ETV Bharat / bharat

PM Modi in Germany: ଦୁଇ ଦେଶ ମଧ୍ୟରେ ସବୁଜ ଏବଂ ନିରନ୍ତର ଶକ୍ତି ସହଭାଗୀତା ଚୁକ୍ତି - ୟୁରୋପ ଗସ୍ତରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପ ଗସ୍ତର ପ୍ରଥମ ଦିନରେ ଆଜି ଜର୍ମାନୀ ରାଜଧାନୀ ବର୍ଲିନରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହେଲା ସବୁଜ ଏବଂ ନିରନ୍ତର ଶକ୍ତି ସହଭାଗୀତା ଚୁକ୍ତି । ଅଧିକ ପଢନ୍ତୁ

PM Modi in Germany: ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହେଲା ସବୁଜ ଏବଂ ନିରନ୍ତର ଶକ୍ତି ସହଭାଗୀତା ଚୁକ୍ତି

author img

By

Published : May 2, 2022, 10:22 PM IST

ବର୍ଲିନ: ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଥମ ଦିନରେ ଜର୍ମାନୀ ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି । ପ୍ରଥମ ଦିନରେ ବର୍ଲିନରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି । ଆଜି (ସୋମବାର) ବର୍ଲିନର ଫେଡେରାଲ ଚାନ୍ସେଲେରୀରେ ସବୁଜ ତଥା ନିରନ୍ତର ଶକ୍ତି ସହଭାଗୀତା ଚୁକ୍ତି ସ୍ୱାକ୍ଷର କରିଛନ୍ତି ଉଭୟ ରାଷ୍ଟ୍ରମୁଖ୍ୟ ।

6ଷ୍ଠ ଆନ୍ତଃ-ସରକାରୀ କନସୁଲେସନ (Inter-Governmental Consultations) ପରେ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । IGC ଏକ ଦ୍ୱି-ବର୍ଷୀୟ ଫର୍ମାଟ ଯାହା ଭାରତ ଓ ଜର୍ମାନୀର ଦ୍ବିପାକ୍ଷିକ ସମ୍ପର୍କରେ ରହିଆସିଛି । ସହଭାଗୀତାର ପ୍ରମୁଖ କ୍ଷେତ୍ରଗୁଡିକ ଚିହ୍ନଟ କରିବା ଓ ଦୁଇ ଦେଶ ମଧ୍ୟରେ ସହଯୋଗର ସମୀକ୍ଷା କରିବା ପାଇଁ IGC ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଆସିଛି ।

ଏହି ବୈଠକରେ ସାମଗ୍ରିକ ରଣନୈତିକ ଭାଗିଦାରୀ ଅଧୀନରେ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ବିକାଶରେ ଦ୍ୱିପାକ୍ଷିକ ସହଯୋଗର ପ୍ରମୁଖ କ୍ଷେତ୍ରଗୁଡିକ ଉପରେ ଆଲୋଚନା କରାଯାଇଥିଲା । ଜର୍ମାନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ସମ୍ମାନ ପ୍ରଦାନ କରାଯାଇଥିଲା । ତିନି ଦିନିଆ ୟୁରୋପ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜର୍ମାନୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଆଜି ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ବର୍ଲିନରେ ପ୍ରବାସୀ ଭାରତୀୟ ସମୂଦାୟକୁ ମଧ୍ୟ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଜର୍ମାନୀରୁ ଡେନମାର୍କ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେ ବୁଧବାର ପ୍ୟାରିସରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ବୁଧବାର ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.