ETV Bharat / bharat

ଆବର୍ଜନାରୁ ବିଦ୍ୟୁତ ଉତ୍ପାଦନ କଲେ 'କାଞ୍ଜିରଙ୍ଗାଲ' ଗ୍ରାମବାସୀ, ପ୍ରଶଂସାରେ ଶତମୁଖ ମୋଦି - ବଳକା ଖାଦ୍ୟ

ତାମିଲନାଡ଼ୁର କାଞ୍ଜିରଙ୍ଗାଲ ଗ୍ରାମକୁ 'ମନ କି ବାତ୍‌'ରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅଞ୍ଚଳବାସୀ ଆବର୍ଜନା ଓ ବଳକା ଖାଦ୍ୟରୁ ଉତ୍ପାଦନ କରୁଛନ୍ତି ବିଦ୍ୟୁତ । ଅଧିକ ପଢନ୍ତୁ...

ଆବର୍ଜନାରୁ ବିଦ୍ୟୁତ ଉତ୍ପାଦନ କଲେ 'କାଞ୍ଜିରଙ୍ଗାଲ' ଗ୍ରାମବାସୀ, ପ୍ରଶଂସା କଲେ ମୋଦି

author img

By

Published : Aug 31, 2021, 4:03 PM IST

ଚେନ୍ନାଇ: ଆବର୍ଜନା ବା ଫିଙ୍ଗା ଯାଉଥିବା ଖାଦ୍ୟରୁ ବିଦ୍ୟୁତ ଉତ୍ପାଦନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାର ପାତ୍ର ହେଲେ ତାମିଲନାଡ଼ୁ ଶିଭାଗଙ୍ଗାଇ ଜିଲ୍ଲାର 'କାଞ୍ଜିରଙ୍ଗାଲ' ପଞ୍ଚାୟତବାସୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାସିକିଆ କାର୍ଯ୍ୟକ୍ରମ 'ମନ କି ବାତ୍‌'ରେ ଏହି ଅଞ୍ଚଳବାସୀ ପ୍ରଶଂସିତ ହୋଇଛନ୍ତି । ଏଭଳି ନିଆରା କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ପ୍ରଶଂସିତ ହେବା ପରେ ଅଞ୍ଚଳବାସୀ ନିଜର ଖୁସିବ୍ୟକ୍ତ କରିଛନ୍ତି ।

ଆବର୍ଜନାରୁ ବିଦ୍ୟୁତ ଉତ୍ପାଦନ କଲେ 'କାଞ୍ଜିରଙ୍ଗାଲ' ଗ୍ରାମବାସୀ, ପ୍ରଶଂସା କଲେ ମୋଦି

ଶିଭାଗଙ୍ଗାଇ ଜିଲ୍ଲା କାର୍ଯ୍ୟାଳୟଠାରୁ ପ୍ରାୟ ୧ କିଲୋମିଟର ଦୂରରେ ରହିଛି ଏହି ପଞ୍ଚାୟତ । ଏଠାରେ ପ୍ରାୟ ୫୦୦ ପରିବାର ବସବାସ କରୁଛନ୍ତି । ଏମାନେ ଆବର୍ଜନା ଓ ଫିଙ୍ଗା ଯାଉଥିବା ଖାଦ୍ୟରୁ ବିଦ୍ୟୁତ ଉତ୍ପାଦନ କରିବାରେ ସକ୍ଷମ ହୋଇଛନ୍ତି । ଏଥିରୁ ବାହାରୁଥିବା ବାୟୋ ଗ୍ୟାସ ମାଧ୍ୟମରେ ବିଦ୍ୟୁତ ଉତ୍ପାଦିତ ହେଉଛି । ଗ୍ରାମୀୟ ବିକାଶ ଓ ପଞ୍ଚାୟତିରାଜ ଜାତୀୟ ଗ୍ରାମାଞ୍ଚଳ ପ୍ରକଳ୍ପ ଅନୁସାରେ ୬୬ ଲକ୍ଷ ଟଙ୍କା ବ୍ୟୟରେ ପଞ୍ଚାୟତରେ ଏକ ବାୟୋ ଗ୍ୟାସ ପ୍ଲାଣ୍ଟ ନିର୍ମାଣ କରାଯାଇଛି ।

ଶିଭାଗଙ୍ଗାଇ ଗ୍ରାମୀଣ ବିକାଶ ବିଭାଗ ବର୍ତ୍ତମାନ କୁକୁଡ଼ା ମାଂସ, ମାଛ ଓ ପରିବା ଚୋପା ଆଦିରୁ ମଧ୍ୟ କାଞ୍ଜିରଙ୍ଗାଲ ଗ୍ରାମରେ ବିଦ୍ୟୁତ ଉତ୍ପାଦିତ ହେଉଛି । ଏହାସହିତ କାଞ୍ଜିରଙ୍ଗାଲ ଗ୍ରାମ ଓ ଶିଭାଗଙ୍ଗାଇ ସହରାଞ୍ଚଳ ବାୟୁ ପ୍ରଦୂଷଣ ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ।

ଆବର୍ଜନାରୁ ବିଦ୍ୟୁତ ଉତ୍ପାଦନ କଲେ 'କାଞ୍ଜିରଙ୍ଗାଲ' ଗ୍ରାମ, ପ୍ରଶଂସା କଲେ ମୋଦି

କିପରି ଉତ୍ପାଦିତ ହେଉଛି ବିଦ୍ୟୁତ:-

ଇଞ୍ଜିନିୟରଙ୍କ କହିବା ଅନୁସାରେ ଆବର୍ଜନାକୁ ପ୍ରଥମେ ପାଣିରେ ମିଶାଯାଉଛି । ଏହାପରେ ଏଗୁଡିକୁ ଟ୍ୟାଙ୍କରେ ଭର୍ତ୍ତି କରାଯାଉଛି । ଜେନେରେଟର ସାହାଯ୍ୟରେ ବିଦ୍ୟୁତ ଉତ୍ପାଦନ କରାଯାଉଛି । ବିଦ୍ୟୁତ ଉତ୍ପାଦନ ହେବା ଦ୍ବାରା ଅନେକ ଲୋକ ଲାଭବାନ ହେଉଛନ୍ତି ।

ସେପଟେ ବିଦ୍ୟୁତ ଉତ୍ପାଦନ ପରେ 'ସରପ୍ଲସ' ପାଣିକୁ ସାର ଭାବେ ଚାଷକାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି । ଏଥିରୁ ଭଲ ଫସଲ ହେଉଥିବାରୁ ଚାଷୀମାନେ ଆଗ୍ରହ ସହକାରେ ପାଣିକୁ ନେଉଥିବା ଜଣାପଡ଼ିଛି । ଏହି ପଞ୍ଚାୟତବାସୀମାନେ ନିଜ ପ୍ରଚେଷ୍ଟାରେ ବିଦ୍ୟୁତ ଉତ୍ପାଦନ କରୁଥିବାରୁ ଗ୍ରାମୀଣ ବିକାଶ ବିଭାଗ ସେମାନଙ୍କ ଉପରେ ଗର୍ବିତ ଥିବା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.