ETV Bharat / bharat

ଆସାମରେ ଆରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସେବା - ଆସାମରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ

ଜଲପାଇଗୁଡିରୁ ଗୌହାଟୀ ଯାତ୍ରା ସହଜ ହେବ । ଉତ୍ତର-ପୂର୍ବ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ବନ୍ଦେ ଭାରତ ଏକ୍ସପ୍ରେସ
ଆସାମରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ
author img

By

Published : May 29, 2023, 1:55 PM IST

ଗୌହାଟୀ: ଉତ୍ତର-ପୂର୍ବ ଭାରତରୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏବେ ଜଲପାଇଗୁଡିରୁ ଗୌହାଟୀ ଯାତ୍ରା ସହଜ ହେବ । ଆସାମରେ ଆରମ୍ଭ ହେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଜରିଆରେ ଆସାମରେ ଅତ୍ୟାଧୁନିକ ହାଇସ୍ପିଡ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ପଶ୍ଚିମବଙ୍ଗର ନୂଆ ଜଳପାଇଗୁଡିରୁ ଆସାମ ରାଜଧାନୀ ଗୌହାଟୀକୁ ସଂଯୋଗ କରିବ । ଏହି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଲୋକଙ୍କୁ ଆରାମ ଓ ସମୟ ସାପେକ୍ଷ ଯାତ୍ରାର ମାଧ୍ୟମ ହେବ । ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ରାଜ୍ୟ ଆସାମରେ ପର୍ଯ୍ୟଟନକୁ ବୃଦ୍ଧି କରିବ ବନ୍ଦେ ଭାରତ ଟ୍ରେନ ।

  • #WATCH | Prime Minister Narendra Modi virtually flags off the inaugural run of Northeast's first Vande Bharat Express train in Assam. The northeast-bound Vande Bharat will run between New Jalpaiguri Station in West Bengal and Guwahati in Assam. pic.twitter.com/HVIfAEkYCY

    — ANI (@ANI) May 29, 2023 " class="align-text-top noRightClick twitterSection" data=" ">

ଆସାମକୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଭେଟି ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,'' ଆଜି ଆସାମକୁ ତାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ମିଳିଛି । ଆସାମ ସହିତ ସମଗ୍ର ଉତ୍ତର-ପୂର୍ବ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନ । ନର୍ଥ-ଇଷ୍ଟର ସଂଯୋଗ ପାଇଁ 3ଟି କାର୍ଯ୍ୟ ହୋଇଛି । ପ୍ରଥମ ଆସାମକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ମିଳିଛି । ଦ୍ବିତୀୟ ପଶ୍ଟିମ ବଙ୍ଗଳାକୁ ଯୋଡିବା ପାଇଁ ଏହା ତୃତୀୟ ବନ୍ଦେ ଭାରତ ଟ୍ରେନ ଏବଂ ମେଘାଳୟର ପ୍ରାୟ 425କିମି ଟ୍ରାକର ବିଦ୍ୟୁତକରଣ କାମ ସମ୍ପୂର୍ଣ୍ଣ ହୋଇଛି । ଗତ 9 ବର୍ଷ ଭାରତ ପାଇଁ ଅଦ୍ଭୂତପୂର୍ବ ଉପଲବ୍ଧିର ବର୍ଷ ରହିଛି । ନୂଆ ଭାରତର ନିର୍ମାଣ ହେଉଛି । ଦେଶକୁ ଗତକାଲି ଭବ୍ୟ, ବିଶାଳ ଓ ଅତ୍ୟାଧୁନିକ ନୂଆ ସଂସଦ ଭବନ ମିଳିଛି । ଆସାମରେ ବନ୍ଦେ ଭାରତ ଏକ୍ସପ୍ରେସ ବ୍ୟବସାୟ ଓ ପର୍ଯ୍ୟଟନକୁ ବଳ ଦେବ । କାମାକ୍ଷା ମନ୍ଦିର, କାଜିରଙ୍ଗା ଅଭୟାରଣ୍ୟ, ମାନସ ବ୍ୟାଘ୍ର ସଂରକ୍ଷିତ, ମେଘାଳୟର ସିଲୋଙ୍ଗ ଏବଂ ଚେରାପୁଞ୍ଜିକୁ ଯାତାୟତ ବଢିବ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,''2014 ପୂର୍ବରୁ ଉତ୍ତର-ପୂର୍ବ ପାଇଁ ରେଳ ବଜେଟ 2,500 କୋଟି ରହିଥିଲା । ବର୍ତ୍ତମାନ ଏହା ବଢି 10,000ରେ ପହଞ୍ଚିଛି ଯାହା 4ଗୁଣା । ଆଗକୁ ବୋର୍ଡ-ଗେଜ ନେଟୱାର୍କ ଦ୍ବାରା ନର୍ଥ-ଇଷ୍ଟର କୋଣ ଅନୁକୋଣ ଯୋଡି ହେବ । ଏନେଇ 1 ଲକ୍ଷ କୋଟି ଖର୍ଚ୍ଚ ହେବ । ଇନଫାଷ୍ଟକ୍ଚର ସମସ୍ତଙ୍କ ପାଇଁ । ଏଥିରେ କୌଣସି ଭେଦଭାବ ନାହିଁ । ଆଜି ଭାରତରେ ହେଉଥିବା ଇନଫ୍ରାଷ୍ଟକ୍ଚରକୁ ନେଇ ଦୁନିଆରେ ଚର୍ଚ୍ଚା କାରଣ ଏହା ଜୀବନକୁ ସହଜ କରିଛି । ଏହା ବିକାଶର ଆଧାର ହୋଇଛି । ଗରିବ, ଦଳିତ, ପଛୁଆଙ୍କୁ ସଶକ୍ତ କରିଛି । ଗତି ସହିତ ଭାରତୀୟ ରେଳୱେ ଆଜି ହୃଦୟକୁ ଯୋଡିଛି । ଲୋକଙ୍କୁ ଯୋଡିଛି । ୱାନ ଷ୍ଟେସନ ୱାନ ପ୍ରୋଜେକ୍ଟ ଯୋଜନା ଜରିଆରେ ଉତ୍ତର-ପୂର୍ବ ରାଜ୍ୟ ରେଳ ଷ୍ଟେସନରେ ଷ୍ଟଲ ତିଆରି ହୋଇଛି ଯାହା ଭୋକାଲ ଫର ଲୋକାଲକୁ ବଳ ଦେଉଛି ।

