ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆତ୍ମନିର୍ଭର ଭାରତ ପାଇଁ ଶିକ୍ଷା, ଦକ୍ଷତା ବିକାଶ ଉପରେ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଆତ୍ମନିର୍ଭର ଭାରତର ନିର୍ମାଣ କରିବା ପାଇଁ ଦେଶର ନାଗରିକଙ୍କୁ ଅତ୍ମବିଶ୍ବାସୀ ହେବାର ଆବଶ୍ୟକତା ରହିଛି ଯାହା ତାଙ୍କୁ ଶିକ୍ଷା,କୌଶଳ, ଜ୍ଞାନ ସହିତ ଯୋଡି ହୋଇ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହି ଗୁରୁତ୍ବପୂର୍ଣ୍ଣ ଚିନ୍ତାଧାରାକୁ ଦୃଷ୍ଟିରେ ରଖି ନୂତନ ଶିକ୍ଷା ନୀତିପ ପରିକଳ୍ପନା କରାଯାଇଛି । ଗତ ବର୍ଷ ଶିକ୍ଷାକୁ ରୋଜଗାର ଏବଂ ଉଦ୍ୟୋଗୀ ଦକ୍ଷତା ସହିତ ଯୋଡିବା ପାଇଁ କରାଯାଇଥିବା ପ୍ରୟାସକୁ ଏହି ବଜେଟ ଅଧିକ ବିସ୍ତାର କରିବ । ଏହି ପ୍ରୟାସ ସୂରୁପ ବୈଜ୍ଞାନିକ ପ୍ରକାଶନ ପ୍ରସଙ୍ଗରେ ଭାରତ ଶ୍ରେଷ୍ଠ ତିନୋଟି ଦେଶ ଭିତରେ ଆସି ସାରିଛି ।
ପ୍ରଧାନମନ୍ତ୍ରୀ ଆହୁରୀ କହିଛନ୍ତି ଦେଶରେ ପ୍ରଥମ ଥର ପାଇଁ ସ୍କୁଲଗୁଡିକରେ ଅଟଳ ଇଲକ୍ଲୁବେସନ କେନ୍ଦ୍ର ଗଠନ କରି ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି । ଦେଶରେ ଷ୍ଟର୍ଟ ଅଫ ପାଇଁ ହ୍ୟାକଥନର ଏକ ନୂଆ ପରମ୍ପରା ପ୍ରସ୍ତୁତ ହୋଇଛି । ଯାହା ଦେଶର ଯୁବକ ଓ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ ଶକ୍ତି ହୋଇଛି ।
ଜ୍ଞାନକୁ ସୀମିତ ରଖିବା ଦେଶ ପ୍ରତି ଅନ୍ୟାୟ । ପ୍ରକୃତ ଜ୍ଞାନର ବିକାଶ ସେତେବେଳ ହେବ ଯେତେବେଳେ ଜ୍ଞାନକୁ ବଣ୍ଟାଯିବ ବୋଲି କହିଛନ୍ତି ମୋଦି । ଆମେ ଆମ ଦେଶର ଯୁବକଙ୍କ ପାଇଁ କୃଷି, ଡିଆରଡିଓ, ପରମାଣୁ ଭଳି ବିଭିନ୍ନ କ୍ଷେତ୍ରର ଆରମ୍ଭ କରିଛୁ । ଏ ସବୁର ବିକାଶ କେବେଳ ଜ୍ଞାନର ବିକାଶ ହେଲେ ହିଁ ସମ୍ଭବ ହେବ ।
ଇନ୍ଧନ ଏବଂ ସବୁଜ ଶକ୍ତି ହେଉଛି ଶକ୍ତି କ୍ଷେତ୍ରରେ ଆମର ଆତ୍ମନିର୍ଭରଶୀଳତାର ଚାବିକାଠି । ଏଥିପାଇଁ ବଜେଟରେ ହାଇଡ୍ରୋଜେନ ମିଶନ ଘୋଷଣା କରାଯାଇଛି। ଶିଳ୍ପରେ ଥିବା ମୋର ସମସ୍ତ ସହକର୍ମୀଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