ETV Bharat / bharat

ଦେବଭୂମିରେ ଦୌଡିଲା ବନ୍ଦେ ଭାରତ, ଡେରାଡୁନରୁ ନୂଆଦିଲ୍ଲୀ ଯାତ୍ରା ଏବେ ସହଜ - ବନ୍ଦେ ଭାରତ ଏକ୍ସପ୍ରେସ

ଉତ୍ତରାଖଣ୍ଡକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭିସି ଜରିଆରେ ଦେବଭୂମି ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଦେବଭୂମିରେ ଦୌଡିଲା ବନ୍ଦେ ଭାରତ ଏକ୍ସପ୍ରେସ
Vande Bharat Express Uttarakhand
author img

By

Published : May 25, 2023, 12:50 PM IST

ଡେରାଡୁନ: ଏବେ ଦିଲ୍ଲୀରୁ ଡେରାଡୁନ ଯାତ୍ରା ସହଜ ହେବ । ଦେବଭୂମି ଉତ୍ତରାଖଣ୍ଡକୁ ତାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ମିଳିଛି । ଆଜିଠୁ ଦେବଭୂମିରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଜରିଆରେ ସବୁଜ ପତାକା ଦେଖାଇ ଉତ୍ତରାଖଣ୍ଡ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଡେରାଡୁନ ଓ ଦିଲ୍ଲୀ ମଧ୍ୟରେ ଏହି ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବ ।

  • #WATCH | Prime Minister Narendra Modi virtually flags off the inaugural run of Uttarakhand's first semi-high-speed Vande Bharat Express train connecting Dehradun with New Delhi pic.twitter.com/N3JwiMpS6q

    — ANI (@ANI) May 25, 2023 " class="align-text-top noRightClick twitterSection" data=" ">

ଉତ୍ତରାଖଣ୍ଡକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି,"ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ନେଇ ଉତ୍ତରାଖଣ୍ଡବାସୀଙ୍କୁ ଅନେକ ଶୁଭେଚ୍ଛା । ଦିଲ୍ଲୀ ଓ ଡେରାଡୁନ ମଧ୍ୟରେ ଚଳାଚଳ ଏହି ଟ୍ରେନ ଦେଶର ରାଜଧାନୀକୁ ଦେବଭୂମି ସହ ଅଧିକ ଦ୍ରୁତ ଗତିରେ ଯୋଡିବ । ବନ୍ଦେ ଭାରତରୁ ଦିଲ୍ଲୀ-ଡେରାଡୁନ ମଧ୍ୟରେ ରେଳ ଯାତ୍ରାରେ ସମୟ କମିଯିବ । ଏହି ଟ୍ରେନରେ ଥିବା ସୁବିଧା ଯାତ୍ରାକୁ ଆରାମଦାୟ କରିବ । ଆଜି ସାରା ବିଶ୍ବ ଭାରତକୁ ନେଇ ଅନେକ ଆଶା ରଖିଛି । ଆମେ ଭାରତୀୟ ଯେଉଁଭଳି ଭାବେ ଅର୍ଥବ୍ୟବସ୍ଥାକୁ ମଜବୁତ କରିଛୁ, ଗରିବୀ ସହ ଲଢିଛୁ ତାହା ବିଶ୍ବରେ ବିଶ୍ବାସ ସୃଷ୍ଟି କରିଛି । ସରକାରଙ୍କ ସମସ୍ତ ପ୍ରୟାସ ବିକାଶ ଓ ନବରତ୍ନ ଉପରେ ଫୋକସ ।''

  • #WATCH | "Previous govts only cared about dynasties. Common man was not among their priority. The earlier govt only made promises and never fulfilled them, but we fulfilled all the promises. The railway sector was also ignored by them (previous govt)," says PM Narendra Modi pic.twitter.com/zpPAeo0mSI

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ରୋଜଗାର ସୁଯୋଗ ସୃଷ୍ଟି ପାଇଁ ଆମ ସରକାର ପରିଶ୍ରମ କରୁଛନ୍ତି । ଆମ ସୀମାରେ ପହଁଞ୍ଚି ସହଜ ହେବ ରାଷ୍ଟ୍ର ସୁରକ୍ଷାରେ ନିଯୋଜିତ ସେନାଙ୍କ ସୁବିଧା ନେଇ ଏହି ଆତ୍ୟାଧୁନିକ ଟ୍ରେନ ସହଜ ହେବ । ଆମ ଡବଲ ଇଞ୍ଜିନ ସରକାର ଉତ୍ତରାଖଣ୍ଡ ବିକାଶ ପାଇଁ ପ୍ରତିବଦ୍ଧ । ଉତ୍ତରାଖଣ୍ଡର ଦ୍ରୁତ ବିକାଶ ଭାରତର ଦ୍ରୁତ ବିକାଶରେ ସହାୟ ହେବ । ଆଉ ଭାରତ ଅଟକିବ ନାହିଁ ଏବେ ସେ ଦ୍ରୁତ ଗତି ଆରମ୍ଭ କରି ଦେଇଛି ବନ୍ଦେ ଭାରତ ବେଗରେ ଦେଶ ଆଗକୁ ବଢୁଛି ।

