ETV Bharat / bharat

PM Modi now on WhatsApp Channels: ହ୍ବାଟ୍ସଆପରେ ଯୋଡି ହେଲେ ପ୍ରଧାନମନ୍ତ୍ରୀ, ନୂଆ ସଂସଦ ଭବନର ଫଟୋ କଲେ ସେୟାର

author img

By ETV Bharat Odisha Team

Published : Sep 19, 2023, 7:04 PM IST

ଏବେ ହ୍ବାଟ୍ସଆପରେ ଯୋଡି ହେଲେ ପ୍ରଧାନମନ୍ତ୍ରୀ । ନୂଆ ସଂସଦ ଭବନର ଫଟୋ କଲେ ସେୟାର । କେମିତି କରିବେ ଫଲୋ, ସେନେଇ ଅଧିକ ପଢନ୍ତୁ

PM Modi now on WhatsApp: ହ୍ବାଟ୍ସଆପରେ ଯୋଡି ହେଲେ ପ୍ରଧାନମନ୍ତ୍ରୀ, ନୂଆ ସଂସଦ ଭବନର ଫଟୋ କଲେ ସେୟାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ, ଇନଷ୍ଟାଗ୍ରାମ ସହ ତମାମ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ ସକ୍ରିୟ ରହିଛନ୍ତି । କେବଳ ଦେଶ ନୁହେଁ ବରଂ ବଶ୍ବବ୍ୟାପୀ ତାଙ୍କର କୋଟି କୋଟି ଅନୁଗାମୀ ମଧ୍ୟ ରହିଛନ୍ତି । ଏହି କ୍ରମରେ ସାମିଲ ହୋଇଛି ବହୁଳ ବ୍ୟବହୃତ ଲୋକପ୍ରିୟ ମେସେଜିଂ ଆପ ହ୍ବାଟସଆପ । ଆଜିଠାରୁ ପ୍ରଧାନମନ୍ତ୍ରୀ ହ୍ବାଟସଆପରେ ମଧ୍ୟ ଯୋଡି ହୋଇଛନ୍ତି । ନୂତନ ସଂସଦ ଭବନର ଫଟୋ ମଧ୍ୟ ସେୟାର କରିଛନ୍ତି ।

ଏବେ ହ୍ବାଟ୍ସଆପରେ ଯୋଡି ହେଲେ ପ୍ରଧାନମନ୍ତ୍ରୀ
ଏବେ ହ୍ବାଟ୍ସଆପରେ ଯୋଡି ହେଲେ ପ୍ରଧାନମନ୍ତ୍ରୀ

ହ୍ବାଟ୍ସଆପ ନୂଆ କରି ବିକଶିତ କରିଥିବା ‘ହ୍ବାଟ୍ସଆପ ଚ୍ୟାନେଲ’ ଫିଚର ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ଆପଣ ମଧ୍ୟ ଯୋଡି ହୋଇପାରିବେ । ତେବେ ବିନା ନମ୍ବରରେ ଆପଣ କେମିତି ହ୍ବାଟ୍ସଆପରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡି ହେବେ, ସେନେଇ ଆପଣଙ୍କ ମନରେ ପ୍ରଶ୍ନ ଆସିବା ସ୍ବାଭାବିକ । କିନ୍ତୁ ସଂସ୍ଥା ବିକଶିତ କରିଥିବା ନୂତନ ଚ୍ୟାନେଲ ଫିଚର ମାଧ୍ୟମରେ ବିନା କୌଣସି ନମ୍ବରରେ ଏହି ଏକକ ଯୋଗାଯୋଗ ସମ୍ଭପର ହୋଇପାରୁଛି ।

