ନୂଆଦିଲ୍ଲୀ: ଆଜି ଯିଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ । ଏହି ଅବସରରେ ପୁରୀ ଦେଶବାସୀ ପାଳନ କରୁଛନ୍ତି ଖ୍ରୀଷ୍ଟମାସ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଚର୍ଚ୍ଚ । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଆଜି ପରସ୍ପରକୁ କେକ ଖୁଆଇ ଶୁଭେଚ୍ଛା ଜଣାଇବା ସହ ଶାନ୍ତି ଓ ଐକ୍ୟର ବାର୍ତ୍ତା ବାଣ୍ଟୁଛନ୍ତି । ଗତକାଲି ମଧ୍ୟରାତ୍ରରେ ପ୍ରଭୁ ଯିଶୁଖ୍ରୀଷ୍ଟ ଧରାବତରଣ କରିବା ପରେ ଆରମ୍ଭ ଖୁସିରେ ବିମୋହିତ ହୋଇଛନ୍ତି ଖ୍ରୀଷ୍ଟ ସମ୍ପ୍ରଦାୟ । ଚିକମିକ ଆଲୁଅରେ ଚର୍ଚ୍ଚ ଗୁଡିକୁ ସାଜସଜ୍ଜା କରାଯାଇଥିବା ବେଳେ ଘରେ ଘରେ ଜମିଛି ପୀଠାପଣାର ଆସର । ଖ୍ରୀଷ୍ଟମାସ ଟ୍ରିକୁ ସଜାଇ ଖ୍ରୀଷ୍ଟମାସ ପାଳନ କରାଯାଉଛି । ଆଜି ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହା ମଧ୍ୟ ପଢନ୍ତୁ-Merry Christmas: ଧରାପୃଷ୍ଠକୁ ଓହ୍ଲାଇଲେ ପ୍ରଭୁ ଯୀଶୁ, ଚାରିଆଡେ ସେଲିବ୍ରେସନ
-
Wishing everyone a Merry Christmas! On this day, let us remember the message of kindness and brotherhood given by Jesus Christ. May we spread joy and positivity and have the spirit of compassion towards fellow beings and the environment.
— President of India (@rashtrapatibhvn) December 25, 2022 " class="align-text-top noRightClick twitterSection" data="
">Wishing everyone a Merry Christmas! On this day, let us remember the message of kindness and brotherhood given by Jesus Christ. May we spread joy and positivity and have the spirit of compassion towards fellow beings and the environment.
— President of India (@rashtrapatibhvn) December 25, 2022Wishing everyone a Merry Christmas! On this day, let us remember the message of kindness and brotherhood given by Jesus Christ. May we spread joy and positivity and have the spirit of compassion towards fellow beings and the environment.
— President of India (@rashtrapatibhvn) December 25, 2022
ରାଷ୍ଟ୍ରପତି ଖ୍ରୀଷ୍ଟମାସ ଅବସରରେ ଟ୍ବିଟ କରି କହିଛନ୍ତି ଯେ, ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭକାମନା, ଆସନ୍ତୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଦିଆଯାଇଥିବା ଦୟା ଏବଂ ଭାଇଚାରା ବାର୍ତ୍ତା ମନେ ପକେଇବା । ଏଥି ସହ ସମସ୍ତେ ସାକାରାତ୍ମକ ଚିନ୍ତାଧାରା ନେଇ ଖୁସି ବାଣ୍ଟନ୍ତୁ ।
-
Merry Christmas! May this special day further the spirit of harmony and joy in our society. We recall the noble thoughts of Lord Christ and the emphasis on serving society.
— Narendra Modi (@narendramodi) December 25, 2022 " class="align-text-top noRightClick twitterSection" data="
">Merry Christmas! May this special day further the spirit of harmony and joy in our society. We recall the noble thoughts of Lord Christ and the emphasis on serving society.
— Narendra Modi (@narendramodi) December 25, 2022Merry Christmas! May this special day further the spirit of harmony and joy in our society. We recall the noble thoughts of Lord Christ and the emphasis on serving society.
— Narendra Modi (@narendramodi) December 25, 2022
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି ଯେ, ସମସ୍ତଙ୍କୁ ଶ୍ରୀଷ୍ଟମାସର ଶୁଭେଚ୍ଛା, ଆଜିର ଦିନ ଆମ ସମାଜରେ ସଦଭାବ ଓ ଆନନ୍ଦରେ ଭାବନାକୁ ଆଗକୁ ନେବ । ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୟାଭାବ ଏବଂ ସମାଜ ପ୍ରତି ତାଙ୍କ ସେବାକୁ ସ୍ମରଣ କରୁଛୁ ।
-
Warm greetings and best wishes to all on this joyous occasion of #Christmas. As we celebrate the festive season, let’s embrace the spirit of the Hockey World Cup! We wish you a very #MerryChristmas!#HWC2023#HockeyWorldCup2023 pic.twitter.com/qQRvxjRgPv
— Naveen Patnaik (@Naveen_Odisha) December 25, 2022 " class="align-text-top noRightClick twitterSection" data="
">Warm greetings and best wishes to all on this joyous occasion of #Christmas. As we celebrate the festive season, let’s embrace the spirit of the Hockey World Cup! We wish you a very #MerryChristmas!#HWC2023#HockeyWorldCup2023 pic.twitter.com/qQRvxjRgPv
— Naveen Patnaik (@Naveen_Odisha) December 25, 2022Warm greetings and best wishes to all on this joyous occasion of #Christmas. As we celebrate the festive season, let’s embrace the spirit of the Hockey World Cup! We wish you a very #MerryChristmas!#HWC2023#HockeyWorldCup2023 pic.twitter.com/qQRvxjRgPv
— Naveen Patnaik (@Naveen_Odisha) December 25, 2022
ସେହିପରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖ୍ରୀଷ୍ଟମାସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏକ ଭିଡିଓ ଜାରି କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।
ପ୍ରତିବର୍ଷ ଡିସେମ୍ବର ମାସ ୨୫ ତାରିଖକୁ 'ଖ୍ରୀଷ୍ଟମାସ ଡେ' ବା ବଡଦିନ ଭାବେ ପାଳନ କରାଯାଏ । ଏହି ଦିନ ଭଗବାନ ଯୀଶୁ ମନୁଷ୍ୟ ଦେହ ଧାରଣ କରି ମଦର ମେରିଙ୍କ ଗର୍ଭରୁ ଜନ୍ମ ଜନ୍ମଗ୍ରହଣ କରିଥିଲେ । ଖ୍ରୀଷ୍ଟ ଧର୍ମର ଏହା ସବୁଠାରୁ ବଡ ପର୍ବ । ଏହି ଦିବସକୁ ସାରା ବିଶ୍ବର ଲୋକେ ମିଳିମିଶି ଅତି ଧୁମଧାମର ସହ ପାଳନ କରିଥାନ୍ତି । ଆଜି ବଡଦିନ ହୋଇଥିବାରୁ କେକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ଦିନ ସମସ୍ତ ଚର୍ଚ୍ଚ ଗୁଡିକୁ ସୁନ୍ଦର ଭାବରେ ସଜାଇବା ସହିତ ସ୍ବତନ୍ତ୍ର ପ୍ରାର୍ଥନା କରାଯାଇଥାଏ । ସମସ୍ତ ଚର୍ଚ୍ଚରେ ଏନ୍ତୁଡିଶାଳ ନିର୍ମାଣ କରାଯାଇ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରାଯାଇଥାଏ ।