ETV Bharat / bharat

ଫ୍ରାନ୍ସ ଗସ୍ତ ସାରି UAE ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ନାହ୍ୟାନଙ୍କୁ ଭେଟିବେ

author img

By

Published : Jul 15, 2023, 9:19 AM IST

Updated : Jul 15, 2023, 2:04 PM IST

ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ସାରି ସଂଯୁକ୍ତ ଆରବ ଏମିରେଟ୍ସ (UAE) ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ଫ୍ରାନ୍ସ ଗସ୍ତ ସାରି UAE ଯାତ୍ରା କଲେ ପ୍ରଧାନମନ୍ତ୍ରୀ

ଫ୍ରାନ୍ସ ଗସ୍ତ ସାରି UAE ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ୟାରିସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ ହୋଇଛି । ଫ୍ରାନ୍ସରୁ ଶନିବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ସାକ୍ଷାତ କରିବେ । ତେବେ ମୋଦି ଏଥର ଫ୍ରାନ୍ସ ଗସ୍ତକୁ ସ୍ମରଣୀୟ କହିବା ସହ ବାଷ୍ଟିଲ ଡେ ପରେଡରେ ଭାଗ ନେବାର ସୁଯୋଗ ପାଇଥିବାରୁ ଅଧିକ ଖୁସି ବ୍ୟକ୍ତି କରିଛନ୍ତି । ଆତିଥ୍ୟତା ପାଇଁ ସେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଓ ଫ୍ରାନ୍ସବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବ ଆହୁରି ପ୍ରଗାଢ ହେଉ ବୋଲି କାମନା କରିଛନ୍ତି ।

  • This France visit was a memorable one. It was made even more special because I got the opportunity to take part in the Bastille Day celebrations. Seeing the Indian contingent get a pride of place in the parade was wonderful. I am grateful to President @EmmanuelMacron and the… pic.twitter.com/BllJ8gVj8e

    — Narendra Modi (@narendramodi) July 14, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଯାତ୍ରା ଆରମ୍ଭ କରିବା ପୂର୍ବରୁ ୟୁଏଇ ସମ୍ପର୍କରେ ଏକ ବୟାନରେ କହିଥିଲେ ଯେ, ଆମର ଦୁଇ ଦେଶ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶକ୍ତି, ଖାଦ୍ୟ ନିରାପତ୍ତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଫିନଟେକ, ପ୍ରତିରକ୍ଷା, ସୁରକ୍ଷା ଓ ଲୋକସମ୍ପର୍କ ଭଳି ବ୍ୟାପକ କ୍ଷେତ୍ର ସହିତ ଜଡିତ । ଗତବର୍ଷ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଏବଂ ମୁଁ ଦୁଇ ଦେଶର ଭାଗିଦାରୀର ଭବିଷ୍ୟତ ପାଇଁ ଏକ ରୋଡମ୍ୟାପରେ ସହମତ ହୋଇଥିଲୁ । ୟୁଏଇ ସହିତ ସମ୍ପର୍କକୁ କେମିତି ଆହୁରି ଗଭୀର କରିହେବ ସେ ବିଷୟରେ ରାଷ୍ଟ୍ରପତି ନାହ୍ୟାନଙ୍କ ସହିତ ଆଲୋଚନା କରିବା ପାଇଁ ମୁଁ ଉତ୍ସୁକ ଅଛି ।

ଏହାମଧ୍ୟ ପଢନ୍ତୁ: PM Modi France visit: ଫ୍ରାନ୍ସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଭାରତର ପାସୱାର୍ଡ ପ୍ରବାସୀ

ଫ୍ରାନ୍ସ ଯାତ୍ରାକୁ ସ୍ମରଣୀୟ କହିଲେ ମୋଦି: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଅବସରରେ ରାଷ୍ଟ୍ରପତି ମାକ୍ରନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଫ୍ରାନ୍ସ ମେକ ଇନ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ପ୍ରମୁଖ ସହଯୋଗ ବୋଲି କହିଛନ୍ତି । ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କ୍ରସ ଲେଗିନ ପ୍ରଦାନ କରାଯାଇଛି । ଗସ୍ତରେ ଦ୍ବିତୀୟ ଦିନରେ ରାଷ୍ଟ୍ରପତି ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ବାଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ପରେଡରେ ସାମିଲ ହେବାର ଅନୁଭୂତିକୁ ସେ ସ୍ବତନ୍ତ୍ର ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି ଯେ, ମୋର ବନ୍ଧୁ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି । ଆମେ ଭାରତ ଓ ଫ୍ରାନ୍ସ ସମ୍ପର୍କର ସମ୍ପୂର୍ଣ୍ଣ ଶୃଙ୍ଖଳର ସମୀକ୍ଷା କରୁଛୁ । ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, ଏଆଇ, ସେମିକଣ୍ଟକ୍ଟର ପ୍ରଭୃତି କ୍ଷେତ୍ରରେ ଦୁଇ ଦେଶର ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଉତ୍ସାହିତ ଅଛୁ । ବିଗତ ୨୫ ବର୍ଷରେ ବିଶ୍ବ ବହୁ ଉତ୍ଥାନ ପତନର ସାମ୍ନା କରିଥିବା ବେଳେ ଭାରତ ଓ ଫ୍ରାନ୍ସର ବନ୍ଧୁତା ଆହୁରି ସୁଦୃଢ ହୋଇଛି । ପାରସ୍ପରିକ ବୁଝାମଣା, ବିଶ୍ବାସ ଓ ସମ୍ମାନ ଉପରେ ଆଧାର କରି ଏହା ଏକ ଲମ୍ବା ଏବଂ ମହତ୍ତ୍ବପୂର୍ଣ୍ଣ ଯାତ୍ରା । ରାଷ୍ଟ୍ରପତି ମାକ୍ରନଙ୍କ ପ୍ରୟାସକ୍ରମେ ଏହି ସମ୍ପର୍କ ପ୍ରତିଟି କ୍ଷେତ୍ରରେ ଆଗକୁ ବଢୁଛି ।

Last Updated : Jul 15, 2023, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.