  • #WATCH | PM Narendra Modi takes jibe at the past governments during the flagging off event of Vande Bharat Express in Assam, says, "Northeast people were devoid of for a long time of development by earlier govt." pic.twitter.com/omQ6kFnx1k

ବିରୋଧୀଙ୍କୁ ସମାଲୋଚନା: ଆମ ସରକାର ଆସିବା ପରେ ସବୁଠୁ ଅଧିକ ଗରିବୀ କଲ୍ୟାଣକୁ ପ୍ରାଥମିକତା ଦିଆଯାଇଛି । ଗରିବଙ୍କୁ ଘର ଦେବା ସହ ଶୌଚାଳୟ, ପାଣି ପାଇପ ଲାଇନଠୁ ନେଇ ବିଜୁଳି, ଗ୍ୟାସ, ଏମ୍ସ ମେଡିକାଲ, ରାସ୍ତା, ରେଳ, ଏୟାରପୋର୍ଟ, ମୋବାଇଲ ସଂଯୋଗ ସବୁ କ୍ଷେତ୍ରରେ ପୁରା ଶକ୍ତିରେ କାମ କରିଛନ୍ତି । ପୂର୍ବରୁ ଥିବା ସରକାର ତାଙ୍କ ବିଫଳତା ଉପରେ ପରଦା ପକାଇବାକୁ ଆଗକୁ ଉତ୍ତର-ପୂର୍ବ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ହୋଇଥିବା କହିଥାନ୍ତି । ଏପରି ଲୋକଙ୍କ ସତ୍ୟତା ଉତ୍ତର-ପୂର୍ବ ରାଜ୍ୟବାସୀ ଭଲରେ ଜାଣନ୍ତି । ପୂର୍ବ ସରକାର ଉତ୍ତର-ପୂର୍ବ ଲୋକଙ୍କୁ ମୌଳିକ ସୁବିଧା ଦେବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରାଇଛନ୍ତି । ଏହି ଅପରାଧ ନେଇ ବଡ କ୍ଷତି ସହିଛି ଉତ୍ତର-ପୂର୍ବ । ହଜାର ହଜାର ଗାଁ କୋଟି କୋଟି ପରିବାର 9 ବର୍ଷ ପୂର୍ବରୁ ବିଜୁଳିରୁ ବଞ୍ଚିତ ଥିଲେ ସେଥିରୁ ଅଧିକ ଲୋକ ଉତ୍ତର-ପୂର୍ବ ରାଜ୍ୟର ଥିଲେ । ମାଳ ମାଳ ସମସ୍ୟା ଘେରରେ ରହିଥିଲା ନର୍ଥ -ଇଷ୍ଟ ରାଜ୍ୟ ।

ଉତ୍ତର-ପୂର୍ବ ରାଜ୍ୟ ଭାବେ ଆସାମକୁ ତାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ମିଳିଛି । ଏବେ ଜଲପାଇଗୁଡିକୁ ଯାତ୍ରା ମାତ୍ର 5 ଘଣ୍ଟା 30 ମିନିଟରେ ପୂରଣ କରିବ । ଏହି ଟ୍ରେନ ଉତ୍ତର ପୂର୍ବରେ କେବଳ ରେଳ ସଂଯୋଗୀକରଣ ଓ ଯାତାୟତକୁ ସହଜ କରିବ ତାହା ନୁହେଁ ବରଂ ପର୍ଯ୍ୟଟନକୁ ମଧ୍ୟ ନୂଆ ସମ୍ଭାବନା ଯୋଗାଇବ । ଏହି ଟ୍ରେନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା, ରାଜ୍ୟପାଳ ଗୁଲାମ ଚନ୍ଦ କଟାରିୟା ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.