ETV Bharat / bharat

PM Modi in Egypt: ଇଜିପ୍ଟର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ - ନରେନ୍ଦ୍ର ମୋଦିଙ୍କ ଇଜିପ୍ଟ ଗସ୍ତ

ଇଜିପ୍ଟର ସର୍ବୋଚ୍ଚ ସମ୍ମାନ 'ଅର୍ଡର ଅଫ୍ ଦି ନାଇଲ୍'ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଐତିହାସିକ ମସଜିଦ ଓ ଯୁଦ୍ଧ ସ୍ମାରକୀ କଲେ ପରିଦର୍ଶନ । ଭାରତୀୟ ଶହୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ

ଇଜିପ୍ଟର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

author img

By

Published : Jun 25, 2023, 3:56 PM IST

ହାଇଦ୍ରାବାଦ: 26 ବର୍ଷ ପରେ ପ୍ରଥମ ଭାରତୀୟ ରାଷ୍ଟ୍ରମୁଖ୍ୟ ଭାବେ ଇଜିପ୍ଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଜିପ୍ଟର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଇଜିପ୍ଚ ରାଷ୍ଟ୍ରପତି ଅବଦେଲ ଫତେହ ଅଲ୍-ସିସିଙ୍କଠାରୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ 'ଅର୍ଡର ଅଫ୍ ଦି ନାଇଲ୍' (Order of the Nile) ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

PM Modi in Egypt: ଇଜିପ୍ଟର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ଇଜିପ୍ଟର ପୁରାତନ ତଥା ଏକାଦଶ ଶତାବ୍ଦୀରେ ନିର୍ମିତ ଐତିହାସିକ ଅଲ-ହାକିମ ମସଜିଦ ଏବଂ ରାଜଧାନୀ କାଇରୋରେ ଥିବା ହେଲିଓପଲିସ୍ କମନୱେଲଥ ଯୁଦ୍ଧ ସ୍ମାରକୀ ମଧ୍ୟ ପରିଦର୍ଶନ କରିଥିଲେ । ଏହି ଶହୀଦ ସ୍ମାରକୀରେ ପ୍ରଥମ ବିଶ୍ବଯୁଦ୍ଧରେ ଅଂଶଗ୍ରହଣ କରି ଇଜିପ୍ଟ ଓ ପାଲେଷ୍ଟାଇନରେ ଶହୀଦ ହୋଇଥିବା ପ୍ରାୟ 4 ହଜାର ଭାରତୀୟ ସୈନିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅନ୍ୟପଟେ ଅଲ-ହକିମ ମସଜିଦ ମିଶର ସଭ୍ୟତାର ଏକ ଐତିହାସିକ ଅଂଶ । ଏହି ପରିଦର୍ଶନ ସମୟରେ ସେ ମିଶର ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ଥିଲେ । ଉଭୟ ନେତା ମସଜିଦ ପରିସରରେ ପ୍ରାୟ ଏକ ଘଣ୍ଟାର ସମୟ ଅତିବାହିତ କରିଥିଲେ ।

13,560 ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମିତ ଏହି ଐତିହାସିକ ମସଜିଦକୁ ଭାରତର ଦାଉଦି ବୋରା ସମ୍ପ୍ରଦାୟର ସହାୟତାରେ ପୁନଃନିର୍ମାଣ କରାଯାଇଥିଲା । ଏହି ବୋରା ସମ୍ପ୍ରଦାୟ ମିଶରର ଫାଟିମିଡ୍ସ ସମ୍ପ୍ରଦାୟର ଏକ ସମୟାନୁକ୍ରମିକ ଭାବେ ବିବର୍ତ୍ତିତ ଅଂଶ । 1970 ମସିହା ପରଠାରୁ ଏହି ମସଜିଦକୁ ନବୀକରଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି । ଏହି ମସଜିଦ ଇଜିପ୍ଟର ସଭ୍ୟତାର ପିରାମିଡ ପରି ଏକ ସର୍ବପୁରାତନ ଐତିହ୍ୟ ।

ଚଳିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ୍-ସିସି ଭାରତର ନିମନ୍ତ୍ରଣ କ୍ରମେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ଆସିଥିଲେ । ସେ ଫେରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଜିପ୍ଟ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରି ଫେରିଥିଲେ । ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ 26 ବର୍ଷ ବ୍ୟବଧାନରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଇଜିପ୍ଟରେ ପହଞ୍ଚିଛନ୍ତି । ଚଳିତଥର ଭାରତ ଅଧ୍ୟକ୍ଷତାରେ ଜି20 ସମ୍ମିଳନୀର ଆଯୋଜନ ଜାରି ରହିଛି । ଏହି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀରେ ଇଜିପ୍ଟ ସଦସ୍ୟ ରାଷ୍ଟ୍ର ହୋଇନଥିଲେ ସୁଦ୍ଧା ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରିତ ହୋଇଛି । ତେଣୁ ବର୍ଷ ଶେଷରେ ହେବାକୁ ଥିବା ଜି20 ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ଇଜିପ୍ଟ ରାଷ୍ଟ୍ରପତି ପୁଣି ଭାରତ ଗସ୍ତରେ ଆସିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.