ETV Bharat / bharat

ଆଜି ମହାରାଣା ପ୍ରତାପ ଓ ଗୋପାଳ କ୍ରିଷ୍ଣ ଗୋଖଲେଙ୍କ ଜନ୍ମବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ - ମହାରାଣା ପ୍ରତାପ

ମହାରାଣା ପ୍ରତାପ ଓ ଗୋପାଳ କ୍ରିଷ୍ଣ ଗୋଖଲେଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : May 9, 2021, 12:09 PM IST

ନୂଆଦିଲ୍ଲୀ: ମହାରାଣା ପ୍ରତାପଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ପ୍ରତି ମହାରାଣା ପ୍ରତାପଙ୍କ ବଳିଦାନ ଓ ତ୍ୟାଗ ସର୍ବଦା ମନେ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ନିଜ ଅଦ୍ୟମ ସାହସ ବଳରେ ଭାରତ ମାତାକୁ ଗର୍ବିତ କରିଛନ୍ତି ସେ ହେଲେ ମହାରାଣା ପ୍ରତାପ। ଦେଶ ପ୍ରତି ତାଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଣା ପ୍ରତାପ ମେୱାରର ରାଜା ଥିଲେ । ଯିଏ କି ହଳଦୀଘାଟ ଯୁଦ୍ଧରେ ଲଢିଥିଲେ । ଏହି ମହାନ ଯୋଦ୍ଧାଙ୍କର ଜନ୍ମ 1540ମସିହା ଆଜିର ଦିନରେ ହୋଇଥିଲା । ଆମ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରମୀ ଭାବରେ ଜଣାଶୁଣା ମହାରାଣା ପ୍ରତାପ ।

ଏହା ସହିତ ସ୍ବାଧୀନତା ସଂଗ୍ରମୀ ଗୋପଳ କ୍ରିଷ୍ଣା ଗୋଖଲେଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ପ୍ରତି ମହାନ ସ୍ବାଧୀନତା ସଂଗ୍ରାମୀ ଓ ଦାର୍ଶନିକ ଗୋପାଳ କ୍ରିଷ୍ଣ ଗୋଖଲେ ଅବଦାନ ଅତୁଳନୀୟ । ଜାତି ପାଇଁ ତାଙ୍କ ତ୍ୟାଗଭାବ ସେବା ଅନେକଙ୍କୁ ପ୍ରେରଣା ଦେଇଛି ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 1866ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଗୋପାଳ କ୍ରିଷ୍ଣ ଗୋଖଲେ । ସେ ଜଣେ ରାଜନୈତିକ ନେତା ସହିତ ସ୍ବାଧୀନତା ସଂଗ୍ରାମ ସମୟରେ ସମାଜର ସଂସ୍କାର ନିମନ୍ତେ କାର୍ଯ୍ୟ କରିଥିଲେ ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.