ETV Bharat / bharat

କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଲୁଟିବାରେ ଭେଦଭାଦ କରେନି କଂଗ୍ରେସ

author img

By

Published : Jun 1, 2023, 9:24 AM IST

ରାଜସ୍ଥାନରେ ନିର୍ବାଚନୀ ପ୍ରଚାରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଜୈମେରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

pm modi in rajasthan
pm modi lashes out at congress in rajasthan

ଜୟପୁର: ରାଜସ୍ଥାନରେ ପ୍ରଚାର ରାଲି ସହ କେନ୍ଦ୍ର ସରକାରଙ୍କ 9 ବର୍ଷ ପୂର୍ତ୍ତି ଅବସରରେ ଏକ ମହାଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରୁ କଂଗ୍ରେସ ଉପରେ ବର୍ଷିଛନ୍ତି ପିଏମ ମୋଦି । 5 ବର୍ଷ ପୂର୍ବେ ରାଜସ୍ଥାନବାସୀ ଏକ ଜନାଦେଶ ଦେଇଥିଲେ ହେଲେ ବଦଳରେ ତାଙ୍କୁ କଣ ମିଳିଲା । ଅସ୍ଥିରତା, ଅରାଜକତାରେ ବୁଡି ରହିଥିବା ସରକାର । ଏଠି ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରସ୍ପର ସହ ଲଢିବାରେ ଲାଗିଛନ୍ତି । ରାଜସ୍ଥାନବାସୀଙ୍କ ପାଇଁ କଂଗ୍ରେସର ଚିନ୍ତା ନାହିଁ । କଂଗ୍ରେସ ବିକାଶ ଯୋଜନାର 85% କମିଶନ ଖାଉଥିବା ଦଳ । ଲୁଟିବା ମାମଲାରେ ସେ ସିଦ୍ଧହସ୍ତ । ବୁଧବାର ରାଜସ୍ଥାନରେ ଏକ ବିଶାଳ ମହାଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • पांच साल पहले राजस्थान के लोगों ने कांग्रेस को जनादेश दिया था, लेकिन बदले में उन्हें अस्थिरता, अराजकता और तुष्टिकरण में डूबी सरकार ही मिली। pic.twitter.com/I3PdWd5Gl7

    — Narendra Modi (@narendramodi) May 31, 2023 " class="align-text-top noRightClick twitterSection" data=" ">

ଅଜୈମେରରୁ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ,'' 2014ରେ କଂଗ୍ରେସରେ ଏକ ସ୍ଥିର ସରକାର ଗଠନ କଲ । ଭାଜପା ସରକାର ତୁମ ସମସ୍ତଙ୍କ ଆଦେଶର ମର୍ଯ୍ୟାଦା ରଖିଛି । ରାଜସ୍ଥାନରେ ଅପରାଧ ଚରମସୀମାରେ ପହଞ୍ଚିଛି । କେବେ ଦଙ୍ଗା ହୋଇଯିବ ତାର ଠିକ ଠିକଣା ନାହିଁ । କଂଗ୍ରେସ ସରକାର ଆତଙ୍କୀଙ୍କ ଉପରେ ଦୟା କରୁଛି । କଂଗ୍ରେସ ବିକାଶକୁ ଅଣଦେଖା କରିଛି । କଂଗ୍ରେସ ସରକାର ତୃଷ୍ଠିକରଣରେ ବୁଡି ରହିଛି ।

  • आज देश में हर तरफ विकास की जो धारा बह रही है, वो इसलिए संभव हो पाई है, क्योंकि हम कांग्रेस की लूट के सभी रास्तों को बंद करने में निरंतर जुटे हैं। pic.twitter.com/j1tx5obIi2

ଆଜି ଦେଶ ପ୍ରତି କ୍ଷେତ୍ରରେ ବିକାଶ ହୋଇଛି ଏହା ଏଥିପାଇଁ ସମ୍ଭବ ହୋଇଛି ବିଜେପି କଂଗ୍ରେସର ଲୁଟର ସବୁ ରାସ୍ତା ବନ୍ଦ କରିଛି । ଗତ 9 ବର୍ଷରେ ବିଜେପି ସରକାର ଆଧୁନିକ ହାଇୱେ ଓ ରେଲୱେ ନେଇ 24 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି । ଯଦି କଂଗ୍ରେସ ସରକାର ଥାନ୍ତା ତେବେ 24 ଲକ୍ଷ କୋଟିରୁ କେବଳ 20 ଲକ୍ଷ କୋଟି ଅଧାବାଟରେ ଲୁଟ ହୋଇଯାଇଥାନ୍ତା । ରୋଡ ହୋଇଥାନ୍ତା ନା ରେଳ । ଲୁଟ ବିଷୟ ଆସିଲେ କଂଗ୍ରେସ ଭେଦଭାବ କରେ ନାହିଁ ।

