ETV Bharat / bharat

PM Modi-Johnson Discuss: ୟୁକ୍ରେନ ସଙ୍କଟ ସହ ଦ୍ବିପାକ୍ଷିକ ସମ୍ପର୍କ ଉପରେ ହେଲା ଆଲୋଚନା - ଜନସନ ମୋଦି ଆଲୋଚନା

କଥା ହେଲେ ମୋଦି ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନଶନ । ଉଭୟ ରାଷ୍ଟ୍ରମୁଖ୍ୟଙ୍କ ଟେଲିଫୋନିକ ବାର୍ତ୍ତାଳାପରେ ସ୍ଥାନ ପାଇଲା ୟୁକ୍ରେନ ସଙ୍କଟ ସହ ଦ୍ବିପାକ୍ଷିକ ସମ୍ପର୍କ । ଅଧିକ ପଢନ୍ତୁ

PM Modi-Johnson discuss: ୟୁକ୍ରେନ ସଙ୍କଟ ସହ ଦ୍ବିପାକ୍ଷିକ ସମ୍ପର୍କ ଉପରେ ହେଲା ଆଲୋଚନା

author img

By

Published : Mar 23, 2022, 6:53 AM IST

ନୂଆଦିଲ୍ଲୀ: ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ । ଆଜି (ମଙ୍ଗଳବାର) ଉଭୟ ନେତାଙ୍କ ମଧ୍ୟରେ ଟେଲିଫୋନିକ ବାର୍ତ୍ତାଳାପରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ମଧ୍ୟ ସ୍ଥାନ ପାଇଥିଲା ।

ୟୁକ୍ରେନରେ ଜାରି ରହିଥିବା ସଙ୍କଟକୁ ନେଇ ଉଭୟ ନେତା ଉଦବେଗ ପ୍ରକାଶ କରିଥିଲେ । ପୂର୍ବପରି ପ୍ରଧାନମନ୍ତ୍ରୀ ଯୁଦ୍ଧ ବନ୍ଦ କରିବା ସହ ଦୁଇ ଦେଶ ୟୁକ୍ରେନ ଓ ଋଷ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ କରିବା ପ୍ରସ୍ତାବକୁ ମଧ୍ୟ ଦୋହରାଇଥିଲେ । ପୂର୍ବରୁ ମଧ୍ୟ ଭାରତ ଏହି ପ୍ରସଙ୍ଗରେ ଶାନ୍ତି ଆଲୋଚନା ମାଧ୍ୟମରେ ସମାଧାନ ପ୍ରସ୍ତାବ ଏକାଧିକ ଅନ୍ତର୍ଜାତୀୟ ଫୋରମରେ ଉଠାଇ ସାରିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଆଉ ଥିରେ ଏହାର ପୁନରାବୃତ୍ତି କରିଛନ୍ତି ।

ସେହିପରି ଆଜି କଥାବାର୍ତ୍ତା ସମୟରେ ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କ ମଧ୍ୟ ଆଲୋଚିତ ହୋଇଥିଲା । ଗତ ବର୍ଷ ଉଭୟ ନେତାଙ୍କ ମଧ୍ୟରେ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା 'ଇଣ୍ଡିଆ-ୟୁକେ ରୋଡମ୍ୟାପ୍ 2030' କାର୍ଯ୍ୟକାରୀତାର ଅଗ୍ରଗତିକୁ ଉଭୟ ରାଷ୍ଟ୍ରମୁଖ୍ୟ ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.