ETV Bharat / bharat

ଗୌହାଟି ଉଚ୍ଚ ନ୍ୟାୟାଳୟ ପ୍ଲାଟିନମ ଜୟନ୍ତୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ଗୌହାଟୀ ଉଚ୍ଚ ନ୍ୟାୟାଳୟର ପ୍ଲାଟିନମ ଜୟନ୍ତୀ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ଖୁସି । ଯେଉଁ ସମୟରେ ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପାଳନ କରୁଛି, ସେତେବେଳେ ଗୌହାଟୀ ଉଚ୍ଚ ନ୍ୟାୟାଳୟ ଏହାର ୭୫ ବର୍ଷ ପୂରଣ ଉତ୍ସବ ପାଳନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 14, 2023, 10:59 PM IST

Etv Bharat
Etv Bharat
  • Highlighted the importance of the executive, legislature and judiciary in the making of an Aspirational India. pic.twitter.com/lHLr6u90UN

    — Narendra Modi (@narendramodi) April 14, 2023 " class="align-text-top noRightClick twitterSection" data=" ">

ଗୌହାଟି: ଆସାମର ଗୌହାଟୀ ସ୍ଥିତ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ର ଠାରେ ଗୌହାଟୀ ଉଚ୍ଚ ନ୍ୟାୟାଳୟର ପ୍ଲାଟିନମ ଜୟନ୍ତୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଆସାମ ପୁଲିସ ଦ୍ୱାରା ପରିକଳ୍ପିତ ହୋଇଥିବା ଏକ ମୋବାଇଲ ଆପ୍ଲିକେସନ ‘ଆସାମ କୋପ' ର ଆନୁଷ୍ଠାନିକ ରୂପରେ ଶୁଭାରମ୍ଭ କରିଛନ୍ତି । ଏହି ଆପ କ୍ରାଇମ ଆଣ୍ଡ କ୍ରିମିନାଲ ନେଟୱର୍କ ଟ୍ରାକିଂ ସିଷ୍ଟମ ଏବଂ ବାହନ ଜାତୀୟ ରେଜିଷ୍ଟରର ଡାଟାବେସରୁ ଅଭିଯୁକ୍ତ ତଥା ଯାନର ସନ୍ଧାନକୁ ସହଜ କରିବ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ କହିଛନ୍ତି ଗୌହାଟୀ ଉଚ୍ଚ ନ୍ୟାୟାଳୟର ପ୍ଲାଟିନମ ଜୟନ୍ତୀ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ଖୁସି । ଯେଉଁ ସମୟରେ ଦେଶ ସ୍ୱାଧୀନତାର ୭୫ ତମ ବର୍ଷ ପାଳନ କରୁଛି, ସେତେବେଳେ ଗୌହାଟୀ ଉଚ୍ଚ ନ୍ୟାୟାଳୟ ଏହାର ୭୫ ବର୍ଷ ପୂରଣ ଉତ୍ସବ ପାଳନ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଅଭିଜ୍ଞତାକୁ ସଂରକ୍ଷଣ କରିବାର ସମୟ ଆସିଛି । ନୂତନ ଲକ୍ଷ୍ୟ ପୂରଣ ପାଇଁ ଉତ୍ତରଦାୟୀ ଏବଂ ଦାୟିତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ପରବର୍ତ୍ତୀ ପଦକ୍ଷେପ ମଧ୍ୟ ନିଆଯିବ । "ଗୌହାଟୀ ଉଚ୍ଚ ନ୍ୟାୟାଳୟର ନିଜସ୍ୱ ଐତିହ୍ୟ ଏବଂ ପରିଚୟ ରହିଛି" ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୌହାଟୀ ଉଚ୍ଚ ନ୍ୟାୟାଳୟର ଅଧିକାରର ପରିସର ହେଉଛି ବୃହତ୍ତମ ଯାହା ମଧ୍ୟରେ ଏହାର ପଡୋଶୀ ରାଜ୍ୟ ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୩ ପର୍ଯ୍ୟନ୍ତ ଗୌହାଟୀ ଉଚ୍ଚ ନ୍ୟାୟାଳୟ ଅଧୀନରେ ସାତୋଟି ରାଜ୍ୟ ଥିଲା । ଏହାକୁ ସରକାର ଆହୁରି ସରଳ କରିଛନ୍ତି । ସମାନତା ଏବଂ ସମନ୍ୱୟର ସାମ୍ବିଧାନିକ ମୂଲ୍ୟବୋଧ ହେଉଛି ଆଧୁନିକ ଭାରତର ମୂଳଦୁଆ । ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ ଅବସରରେ ଆସାମବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତୀୟ ନାଗରିକଙ୍କ ଆକାଂକ୍ଷା ସୀମାହୀନ ଏବଂ ଗଣତନ୍ତ୍ରର ସ୍ତମ୍ଭ ଭାବରେ ନ୍ୟାୟପାଳିକାର ଏହି ଆକାଂକ୍ଷା ପୂରଣ କରିବାରେ ଏକ ଦୃଢ ତଥା ସମ୍ବେଦନଶୀଳ ଭୂମିକା ରହିଛି । ଏକ ଶକ୍ତିଶାଳୀ, ଜୀବନ୍ତ" ଏବଂ ଆଧୁନିକ ଆଇନ ବ୍ୟବସ୍ଥା ଗଠନ କରିବାକୁ ସମ୍ବିଧାନ ମଧ୍ୟ ଆମ ଠାରୁ ଆଶା କରେ । ବ୍ୟବସ୍ଥାପିକା, ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ମାନଙ୍କର ମିଳିତ ଦାୟିତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପୁରୁଣା ଆଇନ ରଦ୍ଦ କରିବାର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି "ଆମେ ହଜାର ହଜାର ପୁରୁଣା ନିୟମକୁ ପ୍ରତ୍ୟାହାର କରି ନେଇଛୁ । ପ୍ରାୟ ୨୦୦୦ ଏପରି ଆଇନ ଏବଂ ୪୦ ହଜାରରୁ ଅଧିକ ନିୟମକୁ ଉଚ୍ଛେଦ କରାଯାଇଛି ।

