ETV Bharat / bharat

Nadia Accident: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ - ନଦିଆ ରାସ୍ତା ଦୁର୍ଘଟଣା ଅପଡେଟ

ପଶ୍ଚିମବଙ୍ଗର ନଦିଆରେ ଘଟିଥିବା ଦୁର୍ଘଟଣାରେ ଶୋକ ପ୍ରକାଶ କଲେ( PM Modi expresses condolences ) ପ୍ରଧାନମନ୍ତ୍ରୀ ମୋଦି । ଗୁରୁତରଙ୍କ ଆଶୁ ଆରୋଗ୍ୟ କଲେ କାମନା । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୮ ଜଣ ଏବଂ ୭ ଗୁରୁତର ଚିକିତ୍ସାଧୀନ ଅଛନ୍ତି । ଅଧିକ ପଢନ୍ତୁ

Nadia accident : ଶୋକ ପ୍ରକାଶ କଲେ PM
Nadia accident : ଶୋକ ପ୍ରକାଶ କଲେ PM
author img

By

Published : Nov 28, 2021, 4:36 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ (Tragic Road Accident In Nadia district) ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୮ ଜଣ ପ୍ରାଣ ହରାଇବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇ ଟ୍ବିଟ କରିବା ସହ ଆହତମାନେ ଖୁବଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର ମଧ୍ୟ ଏହି ଦୁଃଖ ପ୍ରକାଶ କରିଛନ୍ତି ।

  • পশ্চিমবঙ্গের নদীয়ায় সড়ক দুর্ঘটনায় বহু মানুষের প্রাণহানিতে অত্যন্ত ব্যথিত। শোকসন্তপ্ত পরিবারগুলির প্রতি আমার সমবেদনা। আহতদের দ্রুত আরোগ্য কামনা করি।

    — Narendra Modi (@narendramodi) November 28, 2021 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: WB Road accident: ମୃତଦେହ ନେଇ ଯାଉଥିଲେ, ଫେରିଲା 17 ମୃତଦେହ

ସୂଚନାନୁସାର, ଜଣେ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରାୟ ୨୦ଜଣ ଏକ ଗାଡିରେ ଯାଉଥିଲାବେଳେ ଘନ କୁହୁଡି ଯୋଗୁ ଗାଡିଟି ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୧୮ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୭ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । କୁହୁଡି ଓ ଦ୍ରୁତ ବେଗରେ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଥିବାବେଳେ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.