ନୂଆଦିଲ୍ଲୀ: ରବିବାର ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କ ଜୟନ୍ତୀ ଅବସରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେୱାଡିଆ ଯିବା ପାଇଁ ପିଏମ ମୋଦି 8ଟି ଟ୍ରେନ ସେବା ଆରମ୍ଭ କରିଛନ୍ତି । ଏହି ସେବା ଉତ୍ସବରେ ସେ ଏମଜି ରାମଚନ୍ଦ୍ରନଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଆଜି ଗୁଜୁରାଟର ଷ୍ଟାଚ୍ୟୁ ଅଫ ୟୁନିଟକୁ ଯୋଗାଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦି 8ଟି ଟ୍ରେନ ସେବା ଆରମ୍ଭ କରିଛନ୍ତି । ଏଥି ମଧ୍ୟରୁ ଗୋଟିଏ ଚେନ୍ନାଇର ଡ.ଏମଜି ରାମାଚନ୍ଦ୍ରନ କେନ୍ଦ୍ରୀୟ ରେଲୱେ ପୁରାଚି ଥାଲାଇଭାରକୁ ଆରମ୍ଭ ହୋଇଛି । ଏହା ଏକ ଖୁସିର ମୂହୁର୍ତ୍ତ ଯେ ଆଜି ଭାରତ ରତ୍ନ ପାଇଥିବା ଏମଜି ରାମଚନ୍ଦ୍ରନଙ୍କ ଜନ୍ମ ଜୟନ୍ତୀ । ସେ ସବୁ ବେଳେ ଗରିବ ଲୋକମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ବୋଲି ଟ୍ବିଟ କରି କହିଛନ୍ତି ମୋଦି ।
ଆଜି ବି ଅନେକଙ୍କ ହୃଦୟରେ ଜୀବିତ ଅଛନ୍ତି ଭାରତ ରତ୍ନ ପାଇଥିବା ଏମଜି ରାମଚନ୍ଦ୍ରନ । ଚଳଚ୍ଚିତ୍ର ହେଉ କି ରାଜନୀତି ସେ ସବୁଠି ସମ୍ମାନିତ । ତାଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ ସମୟରେ ଦାରିଦ୍ର୍ୟ ଦୂରୀକରଣ ଓ ମହିଳା ସଶକ୍ତିକରଣ ଉପରେ ପାଇଁ ସେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏଆଇଏଡିଏମକେର ପ୍ରତିଷ୍ଠାତା ଥିଲେ ଏମଜି ରାମାଚନ୍ଦ୍ରନ । ସେ 1977ରୁ 1987 ଯାଏଁ 10ବର୍ଷ ଧରି ତାଲିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କର ସେବା ମନୋବୃତ୍ତି ପାଇଁ ତାଙ୍କୁ 1988ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
@ANI