ETV Bharat / bharat

PM Kisan Samman Nidhi Yojana: 10 କୋଟି ଚାଷୀଙ୍କ ଖାତାକୁ ଗଲା 21 ହଜାର କୋଟି

author img

By

Published : May 31, 2022, 2:07 PM IST

କିଶାନ ସମ୍ମାନ ନିଧିରେ ଚାଷୀଙ୍କ ଖାତାକୁ ଏକାଦଶ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨୧ ହଜାର କୋଟି ଟଙ୍କା । ଅଧିକ ପଢନ୍ତୁ

10 କୋଟି ଚାଷୀଙ୍କ ଖାତାକୁ ଗଲା 2ହଜାର କୋଟି
10 କୋଟି ଚାଷୀଙ୍କ ଖାତାକୁ ଗଲା 2ହଜାର କୋଟି

ସିମଲା: କେନ୍ଦ୍ର ସରକାରଙ୍କ 8 ବର୍ଷ ଶାସନ ପୂର୍ତ୍ତୀ ଅବସରରେ ହିମାଚଳ ପ୍ରଦେଶର ସିମଲାରେ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି । ପିଏମ କିଶାନ ସମ୍ମାନ ନିଧିରେ ଚାଷୀଙ୍କ ଖାତାକୁ ଏକାଦଶ କିସ୍ତି ଯାଇଛି । ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨୧ ହଜାର କୋଟି ଟଙ୍କା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୮ ବର୍ଷ ହେଲାଣି ନିଜକୁ କେବେ ପ୍ରଧାନମନ୍ତ୍ରୀ ବୋଲି ଭାବିନାହିଁ । 130 କୋଟି ଲୋକଙ୍କ ପ୍ରଧାନ ସେବକ ଭାବେ ସେବା କରି ଚାଲିଛି । ସେମାନେ ମୋ ଜୀବନର ସବୁକିଛି । ଭାରତବାସୀଙ୍କ ସୁଖଶାନ୍ତି ପାଇଁ ନିରନ୍ତର କାମ କରି ଚାଲିଛି ଭାରତୀୟଙ୍କ ମଙ୍ଗଳ ଓ ସୁରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେ ଆହୁରି କହିଛନ୍ତି, ଆଗରୁ ଦୁର୍ନୀତି, ଭଷ୍ଟ୍ରାଚରାକୁ ନେଇ ଚର୍ଚ୍ଚା ହେଉଥିଲା ମାତ୍ର ଏବେ ସମୟ ବଦଳିଛି । ଏବେ ସରକାରୀ ଯୋଜନାର ଲାଭ ବିଷୟରେ ଚର୍ଚ୍ଚା ହେଉଛି । ବିଶ୍ବ ସ୍ତରରେ ଷ୍ଟାର୍ଟ ବିଷୟରେ ଚର୍ଚ୍ଚା ହେଉଛି । India's Ease of Doing Business ବିଷୟରେ ଚର୍ଚ୍ଚା କରୁଛି ବିଶ୍ବ ବ୍ୟାଙ୍କ । 2014 ପୂର୍ବ ସରକାର ଭ୍ରଷ୍ଟାଚାର ବିରୋଧରେ ଲଢିବା ବଦଳରେ ତା ଆଗରେ ହାର ମାନିଥିଲା ବୋଲି କହି ବର୍ଷିଛନ୍ତି ମୋଦି । ଆଗରୁ ଲୋକଙ୍କ ଲାଭ ପାଇଁ ଆସୁଥିବା ଟଙ୍କା ସେମାନଙ୍କ ନିକଟରେ ପହଞ୍ଚିବା ଆଗରୁ ଲୁଟ ହେଉଥିଲା । ହେଲେ ଆଜି ଜନଧନ ଖାତାରୁ ମିଳୁଥିବା ଲାଭାଶଂ ବିଷୟରେ ଆଲୋଚନା ହେଉଥିବା କହିଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.