ETV Bharat / bharat

PM Modi security breach: ନୂଆ କମିଟି ଗଠନ ନିଷ୍ପତ୍ତିକୁ ସ୍ବାଗତ କଲେ ଚନ୍ନି - ନୂଆ କମିଟି ଗଠନ ନିଷ୍ପତ୍ତିକୁ ସ୍ବାଗତ କଲେ ଚନ୍ନି

ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଜନିତ ତ୍ରୁଟି ପ୍ରସଙ୍ଗ । ଘଟଣାର ତଦନ୍ତ କରିବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠିତ କମିଟି । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ଚନ୍ନି । ଅଧିକ ପଢନ୍ତୁ

PM Modi security breach: ନୂଆ କମିଟି ଗଠନ ନିଷ୍ପତ୍ତିକୁ ସ୍ବାଗତ କଲେ ଚନ୍ନି

author img

By

Published : Jan 11, 2022, 2:25 PM IST

ଚଣ୍ଡିଗଡ: ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଜନିତ ତ୍ରୁଟିର ତଦନ୍ତ କରିବେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟି । ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏନଭି ରମଣା(N. V. Ramana) ଏହି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ କମିଟି ଗଠନ କରାଯିବ । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି(Channi welcomes SC decision of forming probe panel) ।

ଚନ୍ନି କହିଛନ୍ତି, ଆମେ କୋର୍ଟର ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଉଛୁ । ପିଏମ୍‌ଙ୍କ ସୁରକ୍ଷାରେ ବିଭ୍ରାଟକୁ ନେଇ ଯେଉଁ ଚାଲ୍ ଚଳାଯାଉଛି ଏବଂ ରାଜନୀତି ହେଉଛି ତାହା ଉପରେ ଅଙ୍କୁଶ ଲଗାଯିବା ଉଚିତ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁରକ୍ଷାଜନିତ ତ୍ରୁଟିର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ କମିଟି ଗଠନ କରାଯିବାକୁ ଥିବା ୪ ଜଣିଆ ପାନେଲରେ ଚଣ୍ଡୀଗରଡର ପୋଲିସ ଡିଜି, ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ଆଇଜି, ପଞ୍ଜାବ ଓ ହରିୟାଣଆ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଏବଂ ପଞ୍ଜାବ ପୋଲିସର ଅତିରିକ୍ତ ଡିଜି ସଦସ୍ୟ ରହିବେ । ଘଟଣାର ଯାଞ୍ଚ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଗଠିତ କରିଥିବା କମିଟି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ପଞ୍ଜାବର ଫିରୋଜପୁର ଗସ୍ତରେ ବାହାରିଥିଲେ । ପିଏମ୍‌ଙ୍କ ଯିବା ବାଟରେ କୃଷକମାନଙ୍କ ଆନ୍ଦୋଳନ ଚାଲିଥିଲା । ଫଳରେ ମୋଦିଙ୍କ କାରକେଡ ଏକ ଫ୍ଲାଏଓଭର ଉପରେ ୨୦ ମିନିଟ ଫସି ରହିଥିଲା । ଏହାପରେ କାର୍ଯ୍ୟକ୍ରମ ବାତିଲ କରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରି ଯାଇଥିଲେ । ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କଂଗ୍ରେସ ମୋଦିଙ୍କୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ଅଭିଯୋଗ କରିଥିଲା ବିଜେପି । ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.