ETV Bharat / bharat

Amrit Bharat Station Scheme: ୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କଲେ ମୋଦି

author img

By

Published : Aug 6, 2023, 12:20 PM IST

ଦେଶବ୍ୟାପୀ ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କଲେ ମୋଦି । ୨୫ ହଜାର କୋଟି ଟଙ୍କା ବିନିମୟରେ ହେବ ରୂପାନ୍ତରଣ । ଅଧିକ ପଢନ୍ତୁ

୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କଲେ ମୋଦି

ନୂଆଦିଲ୍ଲୀ: ଦେଶର ୫୦୮ଟି ରେଳ ଷ୍ଟେସନର ବଦଳିବ ରୂପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭର୍ଚୁଆଲରେ ସାରା ଦେଶରେ ୫୦୮ଟି ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କରିଛନ୍ତି । ତାହା ମଧ୍ୟରେ ଓଡ଼ିଶାର ୨୫ଟି ଷ୍ଟେସନ ରହିଛି । ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ଏହିସବୁ ଷ୍ଟେସନର ରୂପାନ୍ତରଣ କରାଯିବ । ଏଥିପାଇଁ ୨୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ୨ ବର୍ଷ ମଧ୍ୟରେ ରୂପାନ୍ତରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜି ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ପୁନର୍ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ସାମିଲ ହୋଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ଭାରତୀୟ ରେଳ ଇତିହାସରେ ନୂଆ ଅଧ୍ୟାୟର ସୃଷ୍ଟି ହୋଇଛି । ଆଜିଠୁ ସାରା ଦେଶରେ ୫୦୮ଟି ଷ୍ଟେସନର ରୂପାନ୍ତରଣ ହେବ । ଏହାଦ୍ବାରା ଯାତ୍ରୀମାନେ ଅତ୍ୟାଧୁନିକ ସୁବିଧା ପାଇବେ । ପୁରା ବିଶ୍ବର ନଜର ଏବେ ଭାରତ ଉପରେ ରହିଛି । ଦେଶରେ ଅତ୍ୟାଧୁନିକ ଟ୍ରେନ ସଂଖ୍ୟା ବୃଦ୍ଧି ପାଉଛି । ଗତ ୯ ବର୍ଷ ମଧ୍ୟରେ ରେଲୱେରେ ରେକର୍ଡ ନିବେଶ ହୋଇଛି । କିଛି ବର୍ଷରେ ଭାରତର ସବୁ ଟ୍ରେନ ବିଜୁଳିରେ ଚାଲିବ । ଉତ୍ତର ପୂର୍ବ ରାଜ୍ୟରେ ରେଲୱେର ବିସ୍ତାର ପାଇଁ ଗୁରୁତ୍ବ ଦିଆଯାଇଛି । ୨୦୩୦ ସୁଦ୍ଧା ରେଲୱେର ନେଟ୍ ଜିରୋ ଏମିସନ ଲକ୍ଷ୍ୟ ପୂରଣ ହେବ ।

ଏହା ମଧ୍ୟ ପଢନ୍ତୁ: ହୀରାକୁଦ ଷ୍ଟେସନର ହେବ ନବୀକରଣ, ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସୂଚନା ଅନୁଯାୟୀ, ଦେଶର ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୦୮ଟି ଷ୍ଟେସନର ପୁନର୍ବିକାଶ କରାଯିବ । ଏଥିମଧ୍ୟରୁ ଓଡି଼ଶାର ୨୫ଟି ଷ୍ଟେସନ ଥିବାବେଳେ ଉତ୍ତର ପ୍ରଦେଶ ଓ ରାଜସ୍ଥାନର ୫୫ଟି, ବିହାରର ୪୯ଟି, ମହାରାଷ୍ଟ୍ରର ୪୪, ପଶ୍ଚିମବଙ୍ଗର ୩୭, ମଧ୍ୟପ୍ରଦେଶର ୩୪, ଆସାମର ୩୨, ପଞ୍ଜାବର ୨୨, ଗୁଜୁରାଟ ଓ ତେଲେଙ୍ଗାନାର ୨୧, ଝାଡଖଣ୍ଡରେ ୨୦, ଆନ୍ଧ୍ର ଓ ତାମିଲନାଡୁରେ ୧୮, ହରିୟାଣାରେ ୧୫ ଏବଂ କର୍ଣ୍ଣାଟକର ୧୩ଟି ଷ୍ଟେସନ ଅନ୍ତର୍ଭୁକ୍ତ । ଏଥିରେ ଯାତ୍ରୀମାନଙ୍କ ସୁବିଧା ଲାଗି ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ବାର, ମଲ୍ଟି ଲେବଲ ପାର୍କିଂ, ଲିଫ୍ଟ, ଏସ୍କାଲେଟର, ଟ୍ରାଭେଲେଟର, ଏକଜିକ୍ୟୁଟିଭ ଲାଉଞ୍ଜ, ୱେଟିଂ ଏରିଆ, ଦିବ୍ୟାଙ୍ଗଙ୍କ ଅନୁକୂଳ ସୁବିଧା ରହିବ । ଏହାସହିତ ଷ୍ଟେସନ ଗୁଡିକରେ ପୌରାଣିକ ଓ ସାଂସ୍କୃତିକ ଛାପ ଦିଆଯିବ ।

ଓଡ଼ିଶାର ପୁନର୍ବିକାଶ ହେବାକୁ ଥିବା ଷ୍ଟେସନ ଗୁଡିକ ହେଲା: ଅନୁଗୋଳ, ବଲାଙ୍ଗୀର, ବାଲୁଗାଁ, ବାରିପଦା, ବରପାଲି, ବଡବିଲ, ଛତ୍ରପୁର, ଦାମନଜୋଡି, ବରଗଡ ରୋଡ, ଖରିଆର ରୋଡ, ହରିଶଙ୍କର ରୋଡ, ହୀରାକୁଦ, ଜଳେଶ୍ବର, କଣ୍ଟାବାଞ୍ଜି, ଢେଙ୍କାନାଳ, ଖୋର୍ଦ୍ଧା ରୋଡ ଜଙ୍କସନ, ଲିଙ୍ରାଜ ଟେମ୍ପଲ ରୋଡ, ମଞ୍ଚେଶ୍ବର, ମେରାମଣ୍ଡଳି, ମୁନିଗୁଡା, ତାଳଚେର ରୋଡ, ସାକ୍ଷୀଗୋପାଳ, ରାଜଗାଙ୍ଗପୁର, ରେଢାଖୋଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.