ETV Bharat / bharat

Constitution Day: ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପର ଉଦଘାଟନ କଲେ ମୋଦି

author img

By

Published : Nov 26, 2022, 12:15 PM IST

ଜାତୀୟ ସମ୍ବିଧାନ ଦିବସ ଅବସରରେ ସୁପ୍ରିମକୋର୍ଟରେ ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Constitution Day
Constitution Day

ନୂଆଦିଲ୍ଲୀ: ଆଜି ଜାତୀୟ ସମ୍ବିଧାନ ଦିବସ । ଏହି ଅବସରରେ ଆଜି ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଇ-କୋର୍ଟ ସମ୍ବନ୍ଧିୟ ବିଭିନ୍ନ ନୂଆ ପ୍ରକଳ୍ପର ଉଦଘାଟନ କରିଛନ୍ତି । ସମ୍ବିଧାନ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ଜଷ୍ଟିସ କ୍ଲକ, ଜଷ୍ଟିସ ମୋବାଇଲ ଆପ ୨.୦, ଡିଜିଟାଲ କୋର୍ଟ ଏବଂ S3WaaS ଓ୍ବେବସାଇଟକୁ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ । ୧୯୪୯ ଆଜିର ଦିନରେ ସମ୍ବିଧାନ ସଭା ଦ୍ବାରା ଭାରତର ସମ୍ବିଧାନକୁ ସ୍ବୀକୃତି ଦିଆଯାଇଥିଲା । ଏହାପରେ ୧୯୫୦ ଜାନୁଆରୀରେ ସମ୍ବିଧାନ ପ୍ରଣୟନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ମହିଳା ମାନେ କିଛି ନପିନ୍ଧିଲେ ଅଧିକ ସୁନ୍ଦର ଦିଶନ୍ତି: ବାବା ରାମଦେବ

ବିଶ୍ବର ସର୍ବବୃହତ ସମ୍ବିଧାନ ଅଟେ ଭାରତୀୟ ସମ୍ବିଧାନ । ଯାହାକୁ ପ୍ରସ୍ତୁତ କରିବା ପାଇଁ ଲାଗିଥିଲା ୨ ବର୍ଷ ୧୧ ମାସ ୧୮ ଦିନ । ନଭେମ୍ବର ୨୬, ୧୯୪୯ ମସିହାରେ ସମ୍ବିଧାନକୁ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ ଡ.ବି.ଆର ଆମ୍ବେଦକର । ସାମ୍ବିଧାନିକ ମୂଲ୍ୟବୋଧ ଗୁଡିକୁ ଆଗକୁ ବଢାଇବା ପାଇଁ ୨୦୧୫ ମସିହାରେ କେନ୍ଦ୍ର କ୍ୟାବିନେଟ ନଭେମ୍ବର ୨୬ ତାରିଖକୁ ସାମ୍ବିଧାନିକ ଦିବସ ରୂପେ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ । ନଭେମ୍ବର ୨୬ ତାରିଖରେ ଭାରତୀୟ ସମ୍ବିଧାନ ଦିବସ ପାଳନ ହେବା ପୂର୍ବରୁ ଜାତୀୟ ଆଇନ ଦିବସ ରୂପେ ଏହା ପାଳନ କରାଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.