ETV Bharat / bharat

‘ପ୍ରଧାନମନ୍ତ୍ରୀ ମୋଦି ବିଷଧର ସାପ, ଛୁଇଁଲେ ମୃତ୍ୟୁ ନିଶ୍ଚିତ’ - ମୋଦିଙ୍କୁ ଖଡଗେଙ୍କ ଟାର୍ଗେଟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଷଧର ସାପ କହି ବିବାଦରେ କଂଗ୍ରେସ ମୁଖିଆ ଖଡଗେ । ବିଜେପିର କଡା ନିନ୍ଦା । ସ୍ପଷ୍ଟୀକରଣରେ ଅଭିଯୋଗକୁ ଖଡଗେ କଲେ ଖଣ୍ଡନ । କହିଲେ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି, ବିଜେପି ବିଚାରଧାରା ବିଷଧର ସାପ ସଦୃଶ୍ୟ । ଅଧିକ ପଢନ୍ତୁ

Mallikarjun Kharge On PM Modi
Mallikarjun Kharge On PM Modi
author img

By

Published : Apr 27, 2023, 5:40 PM IST

Updated : Apr 27, 2023, 6:02 PM IST

ନୂଆଦିଲ୍ଲୀ: ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପ୍ରସଙ୍ଗ ଏବେ ଚର୍ଚ୍ଚାରୁ ହଟିନଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ । ‘‘ପ୍ରଧାନମନ୍ତ୍ରୀ ବିଷଧର ସର୍ପ । ଯଦି ଏହି ବିଷକୁ କେହି ଛୁଇଁବ (ଚାଟିଲେ) , ତେବେ ମୃତ୍ୟୁ ନିଶ୍ଚିତ । ଦେଶକୁ ବର୍ବାଦ କରିସାରିଲେଣି ।’’ ଏପରି କିଛି ବୟାନ ଦେଇ ଏବେ ବିବାଦ ପରିସରକୁ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଆଜି କର୍ଣ୍ଣାଟକରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ଖଡଗେ ସଭାମଞ୍ଚରୁ ଏପରି ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ହେଲେ ଏହାକୁ ନେଇ ବିବାଦ ତେଜିବା ପରେ ଖଡଗେ ତାଙ୍କ ମନ୍ତବ୍ୟକୁ ଖଣ୍ଡନ କରିବା ସହ ଗଣମାଧ୍ୟମରେ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି ।

  • #WATCH | There is a poison in the mind of Kharge. It's a prejudiced mind towards PM Modi and BJP. This kind of thinking comes because of desperation as they are unable to fight him politically and they are seeing that their ship is sinking... People will teach them a lesson:… pic.twitter.com/V7d0rfrS1z

    — ANI (@ANI) April 27, 2023 " class="align-text-top noRightClick twitterSection" data=" ">

ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗକୁ ଖଡଗେ ଖଣ୍ଡନ କରିଛନ୍ତି । କହିଛନ୍ତି, ତାଙ୍କର ଏପରି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ନଥିଲା । ସେ ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ହିଁ ବିଷଧର ସାପ ସହ ତୂଳନା କରିଥିଲେ । ବିଜେପିର ବିଚାରଧାରା ହେଉଛି ବିଷଧର ସାପ ପରି, ଏହାକୁ ଛୁଇଁଲେ ମୃତ୍ୟୁ ହେବା ନେଇ ସେ କହିଥିଲେ ।

  • #WATCH | Union Minister Anurag Thakur slams Congress chief Mallikarjun Kharge over his remark on PM Modi

    "Congress should apologise to the nation," he says pic.twitter.com/ocF0pZWYmU

ଏହି ମନ୍ତବ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ହେବା ପରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି । ବିଜେପିର ଏକାଧିକ ବରିଷ୍ଠ ନେତା ଖଡଗେଙ୍କ ବୟାନକୁ ସମାଲୋଚନା କରିବା ସହ ପାଲଟା କଂଗ୍ରେସ ଉପରେ ବର୍ଷିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ କହିଛନ୍ତି, ଖଡଗେଙ୍କ ମାନସିକତାରେ ବିଷ ଭରି ରହିଛି । ସେମାନେ ସଂସଦ କିମ୍ବା ବାହାରେ ବିଜେପି ସହ ମୁକାବିଲା କରିପାରୁନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ଖଡଗେ ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । କଂଗ୍ରେସ ବାରମ୍ବାର ଏପରି ହୀନ ମନ୍ତବ୍ୟ ଦେଉଛି ।

