ହାଇଦ୍ରାବାଦ: ଆଜି ଶହୀଦ ଦିବସ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁଆରୀ ୩୦ ତାରିଖକୁ ସର୍ବ ଭାରତୀୟ ସ୍ତରରେ ଶହୀଦ ଦିବସ ଭାବେ ପାଳନ କରାଯାଉଛି । ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଭାରତ ପାଇଁ ଥିଲା ଏକ ଦୁଃଖଦ ଦିବସ । ଅହିଂସାର ଅସ୍ତ୍ରରେ ଭାରତକୁ ବ୍ରିଟିସ ଶାସନରୁ ମୁକ୍ତ କରାଇଥିବା ଅହିଂସାର ପିତା ଗାନ୍ଧିଜୀଙ୍କୁ ହିଂସାର ଶିକାର ହେବାକୁ ପଡିଥିଲା । ସବୁଦିନ ପରି ସେହି ଦିନ ମଧ୍ୟ ପ୍ରାର୍ଥନା ସଭାକୁ ଯାଉଥିବା ବେଳେ ବିର୍ଲା ହାଉସରେ ନାଥୁରାମ ଗଡେସଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଗାନ୍ଧିଜୀ । ହେ ରାମ କହି ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସେ ।
ଗାନ୍ଧୀ ସିନା ଚାଲିଗଲେ ହେଲେ ତାଙ୍କ ବ୍ୟକ୍ତିତ୍ବ ଏବଂ ବିଚାର ଏବଂ ସିଦ୍ଧାନ୍ତ ପାଇଁ ସେ ଚିର ଅମର ହୋଇ ରହିବେ । ଭାରତ ନୁହେଁ ସାରା ବିଶ୍ବରେ ଗାନ୍ଧିଜୀଙ୍କ ଜୟ ଜୟକାର କରାଯାଇଥାଏ । ଗାନ୍ଧୀଙ୍କ ନିଧନକୁ ଭାରତରେ ଶହୀଦ ଦିବସ ରୂପେ ପାଳନ କରାଯାଉଛି । ଏହି ଦିନ ଭାରତର ସ୍ବତନ୍ତ୍ରତା, ଗୌରବ, କଲ୍ୟାଣ ଏବଂ ବଳିଦାନ ଦେଇଥିବା ବ୍ୟକ୍ତିତ୍ବକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ । ଗାନ୍ଧୀଙ୍କ ତିରୋଧନ ଦିବସକୁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ପାଳନ କରାଯାଉଛି । ବିଦ୍ୟାଳୟରେ ଅହିଂସା ଏବଂ ଶାନ୍ତି ଦିବସ ଭାବେ ପାଳନ କରାଯାଇଥାଏ । ସ୍ପେନ୍ର କବି ଲୋରେନ ଭିଡାଲ ୧୯୬୪ ମସିହାରେ ପ୍ରଥମ ଥର ଏହି ଦିବସ ପାଳନ କରିବା ଆରମ୍ଭ କରିଥିଲେ । ଛାତ୍ରାବସ୍ଥାରୁ ଛାତ୍ରଛାତ୍ରୀମାନେ ଅହିଂସା ପଥରେ ଆଗେଇ ଏକ ଶୃଙ୍ଖଳିତ ଜୀବନଯାପନ କରିବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।
ଏହା ମଧ୍ୟ ପଢନ୍ତୁ: Tripura Assembly Election: 22ଟି ଆସନରେ ପ୍ରାର୍ଥୀ ଘୋଷଣା କଲା TMC
ଆଜିର ଦିନକୁ ବାଦ ଦେଲେ ମାର୍ଚ୍ଚ ୨୩, ଅକ୍ଟୋବର ୨୧ ଏବଂ ନଭେମ୍ବର ୧୭ ଏବଂ ୧୯ ତାରିଖକୁ ମଧ୍ୟ ଭାରତରେ ଶହୀଦ ଦିବସ ଭାବେ ପାଳନ କରାଯାଇଥାଏ । ଶହୀଦ ଦିବସରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନେକ ରାଜନେତା ମହାତ୍ମା ଗାନ୍ଧୀଙ୍କ ସମାଧି ଓ ରାଜଘାଟରେ ସମସ୍ତ ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି ।
-
पूज्य बापू की पुण्यतिथि पर मैं उन्हें नमन करते हुए अपनी विनम्र श्रद्धांजलि अर्पित करता हूँ। विश्व शांति और भारत की प्रगति का जो मार्ग उन्होंने दिखाया वह आज भी बहुत प्रासंगिक है। उनकी प्रेरणा से ही आज एक नए और आत्मनिर्भर भारत का निर्माण प्रगति पर है।
— Rajnath Singh (@rajnathsingh) January 30, 2023 " class="align-text-top noRightClick twitterSection" data="
">पूज्य बापू की पुण्यतिथि पर मैं उन्हें नमन करते हुए अपनी विनम्र श्रद्धांजलि अर्पित करता हूँ। विश्व शांति और भारत की प्रगति का जो मार्ग उन्होंने दिखाया वह आज भी बहुत प्रासंगिक है। उनकी प्रेरणा से ही आज एक नए और आत्मनिर्भर भारत का निर्माण प्रगति पर है।
