ETV Bharat / bharat

ଦିନକରେ 5 ବନ୍ଦେ ଭାରତ ଏକ୍ସପ୍ରେସ ଭେଟି, ଭୋପାଳରୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

author img

By

Published : Jun 27, 2023, 12:03 PM IST

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ରାନି କମଳାପତି ରେଳ ଷ୍ଟେସନରୁ ଗୋଟିଏ ଦିନରେ ଦେଶବାସୀଙ୍କୁ 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଭେଟି ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi flags off five Vande Bharat trains

ଭୋପାଳ: ରେଳ ଯାତ୍ରା ହେବ ସହଜ ଓ ଆରାମଦାୟକ । ଗୋଟିଏ ଦିନରେ ଦେଶକୁ ମିଳିଲା 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ବିଦେଶ ଗସ୍ତରୁ ଫେରି ଦିନିକିଆ ମଧ୍ୟପ୍ରଦେଶ ଗସ୍ତ କରି ଦେଶବାସୀଙ୍କୁ ଦିନକରେ 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୋପାଳର ରାନି କମଳାପତି ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ମିଶାଇ ଦେଶରେ 23ଟି ବନ୍ଦେ ଭାରତ ଏକ୍ସପ୍ରେସ ହୋଇଛି ।

  • #WATCH | Madhya Pradesh | PM Narendra Modi flags off five Vande Bharat trains from Rani Kamlapati Railway Station in Bhopal.

    Vande Bharat trains that have been flagged off today are-Bhopal (Rani Kamalapati)-Indore Vande Bharat Express; Bhopal (Rani Kamalapati)-Jabalpur Vande… pic.twitter.com/N4a72zwR0m

    — ANI (@ANI) June 27, 2023 " class="align-text-top noRightClick twitterSection" data=" ">

ପୂର୍ବାହ୍ନ 10ଟା 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳର ରାନି କମଳାପତି ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ 5ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ହୋଇଥିବା 5ଟି ବନ୍ଦେ ଭାରତ ଏକ୍ସପ୍ରେସଗୁଡିକ ହେଉଛି, ଗୋଆ-ମୁମ୍ବାଇ, ପାଟନା-ରାଞ୍ଚି, ଭୋପାଳ-ଇନ୍ଦୋର, ଭୋପାଳ-ଜବଲପୁର ଓ ବେଙ୍ଗାଲୁରୁ-ହୁବୁଳି-ଧାରୱାନ । ଏହାକୁ ମିଶାଇ ଦେଶରେ ମୋଟ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା 23ରେ ପହଞ୍ଚିଛି । ରେଳଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ଅନୁଭବ ଦେବା ଲାଗି ବିଶେଷ ଭାବରେ ଏହି ଟ୍ରେନର ଡିଜାଇନ କରାଯାଇଛି । ଟ୍ରେନ ସିଟଗୁ଼ଡିକ ମୁଭେବଲ ରହିଥିବା ବେଳେ ଅତ୍ୟାଧୁନିକ ସୁବିଧା ରହିଛି । ରେଳ ଯାତ୍ରାକୁ ସହଜ ଓ ଆରାମଦାୟକ କରିବାକୁ ଦେଶବାସୀଙ୍କୁ ଏହି ଟ୍ରେନ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତୀୟ ରେଲୱେ ପାଇଁ ଏହା ଏକ ବଡ ଉପଲବ୍ଧି ସାବ୍ୟସ୍ତ ହୋଇଛି । ଭୋପାଳ-ଇନ୍ଦୋର ମଧ୍ୟରେ ବନ୍ଦେ ଭାରତ ଟ୍ରେନ ଏକ୍ସପ୍ରେସରେ ଯାତ୍ରା ଏବେ 3 ଘଣ୍ଟାରେ ପୂରଣ ହେବ । 5ଟି ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇରୁ ଗୋଆ, ବେଙ୍ଗାଲୁରୁ ହୁବ୍ଳି, ପାଟଣାରୁ ରଞ୍ଚି, ଭୋପାଳରୁ ଇନ୍ଦୋର ଓ ଭୋପାଳରୁ ଜବଲପୁର ଓ ଭୋପାଳରୁ ଇନ୍ଦୋର ମଧ୍ୟରେ ଚାଲିବ । ମେକ ଇନ ଇଣ୍ଡଆ ପଲିସିରେ ଏହି ସେମି ହାଇସ୍ପିଡ ଟ୍ରେନକୁ ଭାରତୀୟ ରେଳବାଇରେ ସାମିଲ କରାଯାଇଛି । ଏହି ଟ୍ରେନ ଜରିଆରେ ବିଭିନ୍ନ ସହରରେ ଯୋଗାଯୋଗ ରକ୍ଷା କରାଯାଉଛି । ଟ୍ରେନ ଶୁଭାରମ୍ଭ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ଟଲିଉଡର କୌଣସି ସିନ୍‌ ନୁହେଁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ KCRଙ୍କ ଗ୍ରାଣ୍ଡ ଏଣ୍ଟ୍ରି

ଏହା ବି ପଢନ୍ତୁ...Encounter: କୁଲଗାମରେ ଏନକାଉଣ୍ଟର, ସେନା ଗୁଳିରେ ଜଣେ ଆତଙ୍କୀ ସଫା

ପ୍ରକାଶଥାଉ କି, ପ୍ରଧାନମନ୍ତ୍ରୀ ଗତ ମେ' ମାସରେ ଆସାମ ଓ ଉତ୍ତରାଖଣ୍ଡ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ଦିଲ୍ଲୀରୁ ଡେରାଡୁନ ଯାତ୍ରା ସହଜ କରିବାକୁ ଦେବଭୂମିରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଥିଲା । ସେହିପରି ଜଲପାଇଗୁଡିରୁ ଗୌହାଟୀ ସହଜ ଯାତ୍ରା ପାଇଁ ଉତ୍ତର-ପୂର୍ବ ରାଜ୍ୟ ଆସାମରୁ ବନ୍ଦେ ଭାରତ ଟ୍ରେନ ଗଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.