କେମିତି କରିବେ ଫଲୋ:-

ହ୍ବାଟ୍ସଆପର ଏହି ନୂଆ ଫିଚରର ଲାଭ ପାଇବା ପାଇଁ ଆପଣଙ୍କୁ ହ୍ବାଟ୍ସଆପ ଆପ୍ଲିକେସନକୁ ଅପଡେଟ କରିବାକୁ ହେବ । ଏହା ପରେ ସେଥିରେ ‘ଚ୍ୟାନେଲ’ ନାମରେ ଏକ ଫିଚର ଆପଣ ପାଇପାରିବେ । ସେଥିରେ ଫାଇଣ୍ଡ ଚ୍ଯାନେଲ ଅପସନରେ କ୍ଲିକ ପରି ଆପଣ ଚ୍ୟାନେଲ ସର୍ଚ୍ଚ କରିପାରିବେ । ସେଠାରେ ନରେନ୍ଦ୍ର ମୋଦି ଟାଇପ କରି ସର୍ଚ୍ଚ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ହ୍ବଟ୍ସଆପ ଚ୍ୟାନେଲର ଇଣ୍ଟରଫେସ ଉପଲବ୍ଧ ହେବ । ତେବେ ସେଠାରେ ଫଲୋ କରିବା ପାଇଁ ମଧ୍ୟ ଅପସନ ରହିଛି । ଯାହାକୁ କ୍ଲିକ କରି ଆପଣ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡି ହୋଇପାରିବେ । ତେବେ ଏହି ଫିଚର କମ୍ପାନୀ ବିକଶିତ କରିବା ସହ ରୋଲଆଉଟ ମଧ୍ୟ କରିସାରିଛି । ହେଲେ ଏହା ସମସ୍ତ ହ୍ବାଟ୍ସଆପ ଉପଭୋକ୍ତାଙ୍କ ନିକଟରେ ଅପଡେଟ ହେବା ପାଇଁ ସାମାନ୍ୟ ସମୟ ଲାଗିବା ନେଇ ସଂସ୍ଥା କହିଛି ।

କ‘ଣ ଆପଣ ଆପଣ ମେସେଜ କରିପାରିବେ !

ନାଁ, ଆପଣ ଏଥିରେ କୌଣସି ବାର୍ତ୍ତା ପ୍ରେରଣ କରିପାରିବେ ନାହିଁ । କେବଳ ଏହି ଚ୍ୟାନେଲ ସହ ଯୋଡି ହୋଇ ଅପଡେଟ ହାସଲ କରିପାରିବେ । ଆଡମିନ ଯାହା ବାର୍ତ୍ତା କିମ୍ବା ପୋଷ୍ଟ କରିବେ, ତାହା ଆପଣଙ୍କୁ ଏକ ବ୍ରୋଡକାଷ୍ଟ ପରି ଉପଲବ୍ଧ ହେବ । ହେଲେ ଏଥିରେ ଆପଣଙ୍କ ନମ୍ବର ମଧ୍ୟ ନଜର ଆସିବ ନାହିଁ । ଅନୁସରଣକାରୀଙ୍କ ନମ୍ବର ଓ ଅନ୍ୟ ତଥ୍ୟ ପରସ୍ପରକୁ ଦୃଶ୍ୟମାନ ମଧ୍ୟ ହେବ ନାହିଁ । ଅନ୍ୟ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯେପରି ଅନୁସରଣ କରିବା ପାଇଁ ଫଲୋ ଅପସନ ଥାଏ, ଏହା ମଧ୍ୟ ଏହି ଶୈଳୀର ଏକ ଫିଚର । ତେବେ ଆପଣ ମଧ୍ୟ ଚାହିଁଲେ ଚ୍ୟାନେଲ କ୍ରିଏଟ କରିପାରବେ ।

ଏହା ମଧ୍ୟ ପଢନ୍ତୁ :- ପାରିତ ହେଲେ ସୁଦ୍ଧା 2029 ପୂର୍ବରୁ ଲାଗୁ ହେବନି ମହିଳା ସଂରକ୍ଷଣ ବିଲ୍‌ ! ଜାଣନ୍ତୁ କାହିଁକି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.