— Rajnath Singh (@rajnathsingh) January 30, 2023पूज्य बापू की पुण्यतिथि पर मैं उन्हें नमन करते हुए अपनी विनम्र श्रद्धांजलि अर्पित करता हूँ। विश्व शांति और भारत की प्रगति का जो मार्ग उन्होंने दिखाया वह आज भी बहुत प्रासंगिक है। उनकी प्रेरणा से ही आज एक नए और आत्मनिर्भर भारत का निर्माण प्रगति पर है।
— Rajnath Singh (@rajnathsingh) January 30, 2023
ଗାନ୍ଧୀଙ୍କ ଜୀବନି: ଆଇନ ଶିକ୍ଷା ଅଧ୍ୟକ୍ଷୟ କରିବା ପାଇଁ ଗାନ୍ଧୀ୧୮୮୮ ମସିହାରେ ଲଣ୍ଡନ ଯାଇଥିଲେ । ଏହାପରେ ସେ ଉଚ୍ଛଶିକ୍ଷା ଲାଭ କରିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ । ତେବେ ସେଠାରେ କୃଷ୍ଣକାୟଙ୍କ ଉପରେ ହେଉଥିବା ଅତ୍ୟାଚାର ତାଙ୍କୁ ବ୍ୟଥିତ କରିଥିଲା । ଏହାର ପ୍ରତିବାଦ ପାଇଁ ସେ ସତ୍ୟ, ଅହିଂସାକୁ ସାରଥି କରି ବିପ୍ଲକ ଆରମ୍ଭ କରିଥିଲେ । ଏହାପରେ ୧୯୧୫ ମସିହାରେ ସ୍ବଦେଶ ଫେରି ଇଁରେଜ ଶାସନ ବିରୋଧରେ ଦେଶବାସୀଙ୍କୁ ଏକତ୍ର କରିବାରେ ସଫଳ ହୋଇଥିଲେ । ଦୀର୍ଘ ସଂଗ୍ରାମ କରିବା ପରେ ୧୯୪୭ ମସିହାରେ ସ୍ବାଧିନତାର ସ୍ବାଦ ଚାଖିଥିଲେ ଦେଶବାସୀ ।
-
सत्य एवं अहिंसा से मानवता की शांति व कल्याण का मार्ग प्रशस्त करने वाले राष्ट्रपिता महात्मा गाँधी जी की पुण्यतिथि पर कोटिशः नमन करता हूँ।
— Jagat Prakash Nadda (@JPNadda) January 30, 2023 " class="align-text-top noRightClick twitterSection" data="
आपका आदर्श जीवन एवं कल्याणकारी विचार हमें सदैव राष्ट्र एवं समाज की सेवा के लिए प्रेरित करते रहेंगे।
">सत्य एवं अहिंसा से मानवता की शांति व कल्याण का मार्ग प्रशस्त करने वाले राष्ट्रपिता महात्मा गाँधी जी की पुण्यतिथि पर कोटिशः नमन करता हूँ।
— Jagat Prakash Nadda (@JPNadda) January 30, 2023
आपका आदर्श जीवन एवं कल्याणकारी विचार हमें सदैव राष्ट्र एवं समाज की सेवा के लिए प्रेरित करते रहेंगे।सत्य एवं अहिंसा से मानवता की शांति व कल्याण का मार्ग प्रशस्त करने वाले राष्ट्रपिता महात्मा गाँधी जी की पुण्यतिथि पर कोटिशः नमन करता हूँ।
— Jagat Prakash Nadda (@JPNadda) January 30, 2023
आपका आदर्श जीवन एवं कल्याणकारी विचार हमें सदैव राष्ट्र एवं समाज की सेवा के लिए प्रेरित करते रहेंगे।
ଗାନ୍ଧୀଙ୍କ ପୁଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦି କହିଛନ୍ତି, "ମୁଁ ବାପୁଙ୍କୁ ପ୍ରଣାମ ଜଣାଇବା ସହ ତାଙ୍କର ଗଭୀର ଚିନ୍ତାଧାରାକୁ ମନେପକାଉଛି । ଏହାସହ ଯେଉଁମାନେ ଦେଶ ପାଇଁ ସଂଗ୍ରାମ କରି ସହିଦ ହୋଇଛନ୍ତି ସେମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେମାନଙ୍କ ବଳିଦାନ କେବେ ଭୁଲି ହେବ ନାହିଁ ।"
-
बापू ने पूरे देश को प्रेम, सर्वधर्म समभाव के साथ जीना और सत्य के लिए लड़ना सिखाया।
— Rahul Gandhi (@RahulGandhi) January 30, 2023 " class="align-text-top noRightClick twitterSection" data="
राष्ट्रपिता, महात्मा गांधी के शहीद दिवस पर उन्हें कोटि कोटि नमन।
