ETV Bharat / bharat

ଆଜି 'ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ' କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି

author img

By

Published : Aug 12, 2021, 9:28 AM IST

ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ' କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ସହିତ ଦିନଦୟାଲ ଅନ୍ତୋଦୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM) ଅଧୀନରେ ପଦୋନ୍ନତି ପାଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହିତ କଥା ହେବେ ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ' କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ସହିତ ଦିନଦୟାଲ ଅନ୍ତୋଦୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM) ଅଧୀନରେ ପଦୋନ୍ନତି ପାଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହିତ କଥା ହେବେ ମୋଦି । ପୂର୍ବାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଭାରତରେ ବହୁ ସଂଖ୍ୟକ ସ୍ବୟଂ ସହାୟକ ଗୋଷ୍ଠୀ ରହଛି ଯାହା ମହିଳା ସଶକ୍ତୀକରଣରେ ସ୍ମରଣୀୟ ଅବଦାନ ରଖିଛି । ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ମୋଦି କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ମୁଁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହିତ କଥା ହେବା ପାଇଁ ସୁଯୋଗ ପାଇବି । ଏହା ସହିତ SHGର ବିକାଶ ପାଇଁ ସହାୟତା ପ୍ରଦାନ କରାଯିବ । ଏହା ମହିଳାମାନଙ୍କୁ ଜାତୀୟ କଲ୍ୟାଣ ଦିଗରେ ସହଯୋଗ କରିବା ନେଇ ସକ୍ଷମ ହେବ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନାଅନୁସାରେ ଏହି କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀରେ ସଫଳତା ହାସଲ କରିଥିବା ମହିଳାଙ୍କ କାହାଣୀ ସହିତ ଚାଷ ଜୀବିକାର ସର୍ବଭାରତୀୟକରଣ ଉପରେ ଏକ ପୁସ୍ତିକା ଉନ୍ମୋଚିତ ହେବ । ଆର୍ଥିକ ସହାୟତା ରାଶିରେ ୪ ଲକ୍ଷ SHGକୁ ୧,୬୨୫କୋଟି ଟଙ୍କା ପ୍ରଦାନ କରାଯିବ ।

PMFME (PM Formalisation of Micro Food Processing Enterprises) ଅଧିନରେ ୭,୫୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୫କୋଟି ଟଙ୍କା ପ୍ରଦାନ କରାଯିବ । ଏହା ସହିତ କୃଷିର ପ୍ରୋତ୍ସାହନ ପାଇଁ ୭୫କୃଷକ ଉତ୍ପାଦକ ସଂଗଠନକୁ ୪.୧୩କୋଟି ଟଙ୍କା ଦିଆଯିବ ।

ପ୍ରଧାନମନ୍ତ୍ରୀଙ୍କ ସୂଚନାଅନୁସାରେ, DAY-NRLMର ମୁଖ୍ୟ ଲକ୍ଷ୍ୟ ହେଲା ପର୍ଯ୍ୟାୟକ୍ରମେ ଗ୍ରାମାଞ୍ଚଳର ଗରିବ ପରିବାର ଜୀବିକାକୁ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ସହାୟତା ପ୍ରଦାନ କରିବା । ଦେଶରେ ଅଧିକାଂଶ ମିଶନଗୁଡିକ SHG ମହିଳାମାନଙ୍କ ହସ୍ତକ୍ଷେପରେ କାର୍ଯ୍ୟକାରୀ ହେଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.