ETV Bharat / bharat

'କୋରୋନାରେ ପ୍ରାଣ ହାରିଥିବା ଆକ୍ରାନ୍ତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ଉଚିତ' - ଅସାଦୁଦ୍ଦିନ ଓୱେସୀ

କୋରୋନାରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ଉଚିତ ବୋଲି AIMIMର ମୁଖ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି । ଅଧିକ ପଢନ୍ତୁ...

'କୋରୋନାରେ ପ୍ରାଣ ହାରିଥିବା ଆକ୍ରାନ୍ତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ଉଚିତ'
'କୋରୋନାରେ ପ୍ରାଣ ହାରିଥିବା ଆକ୍ରାନ୍ତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ଉଚିତ''କୋରୋନାରେ ପ୍ରାଣ ହାରିଥିବା ଆକ୍ରାନ୍ତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ଉଚିତ'
author img

By

Published : May 10, 2021, 1:25 PM IST

ହାଇଦ୍ରାବାଦ: ଦେଶରେ କୋରୋନା ସଂକ୍ରମଣ ଭୟଙ୍କର ରୂପ ଦେଖିବାକୁ ମିଳୁଛି । ପ୍ରତିଦିନ ଲକ୍ଷ ଲକ୍ଷ ମହାମାରୀରେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ତେବେ ଅମ୍ଳଜାନ, ଶଯ୍ୟା ଓ ଔଷଧ ଅଭାବରୁ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିବା ଉଚିତ ବୋଲି AIMIMର ମୁଖ୍ୟ ଅସଦୁଦ୍ଦିନ ଓୱେସୀ ରବିବାର କହିଛନ୍ତି ।

ପ୍ରଧାନମନ୍ତ୍ରୀ ସଂସଦ ଭବନ ଓ ସାମ୍ବାଦିକ ସମ୍ମିଳନୀକୁ ଆସିବାକୁ ଭୟ କରୁଛନ୍ତି । ମୋଦିଙ୍କ ନିକଟରେ ଶ୍ମଶାନ ଓ କବରୀସ୍ତାନ ସମ୍ପର୍କରେ 4 ଘଣ୍ଟା ଆଲୋଚନା କରିଥିଲେ ମଧ୍ୟ ହସ୍ପିଟାଲ ସମ୍ପର୍କରେ ଆଲୋଚନା କରିନଥିବା ଓୱେସୀ କହିଛନ୍ତି । ତେବେ ଦେଶରେ ଅମ୍ଳଜାନ, ଶଯ୍ୟା ଔଷଧ ଅଭାବରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରକୁ କ୍ଷମା ମାଗିବା ଉଚିତ ବୋଲି ସେ ଟ୍ବିଟ ମାଧ୍ୟମରେ କହିଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ କୋଭିଡ ପରିଚାଳନାକୁ କଟାକ୍ଷ କରିବା ସହିତ ବିଦେଶୀ ଟିକାକୁ ଭାରତରେ ଅନୁମତି ଦେବା ଉଚିତ ବୋଲି ସେ କହିଛନ୍ତି ।

ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀଙ୍କ ଟୀକାକରଣ ପ୍ରକ୍ରିୟା ଦେଶର ନାଗରିକଙ୍କ ଅଧିକାରକୁ ପ୍ରଭାବିତ କରୁଛି ବୋଲି କହିଥିବା ଓୱେସୀ କହିବା ସହିତ ଟିକାକୁ ନେଇ ସେ ଅନେକ ପ୍ରଶ୍ନ ପଚାରିଛନ୍ତି । ମୋଦି ସରକାର କ'ଣ ପାଇଁ ଟିକାରେ ଜିଏସଟି ଲଗାଇଛନ୍ତି, କାହିଁକି ବିଦେଶୀ ଟିକାକୁ ଦେଶରେ ଅନୁମତି ଦିଆଯାଉନି, ରାଜ୍ୟ ସରକାରଙ୍କୁ କ'ଣ ପାଇଁ ଟୀକାକରଣ ନୀତି ହସ୍ତାନ୍ତର କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହିତ ଟୀକାକରଣ ପ୍ରକ୍ରିୟାକୁ ମୁକ୍ତ ଅର୍ଥାତ ରାଜ୍ୟ ସରକାରଙ୍କ ଦ୍ବାରା କରିବା ପାଇଁ ସେ ଦାବି କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.