  • हमने माताओं-बहनों-बेटियों के जीवन चक्र से जुड़ी हर समस्या पर ध्यान दिया और उसके ये अभूतपूर्व परिणाम रहे हैं… pic.twitter.com/DNd3He3w3N

କଂଗ୍ରେସ ଗରିବ, ବଞ୍ଚିତ, ଆଦିବାସୀ, ଦଳିତ ସଂଖ୍ୟାଲଘୁ, ମହିଳା ଦିବ୍ୟାଙ୍ଗ ସମସ୍ତଙ୍କୁ ସମାନ ଭାବେ ଲୁଟିଥାଏ । କଂଗ୍ରେସ ଗରିବଙ୍କ ଘର ମଧ୍ୟ ଲୁଟିଛି । କଂଗ୍ରେସ ସରକାର ରିମୋର୍ଟ କଣ୍ଟ୍ରୋଲରେ ଚାଲିଥିଲା । କୌଣସି ନିର୍ଣ୍ଣୟ ନିଆଯାଉନଥିଲା । ନିବେଶକ ନିରାଶ ଥିଲେ । ଯୁବକଙ୍କ ସାମ୍ନାରେ ଅନ୍ଧକାର ଥିଲା । ଜନତାଙ୍କଠୁ ଭୋଟ ନେଇ କଂଗ୍ରେସ ଜନତାଙ୍କୁ ହିଁ ନିନ୍ଦୁଥିଲା । 2014ରେ ତୁମେ ସମସ୍ତେ ଗୋଟିଏ ଭାେଟରେ ବିକାଶକୁ ବିଶ୍ବାସରେ ପରିଣତ କରି ଦେଇଥିଲେ । ଆଜି ଭାରତରେ ନବନିର୍ମାଣ ସମୟ ଚାଲିଛି । ଭାଜପା ସରକାରଙ୍କ 9 ବର୍ଷ ଦେଶବାସୀଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣରେ ସମର୍ପିତ ହୋଇଛି ।''

ଏହା ବି ପଢନ୍ତୁ...PM Modi in Rajasthan: ବ୍ରହ୍ମା ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...Rahul Gandhi US visit: ଅନୁରାଗ ଠାକୁର କହିଲେ ଦେଶକୁ ଅପମାନିତ କରୁଛନ୍ତି ରାହୁଲ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଭାଜପା ସରକାର ମାଆ, ଭଉଣୀ ଓ ଝିଅଙ୍କ ଜୀବନ ସହ ଜଡିତ ସମସ୍ୟା ଉପରେ ଗୁରୁତ୍ବ ଦେଇଛି । ଏଠାରେ ଝିଅଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା ବ୍ୟକ୍ତିଙ୍କୁ କଂଗ୍ରେସ ସରକାର ସ୍ବାଧୀନତା ଦେଇଛି । କଂଗ୍ରେସ ସରକାରଙ୍କୁ ଝିଅଙ୍କ ସୁରକ୍ଷା ଓ ହିତକୁ କୌଣସି ଚିନ୍ତା ନାହିଁ । କଂଗ୍ରେସ ଦେଶ ସହ ବିଶ୍ବାସଘାତକତା କରିଛି । କଂଗ୍ରେସର ଭୁଲ ନୀତି ଯୋଗୁଁ ଅଧିକ କ୍ଷତି ସହିଛନ୍ତି ଚାଷୀ । କ୍ଷୁଦ୍ର ଚାଷୀଙ୍କୁ ଗୁରୁତ୍ବ ଦେଇନାହିଁ କଂଗ୍ରେସ । 2018ରୁ ଦଳ ରାଜସ୍ଥାନରେ ସରକାରରେ ଅଛି । ଆଜି ଯାଏଁ କୌଣସି ଗ୍ୟାରେଣ୍ଟି ପୂରଣ କରିନାହିଁ ।

ଫମ୍ପା ଗ୍ୟାରେଣ୍ଟି ଦେବା କଂଗ୍ରେସର ପୁରୁଣା ଅଭ୍ୟାସ । ଏବେ କଂଗ୍ରେସ ମିଛ ଗ୍ୟାରେଣ୍ଟିର ନୂଆ ଫର୍ମୁଲା ଆରମ୍ଭ କରିଛି । 10 ଦିନରେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା । କଂଗ୍ରେସ କେବଳ ଗ୍ୟାରେଣ୍ଟି ଦିଏ । କଂଗ୍ରେସ ତାର ଶାସନ କାଳରେ ଦେଶର ବିକାଶକୁ ଖାଇ ଚାଲିଛି । କଂଗ୍ରେସ ନିକଟରୁ ରାଜସ୍ଥାନବାସୀ ସାବଧାନ ରୁହନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.