ETV Bharat / bharat

ମିଶନ ୨୦୨୪: ଗତଥର ହାରିଥିବା ୧୪୪ ଲୋକସଭା ଆସନରେ ୪୦ ରାଲି କରିବେ ମୋଦି - ୧୪୪ ଲୋକସଭାରେ ବିଜେପିର ରାଲି

୧୪୪ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୦ ରାଲି ଓ ସଭା କରିବ ବିଜେପି । ୪୦ଟି କ୍ଲଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ରାଲି କରିପାରନ୍ତି । ଅଧିକ ପଢ଼ନ୍ତୁ

PM Modi likely to hold 40 rallies across 144 Lok Sabha seats lost in 2019 polls
୨୦୨୪ ନିର୍ବାଚନ ସଜବାଜ: ୧୪୪ ଲୋକସଭାରେ ବିଜେପିର ରାଲି, ୪୦ କ୍ଲଷ୍ଟରରେ ମୋଦି କରିବେ ସଭା
author img

By

Published : Oct 9, 2022, 5:53 PM IST

ନୂଆଦିଲ୍ଲୀ: ୧୪୪ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୦ ରାଲି ଓ ସଭା କରିବାକୁ ଯୋଜନା କରୁଛି ବିଜେପି(preparation for 2024 election in BJP camp) । ୨୦୧୯ରେ ଯେଉଁସବୁ ଲୋକସଭା ଆସନରେ ବିଜେପିକୁ ପରାଜୟବରଣ କରିଥିଲା ସେହି ସବୁ ନିର୍ବାଚନ ମଣ୍ଡଳୀରେ ରାଲି ଆୟୋଜନ କରାଯିବ । ୪୦ଟି କ୍ଲଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ରାଲି କରିପାରନ୍ତି ।

ବିଜେପି ସୂତ୍ର ମୁତାବକ, ଲୋକସଭା ପ୍ରଭାସ ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ୪୦ଟି ରାଲି ଆୟୋଜନ କରିବାକୁ ଯୋଜନା କରୁଛି । ଯେଉଁ ୧୪୪ଟି ଲୋକସଭା ଆସନରେ ବିଜେପି ଦୁର୍ବଳ ରହିଥିଲା କିମ୍ବା ପରାଜିତ ହୋଇଥିଲା ସେହି ସବୁ ସ୍ଥାନରେ ରାଲି କରିବ ବିଜେପି । ୪୦ଟି ସ୍ଥାନରେ ବିଜେପି ବଡ଼ ରାଲି କରିବ । ସମସ୍ତ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଲୋକଙ୍କୁ ସମ୍ବୋଧିତ କରିବେ ବୋଲି ସୂତ୍ରରୁ ସୂଚନା ମିଳିଛି । ବାକି ୧୦୪ଟି ରାଲିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟାନ୍ୟ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଯୋଗ ଦେଇ ଜନତାଙ୍କୁ ସମ୍ବୋଧନ କରିବେ ।

୨୦୨୪ ନିର୍ବାଚନ ପାଇଁ ଏବେଠାରୁ ଅଣ୍ଟା ଭିଡ଼ିବା ଆରମ୍ଭ କରିଛି ବିଜେପି । ଏଥିପାଇଁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ରଣନୀତି । ବିଜେପି ନେତୃବୃନ୍ଦଙ୍କ ରହଣୀ ସମୟରେ ସେହି କ୍ଲଷ୍ଟରର ପ୍ରଭାରୀଙ୍କ ଉପରେ ସମସ୍ତ ଦାୟିତ୍ବ ରହିବ । ଏହି ସବୁ ସ୍ଥାନରେ କିଭଳି ସଭାର ଆୟୋଜନ ସେଥିପ୍ରତି ଦୃଷ୍ଟି ଦେବେ । ଏହିସୁବ ସ୍ଥାନରେ ସ୍ଥାନୀୟ ଅସନ୍ତୁଷ୍ଟ ବିଜେପି ନେତାଙ୍କ ସହ ବିଶେଷ ଭାବରେ ଆଲୋଚନା ହେବ । କେଉଁଭଳି ସବୁ ସମସ୍ୟାର ସମାଧାନ ହେବ ତାହାକୁ ନିଷ୍ପତ୍ତି ନିଆଯିବ । ଏହି ସମୟରେ ୪୦ଜଣ କେନ୍ଦ୍ରମନ୍ତ୍ରୀ ୫ ସୂତ୍ରୀ କାର୍ଯ୍ୟପନ୍ଥାକୁ ନେଇ କାର୍ଯ୍ୟ କରିବେ ।

ପ୍ରଥମେ ପ୍ରଚାର ଯୋଜନା କାର୍ଯ୍ୟକାରୀ କରାଯିବ । ଦ୍ବିତୀୟରେ ଜନସଭା ଆୟୋଜନ କରିବେ । ତୃତୀୟରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସଞ୍ଚାଳନ କରିବେ । ଚତୁର୍ଥରେ ପ୍ରତ୍ୟେକଙ୍କ ପାଇଁ ସହଜରେ ବୁଝି ହେଉଥିବା ଭଳି ପରିଚାଳନା ପନ୍ଥା ଆପଣେଇବେ । ପଞ୍ଚମ ବା ଶେଷ ସୂତ୍ର ହେଉଛି ପ୍ରତ୍ୟେକ କ୍ଲଷ୍ଟର୍‌ରେ କ୍ଲଷ୍ଟର ପ୍ରଭାରୀ ରହି ଲୋକଙ୍କ ପାଖରେ ପହଞ୍ଚିବେ । ରାଲି ସହ ସ୍ଥାନୀୟ ଲୋକ ଓ ବିଭିନ୍ନ ସମ୍ପ୍ରଦାୟର ଧର୍ମଗୁରୁଙ୍କ ସହ ଆଲୋଚନା କରିବେ କ୍ୟାବିନେଟ୍‌ ମନ୍ତ୍ରୀ । ତେବେ ଏହାକୁ ନେଇ ବିଜେପି ପକ୍ଷରୁ ଆନୁଷ୍ଠାନିକ ଭାବରେ କୌଣସି ଘୋଷଣା କରାଯାଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.