ETV Bharat / bharat

UNSC ବୈଠକରେ ସାମୁଦ୍ରିକ ସୁରକ୍ଷା ପାଇଁ ମୋଦିଙ୍କ 5 ସିଦ୍ଧାନ୍ତ - ସମୁଦ୍ର ସୁରକ୍ଷାର ବିସ୍ତାର

'ସମୁଦ୍ର ସୁରକ୍ଷାର ବିସ୍ତାର: ଅନ୍ତରାଷ୍ଟ୍ରୀୟ ସହଯୋଗ ମାମଲା' ଉପରେ ସୁରକ୍ଷା ପରିଷଦରକ ଉଚ୍ଚସ୍ତରୀୟ ବିତର୍କରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

UNSC ବୈଠକରେ ସାମୁଦ୍ରିକ ସୁରକ୍ଷା ପାଇଁ ମୋଦିଙ୍କ ୫ ସିଦ୍ଧାନ୍ତ

author img

By

Published : Aug 9, 2021, 7:38 PM IST

ନୂଆଦିଲ୍ଲୀ: ଜାତି ସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଇତିହାସ ରଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 'ସମୁଦ୍ର ସୁରକ୍ଷାର ବିସ୍ତାର: ଅନ୍ତରାଷ୍ଟ୍ରୀୟ ସହଯୋଗ ମାମଲା' ଉପରେ ସୁରକ୍ଷା ପରିଷଦର ଉଚ୍ଚସ୍ତରୀୟ ବିତର୍କରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ।

ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମୁଦ୍ର ଆମ ମିଳିତ ପୈତୃକ ସମ୍ପତ୍ତି । ସମୁଦ୍ର ରାସ୍ତା ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର ଲାଇଫଲାଇନ । ଏହି ମହାସାଗର ଆମ ଗ୍ରହର ଭବିଷ୍ୟତ ପାଇଁ ଅତ୍ୟନ୍ତ ମହକତ୍ବ ରଖୁଛି । ଆମ ପୈତୃକ ସମ୍ପତ୍ତି ଅନେକ ଚ୍ୟାଲେଞ୍ଜର ସାମ୍ନା କରୁଛି । ଆତଙ୍କୀ କାର୍ଯ୍ୟକଳାପ ପାଇଁ ସମୁଦ୍ର ପଥକୁ ବ୍ୟବହାର କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମୁଦ୍ର ସୁରକ୍ଷା ପାଇଁ ମିଳିତ ଫ୍ରେମୱାର୍କ ଗଠନ ହେଉ । ଏହା SAGAR (Security And Growth for All in the Region) ଉପରେ ଆଧାରିତ ହେବା ଦରକାର । ଏହି ଦୃଷ୍ଟିକୋଣ ସୁରକ୍ଷିତ ଓ ସ୍ଥିର ସମୁଦ୍ର ପଥ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆମକୁ ସମୁଦ୍ର ବ୍ୟାପାରରେ ବାଧାକୁ ସମାପ୍ତ କରିବାକୁ ପଡିବ । ଆମ ସମୃଦ୍ଧି ସୁଚାରୁ ସମୁଦ୍ର ବ୍ୟାପାର ଉପରେ ନିର୍ଭର କରେ । ଏଥିରେ ଯେକୌଣସି ପ୍ରକାରର ପ୍ରତିବନ୍ଧକ ଆମ ଭବିଷ୍ୟତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ସାମୁଦ୍ରିକ ସୁରକ୍ଷା ପାଇଁ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି 5 ଟି ମୌଳିକ ସିଦ୍ଧାନ୍ତ ଉପରେ ଆଲୋକପାତ କରିଛନ୍ତି।

ସାମୁଦ୍ରିକ ସୁରକ୍ଷା ପାଇଁ ୫ ସିଦ୍ଧାନ୍ତ

  1. ସାମୁଦ୍ରିକ ବାଣିଜ୍ୟରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକକୁ ଆମକୁ ହଟାଇବାକୁ ପଡିବ ଯାହା ଦ୍ବାରା ବୈଧ ବାଣିଜ୍ୟ ପ୍ରତିଷ୍ଠା ହୋଇପାରିବ |
  2. ସାମୁଦ୍ରିକ ବିବାଦ ଶାନ୍ତିପୂର୍ଣ୍ଣ ଭାବରେ ଏବଂ ଆନ୍ତରାଷ୍ଟ୍ରୀୟ ନିୟମ ଅନୁଯାୟୀ ସମାଧାନ ହେବା ଉଚିତ ।
  3. ଦାୟିତ୍ବପୂର୍ଣ୍ଣ ସାମୁଦ୍ରିକ ସଂଯୋଗକୁ ପ୍ରୋତ୍ସାହନ ଦେବା ଉଚିତ
  4. ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ସୃଷ୍ଟି ହୋଇଥିବା ସାମୁଦ୍ରିକ ଆହ୍ବାନର ଏକାଠି ସାମ୍ନା କରିବା ଉଚିତ ।
  5. ଆମକୁ ସାମୁଦ୍ରିକ ପରିବେଶ ଏବଂ ସମ୍ବଳର ସୁରକ୍ଷା କରିବାକୁ ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.