ETV Bharat / bharat

ଶିବମୋଗାରୁ ଉଡିବ ବିମାନ, ପ୍ରଗତି ପଥରେ ଦୌଡୁଛି କର୍ଣ୍ଣାଟକ କହିଲେ ପ୍ରଧାନମନ୍ତ୍ରୀ

author img

By

Published : Feb 27, 2023, 4:41 PM IST

କର୍ଣ୍ଣାଟକବାସୀଙ୍କୁ ଶିବମୋଗା ବିମାନବନ୍ଦର ଭେଟି ଦେବା ସହ ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଶିବମୋଗା ବିମାନବନ୍ଦର ଉଦଘାଟିତ
pm modi inaugurates Shivamogga Airport

ଥିରୁଅନନ୍ତପୁରମ: କର୍ଣ୍ଣାଟକବାସୀଙ୍କୁ ବିମାନବନ୍ଦର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନିକିଆ କର୍ଣ୍ଣାଟକ ଗସ୍ତ କରି ରାଜ୍ୟବାସୀଙ୍କୁ 450 କୋଟି ଟଙ୍କାରେ ନିର୍ମିତ ଶିବମୋଗା ବିମାନବନ୍ଦର ଭେଟି ଦେବା ସହ ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଶବମୋଗାକୁ ତାର ବିମାନବନ୍ଦର ମିଳିଛି । ଦୀର୍ଘ ସମୟ ଧରି ଯେଉଁ ଦାବି ହୋଇ ଆସୁଥିଲା ତାହା ପୂରଣ ହୋଇଛି । ଶିବମୋଗା ବିମାନବନ୍ଦର ଭବ୍ୟ ଓ ସୁନ୍ଦର ରୂପରେ ତିଆରି ହୋଇଛି । ଯୋଗାଯୋଗକୁ ବଳ ଦେବ ଶିବମୋଗା ବିମାନବନ୍ଦର । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ବିଗତ କିଛି ବର୍ଷ ହେବ କର୍ଣ୍ଣାଟକ ବିକାଶର ଶିଖର ଛୁଇଁଛି। ରାଜ୍ୟରେ ବିକାଶର ଅଭିବୃଦ୍ଧି ହୋଇଛି । ଏହି ଅଭିବୃଦ୍ଧି ରଥ ପ୍ରଗତି ପଥରେ ଦୌଡୁଛି । ଏହି ପ୍ରଗତି ପଥ ରେଳୱେ, ରାସ୍ତା, ବିମାନବନ୍ଦର ଅର୍ଥାତ ଡିଜିଟାଲ ଯୋଗାଯୋଗକୁ ଯୋଡୁଛି । ଆଜି ଭାରତ ବେସାମରିକ ବିମାନ ବନ୍ଦର ମାର୍କେଟରେ ଦ୍ରୁତ ଗତିରେ ଅଭିବୃଦ୍ଧି ହେଉଛି । 2014 ପୂର୍ବରୁ ଦେଶରେ କେବଳର ବଡ ସହରରେ ବିମାନବନ୍ଦର ଦିଗରେ ଫୋକସ କରାଯାଉଥିଲା । ଛୋଟ ସହରରେ ବିମାନପଥ ଯୋଗାଯୋଗ କଂଗ୍ରେସ ଭାବି ନଥିଲା । ଆମେ ଏ ସ୍ଥିତିକୁ ବଦଳାଇବାକୁ ନିର୍ଣ୍ଣୟ ନେଲୁ ।''

ଏହା ବି ପଢନ୍ତୁ...Assembly Election: ପରିବର୍ତ୍ତନକୁ ସୁଯୋଗ ଦେବାକୁ ଭୋଟରଙ୍କୁ ଅପିଲ୍‌ କଲେ ଖଡଗେ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଆମେ ଏହା ନିଷ୍ପତ୍ତି ନେଲୁ ଯେ ହୱାଇ ଚପଲ ପିନ୍ଧୁଥିବା ବିମାନ ଯାତ୍ରା କରିପାରିବେ । ସେଥିପାଇଁ ବହତୁ କମ ଖର୍ଚ୍ଚରେ ବିମାନ ଟିକେଟ ଦେଉଥିବା ବିମାନ ଖୋଜିବା ଆରମ୍ଭ କଲୁ । ଆଜି ଶିବମୋଗା ଏବଂ ଏହି କ୍ଷେତ୍ରର ମାଆ ଓ ଭଉଣୀଙ୍କ ଜୀବନକୁ ସହଜ କରିବା ପାଇଁ ଏକ ବଡ ଅଭିଯାନ ଆରମ୍ଭ ହୋଉଛି । ସେହି ଅଭିଯାନ ହେଉଛି ପ୍ରତି ଘରେ ପାଇପରେ ପାଣି ପହଞ୍ଚିବ । 2014 ପୂର୍ବରୁ ଯେତେବେଳ ଏୟାର ଇଣ୍ଡିଆ ବିଷୟରେ ଆଲୋଚନା ହୁଏ କେବଳ ନାକାରତ୍ମକ ରୂପେ ହୋଇଥାଏ । କଂଗ୍ରେସ ଶାସନ ସମୟରେ ଏୟାର ଇଣ୍ଡିଆ କେବଳ ଦୁର୍ନୀତି ପାଇଁ ଜଣାଶୁଣା ଥିଲା । ଆଜି ଏୟାର ଇଣ୍ଡିଆ ଭାରତର ନୂଆ ସାମର୍ଥ୍ୟ ଆକାରରେ ଆକାଶରେ ନୂଆ ବିମାନ ଉଡାଉଛି ।''

ଶିବମୋଗା ବିମାନବନ୍ଦର ଉଦଘାଟନ ସହିତ ରାଜ୍ୟରେ ଦୁଇଟି ରେଳ ପ୍ରକଳ୍ପ ଓ ସଡକ ବିକାଶ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଜଳ ଜୀବନ ମିଶନ ଅଧୀନରେ 950 କୋଟି ମୂଲ୍ୟର ମଲ୍ଟି ଭିଲେଜର ଉଦଘାଟନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.