ETV Bharat / bharat

ଗୁଜୁରାଟରେ ଉଦଘାଟିତ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନର ଗ୍ଲୋବାଲ ପାରମ୍ପାରିକ ମେଡିସିନ ସେଣ୍ଟର

author img

By

Published : Apr 19, 2022, 5:57 PM IST

ଗୁଜୁରାଟରେ ଜାମନଗରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHO ର ଗ୍ଲୋବାଲ ପାରମ୍ପାରିକ ମେଡିସିନ ସେଣ୍ଟର (WHO-Global Centre for Traditional Medicine)ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । WHO ମହାନିର୍ଦ୍ଦେଶକଙ୍କ ସହ ସାମିଲ ହେଲେ ମରିସସ ପ୍ରଧାନମନ୍ତ୍ରୀ । ଭର୍ଚ୍ଚୁଆଲି ଯୋଡି ହେଲେ ନେପାଳ ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

WHO-Global Centre for Traditional Medicine:

ଗାନ୍ଧୀନଗର: ଗୁଜୁରାଟରେ ଜାମନଗରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHOର ଗ୍ଲୋବାଲ ଟ୍ରାଡିସିନାଲ ମେଡିସିନ ସେଣ୍ଟର (WHO-Global Centre for Traditional Medicine) ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉତ୍ସବରେ WHO ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍, ମରିଶସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ, ଗଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ମଧ୍ୟ ସାମିଲ ହୋଇଛନ୍ତି ।

  • Gujarat | Prime Minister Narendra Modi to shortly inaugurate the WHO-Global Centre for Traditional Medicine in Jamnagar.

    Mauritius PM Pravind Kumar Jugnauth, CM Bhupendra Patel & Union AYUSH Minister Sarbananda Sonowal present for the ceremony. pic.twitter.com/JbFovEg7bo

    — ANI (@ANI) April 19, 2022 " class="align-text-top noRightClick twitterSection" data=" ">

ସେହିପରି ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ ହସିନା, ନେପାଳ ପ୍ରଧାନମନ୍ତ୍ରୀ ସେର ବାହାଦୂର ଦେଉବା ମଧ୍ୟ ଭର୍ଚ୍ଚୁଆଲି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ମହାନିର୍ଦ୍ଦେଶକ ଗୁଜୁରାଟୀ ଭାଷାରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ଭାରତ ସହ ତାଙ୍କର ବ୍ୟକ୍ତିଗତ ତଥା ସ୍ବତନ୍ତ୍ର ସମ୍ପର୍କ ରହିଥିବା କହିଛନ୍ତି । ଭାରତରେ ପାରମ୍ପାରିକ ଚିକିତ୍ସା ପ୍ରଣାଳୀର ପ୍ରାଚୀନତମ ପରମ୍ପରା ରହିଥିବା କହିବା ସହ ସେ ଅନେକ କିଛି ଶିଖିବାର ଅବସର ମଧ୍ୟ ପାଇଥିବା କହିଛନ୍ତି ।

  • The exchange of COVID19-related meds b/w Bangladesh & India has been considered a role model of good neighbourhood diplomacy. I thank the Govt of India & WHO for taking this much-needed initiative: Bangladesh PM Sheikh Hasina in a virtual address pic.twitter.com/DWcHANXo9Y

କୋଭିଡ ମହାମାରୀ ସମୟରେ ଭାରତ-ବାଂଲାଦେଶ ଉଭୟ ଭଲ ପଡୋଶୀ ଭାବେ ସହଭାଗୀତାର ସହ ମହାମାରୀର ମୁକାବିଲା କରିଛନ୍ତି । ଔଷଧ ଓ ଚିକିତ୍ସା ସାମଗ୍ରୀର ଆଦାନ ପ୍ରଦାନ ଦୁଇ ଦେଶର ସମ୍ପର୍କର ପରିଚୟ ଦେଇଛି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ସେହିପରି ଗ୍ଲୋବାଲ ଟ୍ରାଡିସିନାଲ ମେଡିସିନ ସେଣ୍ଟର ପ୍ରତିଷ୍ଠା ପାଇଁ ଭାରତ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଧନ୍ୟବାଦ ଦେଉଥିବା ନିଜ ସମ୍ବୋଧନରେ ଉଲ୍ଲେଖ କରିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା । ହାସିନା ଭର୍ଚ୍ଚୁଆଲି କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବୋଧିତ କରିଛନ୍ତି ।

  • #WATCH | WHO Director-General Dr Tedros Adhanom Ghebreyesus greets the public in Gujarati during the inaugural ceremony of the WHO-Global Centre for Traditional Medicine in Jamnagar. pic.twitter.com/Mexd6RUXLw

ସେହିପରି ନେପାଳ ପ୍ରଧାନମନ୍ତ୍ରୀ ସେର ବାହାଦୂର ଦେଉବା ମଧ୍ୟ ଭାରତ ସରକାରଙ୍କ ଏପରି ନିଆରା ଚିକିତ୍ସା ଭିତ୍ତିଭୂମିର ପ୍ରତିଷ୍ଠା ପାଇଁ ଧନ୍ୟବାଦ ଦେଇଛନ୍ତି । ପାରମ୍ପାରିକ ଚିକିତ୍ସା ପ୍ରଣାଳୀ ବର୍ତ୍ତମାନ ସମୟରେ ଖୁବ ଉପାଦେୟ ସାବ୍ୟସ୍ତ ହେବା ନେଇ ମଧ୍ୟ ଆଶା ପ୍ରକଟ କରିଛନ୍ତି । ନେପାଳ ଓ ଭାରତ ଉଭୟ ଏହି ପ୍ରାଚୀନ ପ୍ରଣାଳୀ ଓ ଜୈବ ବିବିଧତାର ଘର ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଦେଉବା ନିଜ ସମ୍ବୋଧନରେ କହିଛନ୍ତି ।

  • On this occasion, I congratulate, the Indian govt and WHO for the initiative. As global programs continue to increase the role of traditional medicines is imp in ensuring holistic health care. Nepal & India are home to this biodiversity: Nepal PM Sher Bahadur Deuba pic.twitter.com/F59FJCP934

ତେବେ ଏହି ସେଣ୍ଟର ସ୍ଥାପନ ମାଧ୍ୟମରେ WHO, ଭାରତ ସହିତ ପାରମ୍ପାରିକ ଔଷଧ ଏବଂ ଚିକିତ୍ସା ପ୍ରଣାଳୀ ନେଇ ନୂଆ ସମ୍ପର୍କ ସ୍ଥାପନ କରିଛି ବୋଲି ମୋଦି କହିଛନ୍ତି । ତେବେ ଏହା ଆମର (ଭାରତର) ପାରମ୍ପାରିକ ଚିକିତ୍ସା ପ୍ରଣାଳୀର ବିଶ୍ବକୁ ଯୋଗଦାନ ଏବଂ ଦକ୍ଷତା ନେଇ ପ୍ରତିପାଦନ କରୁଛି ବୋଲି ମୋଦି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.