ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ବାୟୁସେନାର ସ୍ବଦେଶୀ ଲଢୁଆ ବିମାନ ‘ତେଜସ’ରେ ଉଡାଣ ଭରିଛନ୍ତି । ବେଙ୍ଗାଲୁରୁ ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ପରିଦର୍ଶନ କରିବା ଅବସରରେ ସେ ସ୍ବଦେଶୀ ନିର୍ମିତ ଏହି ଅତ୍ୟାଧୁନିକ ଲଢୁଆ ବିମାନରେ ଉଡାଣ ଭରିଛନ୍ତି । ସେ ଏହି ଅବସରରେ ସ୍ବଦେଶୀ ଜ୍ଞାନକୌଶଳ ଉପରେ ତାଙ୍କର ଆତ୍ମବିଶ୍ବାସ ଆହୁରି ବଢିଛି କହିବା ସହ ଭାରତୀୟ ବାୟୁସେନା, ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ, ଡିଆରଡିଓକୁ ପ୍ରଶଂସା ମଧ୍ୟ କରିଛନ୍ତି ।
-
Successfully completed a sortie on the Tejas. The experience was incredibly enriching, significantly bolstering my confidence in our country's indigenous capabilities, and leaving me with a renewed sense of pride and optimism about our national potential. pic.twitter.com/4aO6Wf9XYO
— Narendra Modi (@narendramodi) November 25, 2023 " class="align-text-top noRightClick twitterSection" data="
">Successfully completed a sortie on the Tejas. The experience was incredibly enriching, significantly bolstering my confidence in our country's indigenous capabilities, and leaving me with a renewed sense of pride and optimism about our national potential. pic.twitter.com/4aO6Wf9XYO
— Narendra Modi (@narendramodi) November 25, 2023Successfully completed a sortie on the Tejas. The experience was incredibly enriching, significantly bolstering my confidence in our country's indigenous capabilities, and leaving me with a renewed sense of pride and optimism about our national potential. pic.twitter.com/4aO6Wf9XYO
— Narendra Modi (@narendramodi) November 25, 2023
ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଖୁସିବ୍ୟକ୍ତ କରିବା ସହ କହିଛନ୍ତି, ‘‘ତେଜସରେ ସଫଳତା ପୂର୍ବକ ଉଡାଣ ଭରିଲି । ଏହା ମତେ ମୋ ଦେଶର ସ୍ବଦେଶୀ ଜ୍ଞାନକୌଶଳ ଉପରେ ଆହୁରି ଆତ୍ମବିଶ୍ବାସ ବଢାଇବାର ଅବସର ଦେଇଛି । ତେଜସରେ ସଫଳତା ପୂର୍ବକ ଉଡାଣ ଭରିବାର ଅନୁଭବ ଅବିଶ୍ବସନୀୟ ଥିଲା । ମୁଁ ଆଜି ଅବସରରେ ଏହା ଅତି ଗର୍ବର ସହ କହିପାରେ, ଆମ ପରିଶ୍ରମ କାରଣରୁ ଆତ୍ମନିର୍ଭରତା କ୍ଷେତ୍ରରେ ଆମେ ବିଶ୍ବରେ କାହା ଠାରୁ କମ ନୁହନ୍ତି । ଭାରତୀୟ ବାୟୁସେନା, ଡିଆରଡିଓ ଓ ଏଚଏଏଲ ସମେତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ’’
-
Successfully completed a sortie on the Tejas. The experience was incredibly enriching, significantly bolstering my confidence in our country's indigenous capabilities, and leaving me with a renewed sense of pride and optimism about our national potential. pic.twitter.com/4aO6Wf9XYO
— Narendra Modi (@narendramodi) November 25, 2023 " class="align-text-top noRightClick twitterSection" data="
">Successfully completed a sortie on the Tejas. The experience was incredibly enriching, significantly bolstering my confidence in our country's indigenous capabilities, and leaving me with a renewed sense of pride and optimism about our national potential. pic.twitter.com/4aO6Wf9XYO
— Narendra Modi (@narendramodi) November 25, 2023Successfully completed a sortie on the Tejas. The experience was incredibly enriching, significantly bolstering my confidence in our country's indigenous capabilities, and leaving me with a renewed sense of pride and optimism about our national potential. pic.twitter.com/4aO6Wf9XYO
— Narendra Modi (@narendramodi) November 25, 2023
ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ସ୍ଥିତି ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡର ମୁଖ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଜାରି ରହିଥିବା ଲଢୁଆ ବିମାନ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେ ଏହି ଅବସରରେ ଭାରତରେ ପ୍ରତିରକ୍ଷା ସାମଗ୍ରୀର ନିର୍ମାଣ ଓ ଆତ୍ମନିର୍ଭର ହେବା ସହ ବିଦେଶ ରପ୍ତାନୀ ପାଇଁ ତାଙ୍କ ସରକାର କିପରି ପଦକ୍ଷେପ ଗ୍ରହଣ କରିଛି, ସେ ସମ୍ପର୍କରେ ଗୁରୁତ୍ବାରୋପ କରିଥିଲେ । ଏହା ପରେ ଏଚଏଏଲ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସରେ ଉଡାଣ ଭରିଥିଲେ । ଏହି ଉଡାଣ ଅବସରରେ ତାଙ୍କୁ ସମ୍ପୂର୍ଣ୍ଣ ବାୟୁସେନା ପାଇଲଟଙ୍କ ପୋଷାକରେ ଦେଖିବାକୁ ମିଳିଥିଲା । ଏହା ପରେ ସେ ଏକାଧିକ ଫଟୋ ସହ ଉଡାଣ ଅନୁଭୂତି ଏକ୍ସରେ ଟ୍ବିଟ୍ କରି ସେୟାର ମଧ୍ୟ କରିଥିଲେ ।
ଏହା ମଧ୍ୟ ପଢନ୍ତୁ :- ଟନେଲ ଟ୍ରାଜେଡି, ସୁରକ୍ଷିତ ଭାବେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଲଢୁଆ ବିମାନରେ ଉଡାଣ ଭରିସାରିଛନ୍ତି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ମଧ୍ୟ ଲଢୁଆ ବିମାନରେ ଉଡିସାରିଛନ୍ତି । ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବା ଓ ସ୍ବଦେଶୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା ବଢାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଡେଟ ଦ୍ବାରା ନିର୍ମିତ ତେଜସ ଆଗାମୀ ଭାରତୀୟ ବାୟୁସେନାରେ ସାମିଲ ହୋଇସାରିଛି । ଏହା ଆଗାମୀ ଦିନରେ ମିଗ ସିରିଜ ଓ ମିରାଜ-200 ପରି ପୁରୁଣା ବିମାନର ସ୍ଥାନ ନେବ । ବାୟୁସେନାର ନବୀକରଣରେ ଏଏଚଏ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏବେ ଆମେରିକା ସହୟତାରେ ହାଲ ଜେଟ ଇଞ୍ଜିନ ମଧ୍ୟ ନିର୍ମାଣ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