ETV Bharat / bharat

Manipur violence: ‘ମନ କି ବାତ’ରେ ପଦୁଟିଏ କହିଲେନି ପ୍ରଧାନମନ୍ତ୍ରୀ, କଂଗ୍ରେସ ଓ ଟିଏମସିର ଟାର୍ଗେଟ

author img

By

Published : Jun 18, 2023, 7:13 PM IST

ମନ କି ବାତ୍‌ କାର୍ଯ୍ୟକ୍ରମରେ ମଣିପୁର ହିଂସା ନେଇ ପ୍ରଧାନମନ୍ତ୍ରୀ ପଦେ କହିଲେ ନାହିଁ । ନୀରବତା ନେଇ ପ୍ରଶ୍ନ କଲେ ବିରୋଧୀ । କଂଗ୍ରେସ କହିଲେ ମନ କୀ ବାତ । ଟିଏମସି କହିଲା ଏବେ ମଣିପୁର କି ବାତ ହେବା ଉଚିତ । ଅଧିକ ପଢନ୍ତୁ

PM Modi skips Manipur in Mann ki Baat
PM Modi skips Manipur in Mann ki Baat

ନୂଆଦିଲ୍ଲୀ: ଦୀର୍ଘ 40 ଦିନରୁ ଅଧିକ ହେବ ଜଳୁଛି ଉତ୍ତର-ପୂର୍ବର ରାଜ୍ୟ ମଣିପୁର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତମାମ ପ୍ରାୟସ, ବ୍ୟାପକ ଫୋର୍ସ ମୁତୟନ ସତ୍ତ୍ବେ ମଧ୍ୟ ରଜ୍ୟରେ ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ପାରିନାହିଁ । ପୂର୍ବରୁ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ନେଇ ବିରୋଧୀ ପ୍ରଶ୍ନ କରି ଆସୁଥିଲେ । ହେଲେ ସଙ୍ଗୀନ ସ୍ଥିତି ସତ୍ତ୍ବେ ମଧ୍ୟ ଆଜି ପ୍ରଧାନମନ୍ତ୍ରୀଙ୍କ ରେଡିଓ ସମ୍ବୋଧନ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଏହି ପ୍ରସଙ୍ଗ ସ୍ଥାନ ନପାଇବା ପରେ ବିରୋଧୀ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଚାର୍ଗେଟ କରିଛନ୍ତି । ଆଜି କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଉଭୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।

  • So one more Mann ki Baat but Maun on Manipur. The PM patted himself on the back for India's great capabilities in disaster management. What about the entirely man-made (actually self-inflicted) humanitarian disaster that is confronting Manipur. Still no appeal for peace from him.…

    — Jairam Ramesh (@Jairam_Ramesh) June 18, 2023 " class="align-text-top noRightClick twitterSection" data=" ">

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହିଛନ୍ତି, ବିପର୍ଯ୍ୟୟ ପରିଚାଳନାରେ ଭାରତର ସାମର୍ଥ୍ୟ କଥା ପ୍ରଧାନମନ୍ତ୍ରୀ କହିଲେ, ହେଲେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଯେଉଁ ମାନବିକ ବିପର୍ଯ୍ୟୟ ଜାରି ରହିଛି, ସେ ସମ୍ପର୍କରେ କ’ଣ ? ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କଠାରୁ କୌଣସି ଶାନ୍ତି ନିବେଦନ ମଧ୍ୟ କରାଯାଇନି । କେନ୍ଦ୍ର ନିକଟରେ ଏକ ଅଣଅଡିଟ୍‌ଯୋଗ୍ୟ ପିଏମ କେୟାର ଫଣ୍ଡ ରହିଛି, ହେଲେ ପ୍ରଧାନମନ୍ତ୍ରୀ ମଣିପୁର ପ୍ରତି କେତେ ଯତ୍ନଶୀଳ ତାହା ବାସ୍ତବରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • Enough Mann Ki Baat now is time for some Manipur ki Baat.
    Honourable PM @narendramodi ji

    — Mahua Moitra (@MahuaMoitra) June 18, 2023 " class="align-text-top noRightClick twitterSection" data=" ">

ସେହିପରି ତୃଣମୂଳ କଂଗ୍ରେସର ଫାଏର ବ୍ରାଣ୍ଡ ନେତ୍ରୀ ତଥା ସାଂସଦ ମହୁଆ ମୋଇତ୍ରା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ କରି କରିଥିବା ଟ୍ବିଟରେ ମୋଇତ୍ରା ଲେଖିଛନ୍ତି, ଏବେ ମନ କି ବାତ ବହୁତ ହୋଇଗଲା, ଏବେ ମଣିପୁର ବାତର ସମୟ ଆସିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତା ଉପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂ ପ୍ରଶ୍ନ କରି ସାରିଛନ୍ତି । ତାଙ୍କ ନେତୃତ୍ବରେ ରାଜ୍ୟର 10 ରାଜନୈତିକ ଦଳର ପ୍ରତିନିଧି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଅପେକ୍ଷା କରିଛନ୍ତି, ହେଲେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନୀରବତା ଧାରଣ କରିଛନ୍ତି ବୋଲି ଓକ୍ରାମ ଇବୋବି ସିଂ କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଜୁନ 20 ତାରିଖରେ ଆମେରିକା ଗସ୍ତ କରିବା ପୂର୍ବରୁ ମଣିପୁରରୁ ଆସିଥିବା ପ୍ରତିନିଧିମଣ୍ଡଳୀକୁ ଆଲୋଚନା ପାଇଁ ସମୟ ଦେବେ ବୋଲି ସେ ଆଶା କରିଥିଲେ । ଅନ୍ଯପଟେ ଆଜି ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂ ପଡୋଶୀ ପ୍ରତିପକ୍ଷ ଜୋରାମଥାଙ୍ଗାଙ୍କ ସହ ଫୋନରେ ସ୍ଥିତି ନେଇ ଆଲୋଚନା କରି ସହଯୋଗ ଆଶା କରିଛନ୍ତି ।

ମଣିପୁରରେ ମେ’ 3ରେ ଆରମ୍ଭ ହୋଇଥିବା ହିଂସା ଏବେ ସୁଦ୍ଧା ମଧ୍ୟ ଥମିମାର ନାଁ ନେଉନାହିଁ । ପୂର୍ବରୁ ହିଂସାରେ ପ୍ରାୟ 80 ଜଣ ପ୍ରାଣ ହରାଇଥିବା ବେଳେ ପରବର୍ତ୍ତୀ ମାସେ ବ୍ୟାପୀ ହୋଇଥିବା ହିଂସାରେ ମୃତ୍ୟୁସଂଖ୍ୟା ପ୍ରାୟ 100 ପାର କରି ସାରିଛି । ସେନା, ବ୍ୟାପକ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ସତ୍ତ୍ବେ ମଧ୍ୟ ହିଂସାକୁ ରୋକାଯାଇ ପାରିନି । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରୁ ଆକ୍ରମଣ, ଜଳାପୋଡା ଓ ହତ୍ୟାର ଖବର ଆସିବାରେ ଲାଗିଛି । ଶୁକ୍ରବାର ରାତିରେ ଏକାଧିକ ସ୍ଥାନରେ ପୋଲିସ, ବିଜେପି ବିଧାୟକ, ସ୍ଥାନୀୟ ରାଜନେତାଙ୍କ ଘରକୁ ଆକ୍ରମଣ, ଜଳାପୋଡା ଓ ସରକାରୀ ଅସ୍ତ୍ରାଗାର ଲୁଟ ଉଦ୍ୟମ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.