ETV Bharat / bharat

Adani Issue: 'ସଂସଦରେ ମୋର ପରବର୍ତ୍ତୀ ପ୍ରଶ୍ନକୁ ନେଇ ଭୟଭୀତ ଥିଲେ ମୋଦି'

author img

By

Published : Mar 25, 2023, 5:19 PM IST

ପ୍ରଧାନମନ୍ତ୍ରୀ ମୋଦି ଆଦାନୀ ପ୍ରସଙ୍ଗକୁ ନେଇ ଭୟଭୀତ ଥିଲେ । ସଂସଦରେ ମୋର ପରବର୍ତ୍ତୀ ପ୍ରଶ୍ନ କଣ ହେବ ସେ ନେଇ ଭୟଭୀତ ଥିବାରୁ ମୋତେ ଅଯୋଗ୍ୟ ଘୋଷିତ କରାଗଲା ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

PM Modi is scared of my question
PM Modi is scared of my question

ନୂଆଦିଲ୍ଲୀ: ସାଂସଦ ପଦ ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସଂସଦରେ ଆଦାନୀ ଗ୍ରୁପ ଆର୍ଥିକ ଜାଲିଆତି ଉପରେ ପରବର୍ତ୍ତୀ ପ୍ରଶ୍ନକୁ ନେଇ ଭୟଭୀତ ଥିଲେ ମୋଦି । ଯାହାର ପରିଣାମ ଆପଣମାନେ ଦେଖିଲେ । ମୋର ସାଂସଦ ପଦକୁ ରଦ୍ଦ କରାଗଲା । ସଦସ୍ୟତା ରଦ୍ଦ ପରେ ଶନିବାର ପ୍ରେସମିଟରେ ଏପରି ପ୍ରତିକ୍ରିୟା ରଖିଛନ୍ତି ରାହୁଲ ।

ରାହୁଲ ଗାନ୍ଧୀ ପ୍ରେସମିଟରେ ପ୍ରଥମେ ଆଦାନୀ ପ୍ରସଙ୍ଗକୁ ଉଠାଇଥିଲେ । ସେ କହିଥିଲେ, "ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ । ମୋଦି ଓ ଆଦାନୀଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ? ଆଦାନୀ ସେଲ କମ୍ପାନୀରେ ୨୦ହଜାର କୋଟି ଟଙ୍କା କାହାର ? କାହିଁକି ପ୍ରଧାନମନ୍ତ୍ରୀ ମୋଦି ଭ୍ରଷ୍ଟାଚାରୀମାନଙ୍କୁ ସୁରକ୍ଷା ଦେବା ଲାଗି ଉଦ୍ୟମ କରୁଛନ୍ତି ? ନିୟମରେ ପରିବର୍ତ୍ତନ କରାଯାଇ ଆଦାନୀକୁ ଏୟାରପୋର୍ଟ ଦିଆଗଲା । ଏହି ପ୍ରଶ୍ନ ମୁଁ ସଂସଦରେ ପଚାରିଥିଲି । ପ୍ରଧାନମନ୍ତ୍ରୀ ମୋର ପରବର୍ତ୍ତୀ ପ୍ରଶ୍ନାବଳୀକୁ ନେଇ ଭୟଭୀତ ହୋଇପଡ଼ିଥିଲେ । ଏଣୁ ମୋର ସଦସ୍ୟତା ପଦକୁ ରଦ୍ଦ କରାଗଲା ।"

ଏହା ବି ପଢନ୍ତୁ- ସାଂସଦ ପଦ ରଦ୍ଦ ପରେ ରାହୁଲଙ୍କ ପ୍ରେସମିଟ, କହିଲେ ମୁଁ କ୍ଷମା ପ୍ରାର୍ଥନା କରିବି ନାହିଁ

ରାହୁଲ ଆହୁରି କହିଛନ୍ତି, "ଲୋକମାନେ ବୁଝି ସାରିଲେଣି ଯେ ଆଦାନୀ ଜଣେ ଭ୍ରଷ୍ଟାଚାର ବ୍ୟକ୍ତି । ଲୋକଙ୍କ ମନରେ ଏବେ ଏପରି ପ୍ରଶ୍ନ ଉଠିଛି ଯେ ଭାରତର ପ୍ରଧାନମନ୍ତ୍ରୀ ଏପରି ବ୍ୟକ୍ତିକୁ କାହିଁକି ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି ? ବିଜେପି କହିଥିଲା ଯେ ଆଦାନୀ ଉପରେ ଆକ୍ରମଣ ହେଉଛି ଦେଶ ଉପରେ ଆକ୍ରମଣ । ଏମାନଙ୍କ ମନରେ ଆଦାନୀ ହେଉଛି ଦେଶ ।" ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ପରେ ମଧ୍ୟ ସେ ଚୁପ ରହିବେ ନାହିଁ । ଏହି ସମାନ ପ୍ରଶ୍ନ ସଂସଦ ବାହାରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ପଚାରିବେ ବୋଲି କହିଛନ୍ତି ରାହୁଲ ।

ମୋଦି-ଆଦାନୀ ସମ୍ପର୍କ ନୂଆ ନୁହେଁ, ବହୁ ପୁରୁଣା ବୋଲି କହିଛନ୍ତି ରାହୁଲ । ସେ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି । ଏକ ବିମାନ ମଧ୍ୟରେ ସେ ଉଭୟଙ୍କ ଫଟୋ ଦେଖିଛନ୍ତି ବୋଲି କହିଛନ୍ତି । ଏହି ଫଟୋ ସେ ସଂସଦରେ ମଧ୍ୟ ଦେଖାଇଥିଲେ । ମାତ୍ର ଏହି ସ୍ପିଚକୁ ପ୍ରୋସିଡିଂରୁ ବାଦ ଦିଆଯାଇଥିଲା । ଏନେଇ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ୨ ଥର ଚିଠି ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଆସିନଥିଲା । ଏହାପରେ ସେ ତାଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଏନେଇ ପ୍ରଶ୍ନ କରିଥିଲେ । ମାତ୍ର ବାଚସ୍ପତି କିଛି କରିପାରିବେ ନାହିଁ ବୋଲି କହିଥିବା ରାହୁଲ ଅଭିଯୋଗ କରିଛନ୍ତି ।

ଏହାସହିତ ମୋତେ ଲୋକସଭାରେ କହିବାକୁ ଦିଆଯାଉନଥିଲା । ଏନେଇ ମଧ୍ୟ ସେ ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ । ତେବେ ମୋଦି ସରକାର ତାଙ୍କ ପ୍ରଶ୍ନବାଣରେ ଭୟଭୀତ ହୋଇପଡ଼ିଥିଲେ । ତାଙ୍କ ଆଖିରେ ସେ ଭୟ ଦେଖିଥିବା କହିଛନ୍ତି । ସଂସଦରେ ଆଗାମୀ ପ୍ରଶ୍ନକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଭୟଭୀତ ଥିବାରୁ ତାଙ୍କ ସଦସ୍ୟତାକୁ ରଦ୍ଦ କରାଯାଇଛି । ତାଙ୍କ ପ୍ରଶ୍ନ ଅତ୍ୟନ୍ତ ସାଧାରଣ ଥିଲା । ହେଲେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଗଲା । ତେବେ ତାଙ୍କୁ ଜେଲରେ ଭର୍ତ୍ତି କଲେ ମଧ୍ୟ ସେ ପ୍ରଶ୍ନ ପଚାରି ସର୍ବସମ୍ମୁଖକୁ ସତକୁ ଆଣିବେ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.