ETV Bharat / bharat

ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉଦଘାଟନ କଲେ ମୋଦି - ପ୍ରକଳ୍ପରେ 26 ଲକ୍ଷ ଜନତା ଉପକୃତ ହେବେ

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍ତରପ୍ରଦେଶର ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ଅଧିକ ପଢନ୍ତୁ...

ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉଦଘାଟିତ

author img

By

Published : Dec 7, 2020, 1:38 PM IST

Updated : Dec 7, 2020, 1:44 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍ତରପ୍ରଦେଶର ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଉଦଘାଟନ କରିଛନ୍ତି । ଆଗ୍ରାର 15ବାଟାଲିୟନ ପିଏସି ପ୍ୟାରେଡ ଗ୍ରାଉଣ୍ଡରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏହି ମେଟ୍ରୋ ପ୍ରକଳ୍ପର ଲମ୍ବ 29.4 କିଲୋମିଟର ରହିଛି । ତାଜମହଲ, ଆଗ୍ରା ଦୁର୍ଗ, ସିକଚନ୍ଦ୍ର ପରି ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡ ସହିତ ଏହା ସଂଯୋଗ ହୋଇଛି । ଏହା ଆଗ୍ରାବାସୀଙ୍କ ପାଇଁ ଉନ୍ନତ ଜୀବିକା ବୃଦ୍ଧି କରିବା ସହିତ ଆଗ୍ରା ପରିଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ବେଶ୍ ଲାଭଦାୟକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

  • " class="align-text-top noRightClick twitterSection" data="">

ଏହି ପ୍ରକଳ୍ପରେ ସହରର 26 ଲକ୍ଷ ଜନତା ଉପକୃତ ହେବା ସହ ପ୍ରତିବର୍ଷ ଏହାକୁ ପରିଦର୍ଶନ କରୁଥିବା 60 ଲକ୍ଷରୁ ଅଧିକ ପର୍ଯ୍ୟଟକ ମଧ୍ୟ ଉପକୃତ ହେବେ ।ଏହା ଐତିହାସିକ ସହର ଆଗ୍ରାକୁ ଏକ ପରିବେଶ ଅନୁକୂଳ ମାସ୍ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ ଯୋଗାଇବ । ଏହି ପ୍ରକଳ୍ପ ପାଇଁ ଆନୁମାନିକ 8,379.62 କୋଟିର ବ୍ୟୟ ଅଟକଳ ହୋଇଛି । ଏହି ପ୍ରକଳ୍ପ 5 ବର୍ଷ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଲୋକମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯଦି ଆପଣ ନିଷ୍ଠା ଓ ସାହାସର ସହିତ କାମ କରି ଆଗକୁ ବଢିବେ ତେବେ କୌଣସି ପ୍ରତିବନ୍ଧକ ଆପଣଙ୍କୁ ଅଟକାଇ ପାରିବ ନାହିଁ । ସେ ଆହୁରି କହିଛନ୍ତି ଆଗ୍ରାର ଏକ ପୁରାତନ ପରିଚୟ ରହିଛି ତେଣୁ ଏହାର ବିକାଶ ହେବା ନିହାତି ଆବଶ୍ୟକ । ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାତର

Last Updated : Dec 7, 2020, 1:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.