ETV Bharat / bharat

PM Modi Inaugurates IMC: 'ଦେଶରେ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବ ଟେକ୍ନୋଲୋଜି' - ଭାରତୀୟ ମୋବାଇଲ କଂଗ୍ରେସ 2023 ଉଦଘାଟିତ

ନୂଆଦିଲ୍ଲୀ ଭାରତ ମଣ୍ଡପମରେ 7ତମ ଭାରତୀୟ ମୋବାଇଲ କଂଗ୍ରେସ 2023ରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

IMCର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
PM Modi at India Mobile Congress Summit
author img

By ETV Bharat Odisha Team

Published : Oct 27, 2023, 12:44 PM IST

Updated : Oct 27, 2023, 1:22 PM IST

India Mobile Congress 2023

ନୂଆଦିଲ୍ଲୀ: ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆଇଏମସିର ଶୁଭାରମ୍ଭ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ 100ଟି ୫ଜି ୟୁଜ କ୍ୟାସ ଲ୍ୟାବ୍‌ ପାଇଁ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ ଗୁଡିକୁ ପ୍ରଦାନ କରିଛନ୍ତି । ଏହି ପରୀକ୍ଷାଗାର ଗୁଡିକ 100 ୫ଜି ଲ୍ୟାବ୍‌ ଇନିସିଏଟିଭ ଅଧୀନରେ ବିକଶିତ ହୋଇଛି । ଏହା ସହିତ କାର୍ଯ୍ୟକ୍ରମକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଦିନ ଟେକ୍ନୋଲୋଜିରେ ଦ୍ରୁତ ଗତିରେ ହେଉଥିବା ପରିବର୍ତ୍ତନ ପାଇଁ ଆମ କହୁ ଦି ଫ୍ୟୁଚର ଇଜ ହିୟର ଆଣ୍ଡ ନାଓ ।

ଭାରତୀୟ ମୋବାଇଲ କଂଗ୍ରେସକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,''ଆଜି ପ୍ରତିଦିନ ଟେକ୍ନୋଲୋଜିରେ ପରିବର୍ତ୍ତନ ହେଉଛି । ଏଠାରେ ପ୍ରଦର୍ଶନୀରେ କିଛି ଷ୍ଟଲ ଦେଖିଲି ସେଥିରେ ସେହି ଭବିଷ୍ୟତର ଝଲକ ଦେଖିବାକୁ ପାଇଲି । ଟେଲିକମ ସେକ୍ଟରରେ ଭବିଷ୍ୟତ ସମ୍ପୂର୍ଣ୍ଣ ଅଲଗା ହେବାକୁ ଯାଉଛି । ଭାରତରେ 5ଜିର ବିସ୍ତାର ହେବାକୁ ଯାଉଛି । 6ଜି ଟେକ୍ନୋଲୋଜିରେ ମଧ୍ୟ ଲିଡର ହେବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ସମସ୍ତେ ଜାଣନ୍ତି 2ଜି ସମୟରେ କଣ ହୋଇଥିଲା । ଆମ ସମୟରେ 4ଜିର ବିସ୍ତାର ହୋଇଥିଲା ମାତ୍ର ଟିକେ ବି ଦାଗ ନଥିଲେ । ମୋର ବିଶ୍ବାସ ଅଛି ଭାରତ ଦୁନିଆକୁ ଲିଡ କରିବ । ନିକଟରେ ଗୁଗଲ ଘୋଷଣା କରିଛି ସେ ଭାରତରେ ତାର ପିକ୍ସଲ ଫୋନ ତିଆରି କରିବ । ସମଗ୍ର ଦୁନିଆ ମେଡ ଇନ୍‌ ଇଣ୍ଡିଆ ଫୋନ ବ୍ୟବହାର କରୁଛି ଏହା ଆମ ସମସ୍ତଙ୍କୁ ଗର୍ବିତ କରିଛି । 5ଜିକୁ ଭାରତର ପ୍ରତି ନାଗରିକଙ୍କ ନିକଟରେ ପହଞ୍ଚାଇବାକୁ କାମ ଆରମ୍ଭ ହୋଇଛି । ଆମେ ରୋଲ ଆଉଟ ଷ୍ଟେଜରୁ ରିଚ ଆଉଟ ଷ୍ଟେଜରେ ପହଞ୍ଚିଛୁ । ଆମେ କେବଳ 5ଜିର ବିସ୍ତାର କରିନାହୁଁ । 6ଜି କ୍ଷେତ୍ରରେ ଲିଡର ହେବା ଦିଗରେ ଗତି କରୁଛୁ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମେ ସବୁ କ୍ଷେତ୍ରରେ ଗଣତାନ୍ତ୍ରିକତାର ଶକ୍ତିକୁ ବିଶ୍ବାସ କରୁ । ଭାରତରେ ବିକାଶର ଲାଭ ସବୁ ବର୍ଗ,ସବୁ କ୍ଷେତ୍ରରେ ପହଞ୍ଚୁ । ସମସ୍ତେ ଏଥରୁ ଉପକୃତ ହୁଅନ୍ତୁ । ସମସ୍ତଙ୍କୁ ସମ୍ମାନ ଜୀବନ ମିଳୁ । ସମସ୍ତେ ଟେକ୍ନୋଲୋଜିର ଫାଇଦା ନିଅନ୍ତୁ ଏ ଦିଗରେ ଆମେ ଦ୍ରୁତ ଗତିରେ କାମ କରୁଛୁ । ପ୍ରଯୁକ୍ତି ବିଦ୍ୟା ଜୀବନରେ ପରବର୍ତ୍ତନ ଆଣିଛି । ନାଗରିକଙ୍କ ପାଇଁ ଆସେସଟୁ କ୍ୟାପିଟାଲ, ଆସେସଟୁ ରିସୋସେସ ଏବଂ ଆସେସଟୁ ଟେକ୍ନୋଲୋଜିକୁ ଆମ ସରକାର ପ୍ରାଥମିକତା ଦେଇଛନ୍ତି । ଭାରତର ସେମି କଣ୍ଡକ୍ଟର ମିଶନ କେବଳ ଘରୋଇ ଡିମାଣ୍ଡ ନୁହେଁ ଏହା ଦୁନିଆର ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟ ନେଇ ଆଗକୁ ବଢୁଛି । ବିକାଶଶୀଳ ଦେଶରୁ ବିକଶିତ ଦେଶ ହେବାର ଯାତ୍ରାକୁ ଟେକ୍ନୋଲୋଜି କେବଳ ଦ୍ରୁତ କରିପାରିବ । ଏକବିଂଶ ଶତାଦ୍ଦୀର ଏହି ସମୟ ଭାରତର ନେତୃତ୍ବକୁ ଦୁନିଆ ଅନୁକରଣ କରିବ ।''