  • सरकार का पूरा जोर, विकास के नवरत्नों पर है। pic.twitter.com/Q2ZdzBIjvh

    — PMO India (@PMOIndia) May 25, 2023 " class="align-text-top noRightClick twitterSection" data=" ">

କଣ ନବରତ୍ନ: ପ୍ରଥମ ରତ୍ନ କେଦାରନାଥ ଓ ବଦ୍ରୀନାଥ ଧାମରେ 1300 କୋଟି ଟଙ୍କାର ପୁର୍ନନିର୍ମାଣ କାର୍ଯ୍ୟ, ଦ୍ବିତୀୟ ରତ୍ନ ଗୌରୀକୁଣ୍ଡ- କେଦାରନାଥ ଏବଂ ଗୋବିନ୍ଦ ଘାଟ-ହେମକୁଣ୍ଡ କାର୍ଯ୍ୟ, ତୃତୀୟ ରତ୍ନ କୁମାୟୁର ପୌରାଣିକ ମନ୍ଦିରକୁ ଭବ୍ୟ କରିବା, ଚତୁର୍ଥ ରତ୍ନ ସମଗ୍ର ରାଜ୍ୟରେ 4000ରୁ ଅଧିକ ହୋମ ଷ୍ଟେ ପଞ୍ଜୀକରଣ, ପଞ୍ଚମ ପର୍ଯ୍ୟଟନ ଡେଷ୍ଟିନେସର ବିକାଶ, ଷଷ୍ଠ ଉତ୍ତରାଖଣ୍ଡରେ ସ୍ବାସ୍ଥ୍ୟ ସେବାର ବିକାଶ, ସପ୍ତମ 2 ହଜାର କୋଟିରେ ଟିହରୀ ହଦ୍ର ଉନ୍ନତୀକରଣ, ଅଷ୍ଟମ ଋଷିକେଷ-ହରିଦ୍ବାର ପର୍ଯ୍ୟଟନ ଏବଂ ଯୋଗର ରାଜଧାନୀର ରୂପରେ ବିକାଶ ଓ ଅନ୍ତିମ ଅର୍ଥାତ ନବମରତ୍ନ ଟନକପୁର-ବାଗେଶ୍ବର ରେଳ ଲାଇନ ଆରମ୍ଭ ।

ବିରୋଧୀଙ୍କୁ ଟାର୍ଗେଟ: ଉତ୍ତରାଖଣ୍ଡରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ନିଶାନା କରିଛନ୍ତି । ସେ କହିଛନ୍ତି ପୂର୍ବରୁ ଥିବା ସରକାର ଦେଶର ଆବଶ୍ୟକତାକୁ କେବେ ବଝି ନାହାନ୍ତି । ସେମାନଙ୍କ ଧ୍ୟାନ କେବଳ ଭ୍ରଷ୍ଟାଚାର ଘୋଟାଲାରେ ଥିଲା ପରିବାରବାଦ ଭିତରେ ସୀମିତ ଥିଲା । ପରିବାରବାଦରୁ ବାହାରିବାକୁ ତାଙ୍କର ସାମର୍ଥ୍ୟ ନଥିଲା । ହାଇସ୍ପିଡ ଟ୍ରେନକୁ ନେଇ ପୂର୍ବ ସରକାର ବଡ ଦାବି କରିଥିଲେ । ଅନେକ ବର୍ଷ ବିତି ଥିଲେ ସୁଦ୍ଧା କୌଣସି କାର୍ଯ୍ୟ କରିନଥିଲେ । ପୂର୍ବରୁ ଥିବା ସରକାର କେବଳ ପ୍ରତିଶ୍ରୁତି ଦେଉଥିଲେ କେବେ ପୂରଣ କରିନାହାନ୍ତି ମାତ୍ର ଆମେ ଆମ ପ୍ରତିଶ୍ରୁତି ପୂରଣ କରିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଡେରାଡୁନ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ରାଜ୍ୟପାଳ ଗୁରମିତ ସିଂହ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଓଡିଶା, ରାଜସ୍ଥାନ, କୋଲକାତା, କେରଳ, ତେଲେଙ୍ଗାନା, ବିହାର ଓ ରାଜସ୍ଥାନ ମାଟିରେ ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ ହୋଇ ସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.