଧ ହରାଇ ବସନ୍ତି ବୋଲି କିହଛନ୍ତି । ଆଜି ମୁମ୍ବାଇର ୨୬/11 ତାଜ ହୋଟେଲ ଆତଙ୍କବାଦୀ ଆକ୍ରମଣକୁ ୧୩ ବର୍ଷ ପୁରିଛି । ଏହି ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ବୈଠକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭଙ୍କେୟା ନାଇଡୁ , ଲୋକସଭା ବାଚସ୍ପତି ଓମ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ ଭାଷଣ ରଖିଥିଲେ ।

ସୂଚନାଥାଉକି ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ବିଧିବଦ୍ଧ ଭାବରେ ଭାରତ ଶାସନରେ ଜଡିତ ହୋଇଥିଲା । ୧୯୫୦ ଜାନୁୟାରୀ ୨୬ ତାରିଖ ଦିନ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଘୋଷଣା କରାଯାଇଥିଲା । ୨୦୧୫ ମସିହାରୁ ଏନଡିଏ ସରକାର ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.