ଏହା ବି ପଢନ୍ତୁ...ମହାରାଷ୍ଟ୍ରକୁ 7,500 କୋଟିର ପ୍ରକଳ୍ପ ଭେଟି, ଶିରିଡି ସାଇ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ 7ତମ ଭାରତୀୟ ମୋବାଇଲ କଂଗ୍ରେସ ସମ୍ମିଳନୀରେ କହିଛନ୍ତି, ଟେକ୍ନୋଲୋଜିକୁ ଗଣତାନ୍ତ୍ରିକ କରିବା, ଏହାକୁ ଲୋକକୈନ୍ଦ୍ରିକ କରିବା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି । ଟେକ୍ନୋଲୋଜି ଦେଶର ଆର୍ଥିକ ଓ ସାମାଜିକ ବିକାଶର ମାଧ୍ୟମ ହେଉ । ଏହି ଭିଜନ ନେଇ ପ୍ରଧାନମନ୍ତ୍ରୀ ଟେଲିକମ ସେକ୍ଟରକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । 10 ବର୍ଷ ପୂର୍ବେ ଟେଲିକମ ନାମ ଆସିରେ ଏକ ଅଜବ ଭାବନା ଥିଲା । କେହି ବିନିଯୋଗ କରୁନଥିଲେ । ମାତ୍ର ଆଜି ଟେଲିକମ ସେକ୍ଟରର ଛବି ବଦଳିଛି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ 9 ବର୍ଷର ତପସ୍ୟାର ଫଳ ।''

ଭାରତୀୟ ମୋବାଇଲ କଂଗ୍ରେସ IMC 2023ରେ ପ୍ରାୟ 22ଟି ଦେଶରୁ ଏକ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ 5000 ସିଇଓ ସ୍ତରୀୟ ପ୍ରତିନିଧି, 230 ପ୍ରଦର୍ଶନକାରୀ, 400 ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ସହଯୋଗୀଗଣ ଅଂଶଗ୍ରହଣ କରିଛନ୍ତି । ବୈଶ୍ବିକ ଡିଜିଟାଲ ନବୋନ୍ମେଷ ବାର୍ତ୍ତା ସହ IMC 2023 ନିର୍ମାଣକର୍ତ୍ତା, ବିକାଶକର୍ତ୍ତା ଓ ରପ୍ତାନୀକାରୀ ଭାବେ ଭାରତର ସ୍ଥିତିକୁ ମଜଭୁତ କରିବା ଲକ୍ଷ୍ୟ ରଖାଯାଇଛି ।

ଏହି ତିନିଦିନିଆ ଅଧିବେଶନ ୫ଜି, ୬ଜି, କୃତ୍ରିମ ମେଧା (AI) ଉପରେ ଆଲୋକପାତ କରିବା ସହ ସେମି କଣ୍ଡକ୍ଟର, ସବୁଜ ପ୍ରଯୁକ୍ତି, ସାଇବର ସୁରକ୍ଷା ଇତ୍ୟାଦି ବିଷୟରେ ମଧ୍ୟ ଆଲୋଚନା ହେବ । ମୋବାଇଲ କଂଗ୍ରେସ ପ୍ରଦର୍ଶନୀରେ ବୁଲି ଥିଲେ ପ୍ରଧାନମନ୍ତ୍ରୀ । ତାଙ୍କୁ ଜିଓର ସ୍ବଦେଶୀ ଜ୍ଞାନକୌଶଳ ସହ ଜିଓ ସ୍ପେସ ଫାଇବର ଦେଖାଇଥିଲେ ରିଲିଆନ୍ସ ଜିଓ ଇନ୍ଫୋକମର ଚେୟାରମ୍ୟାନ ଆକାଶ ଅମ୍ବାନୀ ।

Last Updated : Oct 27, 2023, 1:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.