">बापू ने पूरे देश को प्रेम, सर्वधर्म समभाव के साथ जीना और सत्य के लिए लड़ना सिखाया।
— Rahul Gandhi (@RahulGandhi) January 30, 2023
राष्ट्रपिता, महात्मा गांधी के शहीद दिवस पर उन्हें कोटि कोटि नमन।बापू ने पूरे देश को प्रेम, सर्वधर्म समभाव के साथ जीना और सत्य के लिए लड़ना सिखाया।
— Rahul Gandhi (@RahulGandhi) January 30, 2023
राष्ट्रपिता, महात्मा गांधी के शहीद दिवस पर उन्हें कोटि कोटि नमन।
ସେହିପରି ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, "ଦେଶ ପ୍ରେମ ଏବଂ ସର୍ବ ଧର୍ମ ସମନ୍ବୟ ସହ ଏକତାର ସହ ବଞ୍ଚିବା ଶିଖାଇଛନ୍ତି ବାପୁ । ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସରେ ତାଙ୍କୁ କୋଟି କୋଟି ପ୍ରଣାମ ।"
-
I bow to Bapu on his Punya Tithi and recall his profound thoughts. I also pay homage to all those who have been martyred in the service of our nation. Their sacrifices will never be forgotten and will keep strengthening our resolve to work for a developed India.
— Narendra Modi (@narendramodi) January 30, 2023 " class="align-text-top noRightClick twitterSection" data="
">I bow to Bapu on his Punya Tithi and recall his profound thoughts. I also pay homage to all those who have been martyred in the service of our nation. Their sacrifices will never be forgotten and will keep strengthening our resolve to work for a developed India.
— Narendra Modi (@narendramodi) January 30, 2023I bow to Bapu on his Punya Tithi and recall his profound thoughts. I also pay homage to all those who have been martyred in the service of our nation. Their sacrifices will never be forgotten and will keep strengthening our resolve to work for a developed India.
— Narendra Modi (@narendramodi) January 30, 2023
ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, "ସତ୍ୟ ଏବଂ ଅହିଂସା ପଥରେ ଚାଲୁଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମୁଁ ପ୍ରଣାମ ଜଣାଉଛି । ଗାନ୍ଧୀଙ୍କ ଆଦର୍ଶ ଜୀବନ ଏବଂ କଲ୍ୟାଣ ଚିନ୍ତାଧାରା ଆମକୁ ସର୍ବଦା ଦେଶ ଏବଂ ସମାଜର ସେବା କରିବାକୁ ପ୍ରେରଣା ଯୋଗାଉଛି ।"
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାପୁଙ୍କୁ ମନେପକାଇ କହିଛନ୍ତି, "ପୂଜ୍ୟ ବାପୁଙ୍କ ପୁଣ୍ୟ ତିଥିରେ ମୁଁ ପ୍ରଣାମ ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବିଶ୍ବ ଶାନ୍ତି ଏବଂ ଭାରତର ପ୍ରଗତି ପାଇଁ ସେ ଦେଖାଇଥିବା ମାର୍ଗ ଆଜି ମଧ୍ୟ ପ୍ରାସଙ୍ଗିକ ଅଟେ । ତାଙ୍କ ପ୍ରେରଣା ଯୋଗୁଁ ଭାରତ ଆଜି ଆତ୍ମନିର୍ଭରଶୀଳ ହୋଇପାରିଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