ସେହିପରି ସରକାର ହୁଅନ୍ତୁ କିମ୍ବା ନ୍ୟାୟପାଳିକା ହୁଅନ୍ତୁ, ପ୍ରତ୍ୟେକ ଅନୁଷ୍ଠାନର ଭୂମିକା ଏବଂ ଏହାର ସାମ୍ବିଧାନିକ ଦାୟିତ୍ୱ ସାଧାରଣ ନାଗରିକଙ୍କ ସହଜତାପୂର୍ଣ୍ଣ ଜୀବନ ସହ ଜଡିତ । ସହଜ ଜୀବନଯାପନ ହାସଲ କରିବାରେ ଟେକ୍ନୋଲୋଜି ଏକ ଶକ୍ତିଶାଳୀ ଉପକରଣ ଭାବରେ ଉଭା ହୋଇଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ପ୍ରତ୍ୟେକ ସମ୍ଭାବ୍ୟ କ୍ଷେତ୍ରରେ ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ଉପଯୋଗକୁ ନିଶ୍ଚିତ କରୁଛନ୍ତି ।

ଡିବିଟି, ଆଧାର ଏବଂ ଡିଜିଟାଲ ଇଣ୍ଡିଆ ମିଶନ ଉଦାହରଣ ଦେବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଯୋଜନା ଗରିବ ଲୋକ ମାନଙ୍କର ଅଧିକାର ସୁନିଶ୍ଚିତ କରିବାର ମାଧ୍ୟମ ପାଲଟିଛି । ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ପତ୍ତି ଅଧିକାର ପ୍ରସଙ୍ଗକୁ ନେଇ ଭାରତ ଏକ ବୃହତ ନେତୃତ୍ୱ ନେଇଛି ଯାହା ଦେଶର ଆଇନ ବ୍ୟବସ୍ଥା ଉପରେ ଭାର ପକାଇଛି । ସେ ଦର୍ଶାଇଛନ୍ତି ଯେ ବିକଶିତ ରାଷ୍ଟ୍ରମାନେ ମଧ୍ୟ ଅସ୍ୱଚ୍ଛ ସମ୍ପତ୍ତି ଅଧିକାର ପ୍ରସଙ୍ଗ ଭଳି ଆହ୍ୱାନର ମୁକାବିଲା କରୁଛନ୍ତି ।

କାର୍ଯ୍ୟକ୍ରମରେ ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରନ ରିଜିଜୁ, ସୁପ୍ରିମକୋର୍ଟର ବିଚାରପତି ହୃଷୀକେଶ ରାୟ ଏବଂ ଗୌହାଟୀ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସନ୍ଦୀପ ମେହେଟ୍ଟା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ଯଯେ ଗୌହାଟୀ ଉଚ୍ଚ ନ୍ୟାୟାଳୟ ୧୯୪୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହା ମାର୍ଚ୍ଚ ୨୦୧୩ ପର୍ଯ୍ୟନ୍ତ ଆସାମ, ନାଗାଲାଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶ ଭଳି ସାତୋଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ପାଇଁ ସାଧାରଣ କୋର୍ଟ ଭାବରେ କାର୍ଯ୍ୟ କରୁଥିଲା । ଯେତେବେଳ ପର୍ଯ୍ୟନ୍ତ ମଣିପୁର, ମେଘାଳୟ ଏବଂ ତ୍ରିପୁରା ରାଜ୍ୟ ପାଇଁ ପୃଥକ ଭାବେ ଉଚ୍ଚ ନ୍ୟାୟାଳୟ ହୋନଥିଲା । ଗୌହାଟୀ ଉଚ୍ଚ ନ୍ୟାୟାଳୟର ବର୍ତ୍ତମାନ ଆସାମ, ନାଗାଲାଣ୍ଡ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ ଉପରେ ଅଧିକାର ରହିଛି । ଗୌହାଟୀରେ ଏହାର ମୁଖ୍ୟ ଆସନ ଥିବା ବେଳେ କୋହିମା (ନାଗାଲାଣ୍ଡ), ଆଇଜଲ (ମିଜୋରାମ) ଏବଂ ଇଟାନଗର (ଅରୁଣାଚଳ ପ୍ରଦେଶ)ରେ ତିନିଟି ସ୍ଥାୟୀ ଖଣ୍ଡପୀଠ ବା ବେଞ୍ଚ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.