ETV Bharat / bharat

National Unity Day: ଏକତା ନଗରରେ ରାଷ୍ଟ୍ରୀୟ ଏକତା ଦିବସ, ପରେଡ ପରେ ସାହାସିକ କୌଶଳ ଦେଖାଇଲା ସେନା

author img

By ETV Bharat Odisha Team

Published : Oct 31, 2023, 9:48 AM IST

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀକୁ ରାଷ୍ଟ୍ରୀୟ ଏକାଦା ଦିବସ ରୂପେ ପାଳନ ହେଉଛି । ଏକତା ନଗରରେ ଲୌବମାନବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

National Unity Day
PM Modi pays tributes to Sardar Vallabhbhai Patel

ଗାନ୍ଧୀନଗର: ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ଅଖଣ୍ଡ ଭାରତ, ସଶକ୍ତ ଭାରତର ସ୍ବପ୍ନ ଦେଖିଥିବା ଲୌବମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀରେ ଶତ ଶତ ପ୍ରଣାମ କରୁଛନ୍ତି ଦେଶବାସୀ । ମହାନ ବ୍ୟକ୍ତିତ୍ବଙ୍କ ଜନ୍ମଜୟନ୍ତୀରେ ଗୁଜୁରାଟର ଏକତା ନଗରରେ ଭବ୍ୟ ଉତ୍ସବ ଆୟୋଜିତ ହୋଇଛି । ଲୌହମାନବଙ୍କ ଜନ୍ମଜୟନ୍ତୀକୁ ରାଷ୍ଟ୍ରୀୟ ଏକାଦା ଦିବସ ରୂପେ ପାଳନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଭଡିଆରେ ଲୌବମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆକାଶରୁ ପୁଷ୍ପବୃଷ୍ଟି ହୋଇଥିଲା । ଷ୍ଟାଚ୍ଯୁ ଅଫ୍‌ ୟୁନିଟିରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ସାମିଲ ହୋଇଛନ୍ତି ।

ସକାଳ 8ଟା 30ରେ ଏକତା ନଗରରେ ଷ୍ଟାଚ୍ୟୁ ଅଫ୍ ୟୁନିଟରେ ପହଞ୍ଚି ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଜଳରେ ଶ୍ରଦ୍ଧାଞ୍ଜଳି ଦେବା ପରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହି ସମୟରେ ଆକାଶମାର୍ଗରୁ ବାୟୁସେନା ପକ୍ଷରୁ ପୁଷ୍ପବୃଷ୍ଟି ହୋଇଥିଲା । ଏହା ପରେ ରାଷ୍ଟ୍ରୀୟ ଏକତା ପରେଡର ଅଭିବାଦନ ଗ୍ରହଣ କରିଥିଲେ ମୋଦି । ଦେଶବାସୀଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ । ସତ୍ୟ ଓ ନିଷ୍ଠାର ସହ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିବି । ଦେଶବାସୀଙ୍କ ମଧ୍ୟରେ ଏହି ସନ୍ଦେଶ ପହଞ୍ଚାଇବାକୁ ପ୍ରୟାସ କରିବି । ଦେଶର ଏକତା ଭବନାରେ ନେଉଥିବା ଶପଥରେ ସର୍ଦ୍ଦାର ପଟେଲଙ୍କ ଦୂରଦର୍ଶିତା ଓ କାର୍ଯ୍ୟ ଦ୍ବାରା ସମ୍ଭବ ହୋଇଛି ।

ଏହା ବି ପଢନ୍ତୁ...ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ, ଶ୍ରଦ୍ଧାଞ୍ଜଳି ହେଲେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକତା ନଗରରେ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଛି । ବିଏସଏଫ ଏବଂ ବିଭିନ୍ନ ରାଜ୍ୟ ପୋଲିସ ବଳ ଦ୍ବାରା ରାଷ୍ଟ୍ରୀୟ ଏକତା ପ୍ୟାରେଡର ଆୟୋଜନ ସହ ସିଆରପିଏଫର ସମସ୍ତ 75 ମହିଳା ବାଇକର୍ସଙ୍କ ଫ୍ଲାଗ-ଇନ କାର୍ଯ୍ୟକ୍ରମ ହୋଇଛି । ଏହାସହିତକ ଭାରୀତୟ ବାୟୁସେନା ସୁଖୋଇ 30 ଫ୍ଲାଏ ଫାଷ୍ଟ କାର୍ଯ୍ୟକ୍ରମ ହୋଇଛି । ବିଏସଏଫ ଦ୍ବାରା ମହିଳା ପାଇପ ବ୍ୟାଣ୍ଡ କାର୍ଯ୍ୟକ୍ରମ ହୋଇଛି । 75 ମହିଳା ବାଇକର୍ସ ଡେୟାର ଡେଭିଲ ଶୋ' ହୋଇଛି । ଗୁଜୁରାଟ ମହିଳା ପୋଲିସ ଦ୍ବାରା ମଧ୍ୟ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଛି ।

ଭାରତର ସ୍ବାଧୀନତା ସଂଗ୍ରାମୀ ଓ ମହାନ ରାଜନେତା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଆଜି ଜନ୍ମ ବାର୍ଷିକୀ । ଦେଶୀୟ ରାଜ୍ୟଗୁଡିକର ମିଶ୍ରଣ, ସୋମନାଥ ମନ୍ଦିର ପୁନଃନିର୍ମାଣ, ଗାନ୍ଧୀ ସ୍ମାରକୀ ନିଧିର ସ୍ଥାପନା ଭଳି ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ ସର୍ଦ୍ଦାର ପଟେଲ । ଭାରତକୁ ଏକତାର ସୁତ୍ରରେ ବାନ୍ଧି ରଖିବାରେ ତାଙ୍କର ପ୍ରୟାସକୁ ସମ୍ମାନ ଜଣାଇ ତାଙ୍କ ଜନ୍ମଜୟନ୍ତୀଙ୍କୁ ରାଷ୍ଟ୍ରୀୟ ଏକଦା ଦିବସ ରୂପେ ପାଳନ କରାଯାଏ । ସ୍ବାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏକତାକୁ ସୁଦୃଢ଼ କରିବା ସହ ବିବିଧତା ମଧ୍ୟରେ ଏକାତାର ଭାବନାକୁ ଅଖଣ୍ଡ ରଖିଥିଲେ ।

ଭାରତର ଏକତାକାରୀ ଭାବେ ପରିଚିତ ସର୍ଦ୍ଦାର ପଟେଲ ଦେଶ ସ୍ବାଧୀନ ହେବା ପରେ 565ଟି ଦେଶୀୟ ରାଜ୍ୟକୁ ଏକତ୍ର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗୃହମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ଭାବେ ଦେଶ ଓ ଜାତି ପାଇଁ ଏକାଧିକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । 1991ରେ ତାଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । 1875 ଅକ୍ଟୋବର 31 ତାରିଖରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.