ETV Bharat / bharat

‘ଭାରତରେ ପାରମ୍ପାରିକ ବୌଦ୍ଧ ସାହିତ୍ୟ-ଶାସ୍ତ୍ର ପାଇଁ ନିର୍ମାଣ ହେବ ଲାଇବ୍ରେରୀ’ - ପାରମ୍ପାରିକ ବୌଦ୍ଧ ସାହିତ୍ୟ-ଶାସ୍ତ୍ର ପାଇଁ ନିର୍ମାଣ ହେବ ଲାଇବ୍ରେରୀ

ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ଇଣ୍ଡୋ-ଜାପାନ ଆଲୋଚନା ଆରମ୍ଭ କରାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ-ଜାପାନ ସମ୍ବାଦକୁ ନିରନ୍ତର ସମର୍ଥନ କରିଥିବାରୁ ମୁଁ ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଉଛି।

ଇଣ୍ଡୋ-ଜାପାନ
ଇଣ୍ଡୋ-ଜାପାନ
author img

By

Published : Dec 21, 2020, 12:42 PM IST

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ଇଣ୍ଡୋ-ଜାପାନ ଆଲୋଚନା ଆରମ୍ଭ କରାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ-ଜାପାନ ସମ୍ବାଦକୁ ନିରନ୍ତର ସମର୍ଥନ କରିଥିବାରୁ ମୁଁ ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଭଗବାନ ବୁଦ୍ଧଙ୍କ ଚିନ୍ତାଧାରା ଏବଂ ଆଦର୍ଶକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ଲାଟଫର୍ମ ଅନେକ କାର୍ଯ୍ୟ କରିଛି। ବିଶେଷକରି ଯୁବକଙ୍କ ମଧ୍ୟରେ ବୁଦ୍ଧଙ୍କ ବାର୍ତ୍ତାକୁ ପହଞ୍ଚାଇ ପାରିଛି ।

‘ଭାରତରେ ପାରମ୍ପାରିକ ବୌଦ୍ଧ ସାହିତ୍ୟ-ଶାସ୍ତ୍ର ପାଇଁ ନିର୍ମାଣ ହେବ ଲାଇବ୍ରେରୀ’

ଭାରତ-ଜାପାନ ସମ୍ବାଦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ଆଜି ମୁଁ ପାରମ୍ପାରିକ ବୌଦ୍ଧ ସାହିତ୍ୟ ଏବଂ ଶାସ୍ତ୍ର ପାଇଁ ଲାଇବ୍ରେରୀ ନିର୍ମାଣ ପାଇଁ ପ୍ରସ୍ତାବ ଦେବାକୁ ଚାହୁଁଛି। ଭାରତରେ ଏପରି ଏକ ଲାଇବ୍ରେରୀ ନିର୍ମାଣ କରି ଆମେ ଏଥିପାଇଁ ଉପଯୁକ୍ତ ଉତ୍ସ ଯୋଗାଇବାରେ ଖୁସି ହେବୁ । ଲାଇବ୍ରେରୀ କେବଳ ସାହିତ୍ୟର ଭଣ୍ଡାର ହେବ ନାହିଁ ବରଂ ଗବେଷଣା ଏବଂ ସଂଳାପ ପାଇଁ ମଧ୍ୟ ଏକ ପ୍ଲାଟଫର୍ମ ହେବ’ ।

ମୋଦି ଏହା ମଧ୍ୟ କହିଛନ୍ତି ଯେ ବିଶ୍ବ ବିକାଶ ଉପରେ ଆଲୋଚନା କେବଳ ଅଳ୍ପ ଲୋକଙ୍କ ମଧ୍ୟରେ ହୋଇପାରିବ ନାହିଁ। ବୈଠକ ବଡ ହେବା ଉଚିତ୍, ଏଜେଣ୍ଡା ବ୍ୟାପକ ହେବା ଉଚିତ୍ , ଅଭିବୃଦ୍ଧି ଢାଞ୍ଚା ଗୁଡିକ ଆମ ପରିବେଶ ସହିତ ମାନବ-କେନ୍ଦ୍ରିକ ଆଭିମୁଖ୍ୟ ଅନୁସରଣ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭଗବାନ ବୁଦ୍ଧଙ୍କ ଦ୍ବାରା ଶିଖାଯାଇଥିବା ଶାନ୍ତି ବାର୍ତ୍ତାକୁ ଆମେ ସଶକ୍ତ କରିବା ଉଚିତ୍ ।

ପ୍ରକାଶଥାଉକି, ପ୍ରଥମ ସମ୍ମିଳନୀ ସମ୍ବାଦ-1, 2015 ରେ ବୋଧ ଗୟା ଠାରେ ଅନୁଷ୍ଠିତ ହୋଇଥିଲା । ସମ୍ବାଦ ସମୟରେ ଅଗ୍ରଣୀ ପଣ୍ଡିତ, ଧାର୍ମିକ ନେତା ଏବଂ ରାଜନୈତିକ ବ୍ୟକ୍ତିତ୍ବମାନେ ବିବାଦରୁ ଦୂରେଇ ରହିବା ଏବଂ ପରିବେଶ ଚେତନା ଉପରେ ମତ ବିନିମୟ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.