ETV Bharat / bharat

National Technology Day: 'ଦେଶର ପ୍ରଗତିକୁ ଆଗକୁ ନେଇଛି ଟେକ୍ନୋଲୋଜି' - ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ 2023

ପ୍ରତିବର୍ଷ ମେ’ 11 ତାରିଖକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଏ । ଦିବସର 25 ବର୍ଷ ପୂର୍ତ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମୈଦାନରେ ଏକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

pm modi on National Technology Day
National Technology Day
author img

By

Published : May 11, 2023, 3:29 PM IST

ନୂଆଦିଲ୍ଲୀ: ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ । ଏହି ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର 25 ବର୍ଷ ପୂର୍ତ୍ତୀ ନେଇ 5,800କୋଟିର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଆମର ବୈଜ୍ଞାନିକ ଏବଂ ସେମାନଙ୍କ କଠିନ ପରିଶ୍ରମକୁ ସଲାମ । 1998ରେ ଅଟଳ ଜୀଙ୍କ ନେତୃତ୍ବ ପୋଖରନ ପରୀକ୍ଷଣ ସଫଳ ହୋଇଥିଲା । ଦେଶର ବୈଜ୍ଞାନିକ ପୋଖରାନର ଉପଲବ୍ଧି ହାସଲ କରିଥିଲେ ଯେଉଁଥିରେ ମାଆ ଭାରତୀର ପ୍ରତ୍ୟେକ ସନ୍ତାନ ମୁଣ୍ଡ ଗର୍ବରେ ଉପରକୁ ଉଠିଥିଲା । ମୁଁ ସେ ଦିନ କେବେ ଭୁଲିବି ନାହିଁ ଯେବେ ଅଟଳ ଜୀ ଭାରତରେ ପରମାଣୁର ସଫଳ ପରୀକ୍ଷଣ ନେଇ ଘୋଷଣା କରିଥିଲେ । ଏହି ସଫଳତା ଜରିଆରେ ବୈଜ୍ଞାନିକମାନେ ସେମାନଙ୍କ ସାମର୍ଥ୍ୟର ପ୍ରମାଣ ଦେଇଥିଲେ । ବୈଷୟିକ କ୍ଷେତ୍ରରେ ଭାରତକୁ ଆଗକୁ ନେଇଥିଲେ । ଆମ ଆଗରେ 2047 ନେଇ ସ୍ପଷ୍ଟ ଲକ୍ଷ୍ୟ ରହିଛି । ଆମକୁ ଦେଶକୁ ବିକଶିତ ଓ ଆତ୍ମନିର୍ଭର କରିବାକୁ ହେବ । ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉନ୍ନତି ଲକ୍ଷ୍ୟ ପ୍ରାପ୍ତି । ଭାରତର ଟେକ୍ନୋଲୋଜି କେବଳ ଦବଦବା କାୟମ ରଖିବାର ମାଧ୍ୟମ ନୁହେଁ ବରଂ ଦେଶର ପ୍ରଗତିକୁ ଆଗକୁ ନେବାର ମାଧ୍ୟମ ।ଆଗରୁ ବିଜ୍ଞାନ କେବଳ ବହିର ସୀମିତ ଥିଲା । ଏବେ ଏକ୍ସପେରିମେଣ୍ଟରେ ପରିଣତ ହୋଇଛି ।''

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ । 1998 ରେ ଆଜିର ଦିନ ଆମର ବୈଜ୍ଞାନିକମାନଙ୍କର ଅସାଧାରଣ ସଫଳତାକୁ ମନେ ରଖିବାକୁ ଭାରତ ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ଥିଲା । ମେ 11 ରେ ଟେକ୍ନୋଲୋଜି କ୍ଷେତ୍ରରେ ଭାରତର ସଫଳତା ଉପରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କରାଯାଇଥାଏ ।

ଏହା ବି ପଢନ୍ତୁ...Maharashtra Sena VS Sena: ମହାରାଷ୍ଟ୍ରରେ ରହିବ ସିନ୍ଦେ ସରକାର, ଉଦ୍ଧବଙ୍କୁ ମହଙ୍ଗା ପଡିଲା ଆଗୁଆ ଇସ୍ତଫା

ଏହା ବି ପଢନ୍ତୁ...Centre Vs Delhi Govt Row: ଦିଲ୍ଲୀରେ କିଙ୍ଗ୍ କେଜ୍ରିୱାଲ, ଅଧିକାରୀ ନିଯୁକ୍ତି ନିଷ୍ପତ୍ତି ନେବେ ଦିଲ୍ଲୀ ସରକାର

11 ମେ 1998 ରେ ରାଜସ୍ଥାନର ପୋଖରନରେ ପରମାଣୁ ପରୀକ୍ଷଣ ସଫଳତାର ସହ କରାଯାଇଥିଲା। ଅଟଳ ବିହାରୀ ବାଜପେୟୀ ସେହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଓ ତାଙ୍କ ନେତୃତ୍ବରେ ଏହି ପରୀକ୍ଷଣ କରାଯାଇଥିଲା। ବାଜପେୟୀଙ୍କ ଶାସନ କାଳରେ କରାଯାଇଥିବା ପରମାଣୁ ପରୀକ୍ଷଣ ଦେଶ ପାଇଁ ଗର୍ବର ବିଷୟ ଥିଲା। ପ୍ରତିବର୍ଷ ମେ 11 ତାରିଖକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.