  • It wasn't meant for PM Modi, what I meant was BJP's ideology is 'like a snake'. I never said this personally for PM Modi, what I said was their ideology is like a snake and if you try to touch it, your death is certain: Congress chief Mallikarjun Kharge clarifies over his earlier… https://t.co/qBO2S0TSz5 pic.twitter.com/d32oN97zCe

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖଡଗେଙ୍କ ମନ୍ତବ୍ୟକୁ ନିନ୍ଦା କରି ଟ୍ବିଟ କରିଛନ୍ତି । ଖଡଗେଙ୍କୁ ପରୋକ୍ଷରେ ଗାନ୍ଧୀ ପରିବାର କଟପୁତଲି ବୋଲି କହି ଧର୍ମେନ୍ଦ୍ର କହିଛନ୍ତି, ସେମାନେ ଏହା ଭୁଲି ଯାଉଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନ, ବ୍ୟକ୍ତିଗତ ଆକ୍ଷେପର କୁପରିଣାମ ସେମାନଙ୍କୁ ହିଁ ଭୋଗିବାକୁ ପଡୁଛି । ଏପରି ମନ୍ତବ୍ୟ ଦେଇ ଖଡଗେଜୀ କର୍ଣ୍ଣାଟକରେ କଂଗ୍ରେସର କବର ଖୋଳିଛନ୍ତି । କଂଗ୍ରେସ ହେଉଛି ଗରିବ, ପଛୁଆ ଓ ଓବିସି ବିରୋଧୀ । ସେମାନଙ୍କୁ ଏହାର ଫଳାଫଳ ମିଳିବ ।

  • मोहब्बत की दुकान Congress style!

    Puppets of ‘The Family’ forget that insults, abuses and personal attacks on PM Modi boomerang on them the most. With another undignified and distasteful comment on PM Modi, Kharge ji might have just begun digging the grave of Congress in… https://t.co/oMBCEAxOL4

    — Dharmendra Pradhan (@dpradhanbjp) April 27, 2023 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଖଡଗେଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି । ସୋନିଆ ଗାନ୍ଧୀଙ୍କ ଠାରୁ ବର୍ତ୍ତମାନର ଅଧ୍ୟକ୍ଷ ଖଡଗେଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଅପଶବ୍ଦର ପ୍ରୟୋଗ କରିଛନ୍ତି । ସାପ, ବିଚ୍ଛା, ମୌତ କି ସୌଦାଗର, ମୋଦି ତେରା କବର ଖୁଲେଗା ପରି ଅତି ନିନ୍ଦନୀୟ ଶବ୍ଦ ବ୍ୟବହାର କରିସାରିଛନ୍ତି । ଏପରି କରିବା ସେମାନଙ୍କର ପୁରୁଣା ବଦଭ୍ୟାସରେ ପରିଣତ ହେବାରେ ଲାଗିଛି । କେବଳ ନିର୍ବାଚନ ହାରିବା ପରେ କଂଗ୍ରେସ ଏପରି କରୁଛି ବୋଲି ଅନୁରାଗ କହିଛନ୍ତି ।

ତେବେ ଏଠାରେ ଉଲ୍ଲେଖଯୋଗ୍ଯ ଯେ, ଏହି କର୍ଣ୍ଣାଟକରେ 2019 ରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ତତ୍କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ । ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ଯସ୍ତ ହୋଇଥିଲା । ଘଟଣାର 4ବର୍ଷ ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେବା ସହ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ପାଇଛନ୍ତି । ଅପରାଧିକ ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ତାଙ୍କ ସାଂସଦ ପଦ ମଧ୍ୟ ରଦ୍ଦ କରାଯାଇଛି । ଯାହାକୁ ନେଇ ସେ ଆଇନଗତ ଲଢେଇ ଜାରି ରଖିଛନ୍ତି । ଏବେ ବର୍ତ୍ତମାନର ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାପ କହି ବିବାଦକୁ ଆସିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2023, 6:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.